ମେଦବହୁଳତା ଚିକିତ୍ସାରେ ବୈଜ୍ଞାନିକ ପଦ୍ଧତି

ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ନାରୀ ଓ ୨୨.୧% ପୁରୁଷ ବିଏମ୍‌ଆଇ ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର ସ୍ଥୂଳତା ପ୍ରାୟ ୪୦% ନାରୀ ଓ ୧୨% ପୁରୁଷଙ୍କୁ ପ୍ରଭାବିତ କରୁଛି, ଯାହା ମଧୁମେହ/ ଡାଇବେଟିସ, ଉଚ୍ଚରକ୍ତଚାପ, ହୃଦ୍‌ରୋଗ, ନିଦ୍ରା ସମସ୍ୟା (ଅବଷ୍ଟ୍ରକ୍ଟିଭ ସ୍ଲିପ ଆପ୍ନିଆ/ ଅତ୍ୟଧିକ ଶୟନକାଳୀନ ଘୁଙ୍ଗୁଡ଼ି) ଓ ଗଣ୍ଠି ସମସ୍ୟା ଆଦି ବଢ଼ାଇଦିଏ। ପୂର୍ବରୁ ମେଦବହୁଳତା/ ସ୍ଥୂଳକାୟତାର ଚିକିତ୍ସା ପାଇଁ ଭାରତରେ କେବଳ ଜୀବନଶୈଳୀର ପରିବର୍ତ୍ତନ ଓ ଅର୍ଲିଷ୍ଟାଟ ପରି ପୁରୁଣା ଔଷଧ ବ୍ୟବହୃତ ହେଉଥିଲା, ଯାହାର ଫଳାଫଳ ଏତେ ଉତ୍ସାହଜନକ ନ ଥିଲା । ମାର୍ଚ୍ଚ ୨୦୨୫ରେ ଭାରତରେ ମୋଞ୍ଜାରୋ (ଟିରଜେପାଟାଇଡ)ର ଆଗମନ ସହିତ ଏହିପରି ଦୃଶ୍ୟ ବଦଳୁଛି। ମୋଞ୍ଜାରୋ ସପ୍ତାହକୁ ଥରେ ଚର୍ମତଳେ ଏକ ଇଞ୍ଜେକ୍ସନ ରୂପେ ଦିଆଯାଇଥାଏ। ଅଧିକତମ ୨୨% ଓଜନ କମାଇପାରିବା କ୍ଷମତାଯୁକ୍ତ ଏହି ଜଣାଶୁଣା ଔଷଧକୁ କୋଭିଡ-୧୯ ଟିକା ପରେ ସବୁଠାରୁ ଅଧିକ ଆଲୋଚିତ ଚିକିତ୍ସାଗତ ବିକାଶ ଭାବରେ ପରିଗଣିତ କରାଯାଉଛି। ଏହାକୁ ମେ ୨୦୨୨ରେ ୟୁ.ଏସ୍‌. ଏଫ୍‌ଡିଏ ଦ୍ୱାରା ଟାଇପ ୨ ଡାଇବେଟିସ ପାଇଁ ଏବଂ ନଭେମ୍ବର ୨୦୨୩ରେ ମେଦବହୁଳ ଲୋକଙ୍କଠାରେ ଦୀର୍ଘକାଳୀନ ଓଜନ ପରିଚାଳନା ପାଇଁ ଅନୁମୋଦନ ମିଳିଥିଲା।
ଭାରତରେ କାହିଁକି ବିଳମ୍ବରେ ଉପଲବ୍ଧ ହେଲା?
ବିଶ୍ୱବ୍ୟାପୀ ଚାହିଦା ବୃଦ୍ଧି, ବିଶ୍ୱସ୍ତରୀୟ ଆପୂର୍ତ୍ତି ଅଭାବ ଓ ବିକାଶଶୀଳ ବଜାରକୁ ପ୍ରାଥମିକତା ଦେବାରେ ଉତ୍ପାଦକ ନିୟୋଜିତ ହେଉଥିଲେ। ଏହାସହିତ ଭାରତୀୟ ଚିକିତ୍ସା ଅନୁଗାମୀଙ୍କ ପାଇଁ ଏହାକୁ ଶସ୍ତା ଓ ପହଞ୍ଚଯୋଗ୍ୟ କରିବା ଚେଷ୍ଟା ଜାରି ରହିଥିଲା। ତେଣୁ ଏହା ଭାରତରେ ବିଳମ୍ବରେ ଉପଲବ୍ଧ ହେଲା।
GLP-1 ଓ GIP ଉଭୟ ଟିରିସେପ୍ଟର ଉପରେ କାର୍ଯ୍ୟ କରୁଥିବା ଏହି ଦ୍ୱୈତ-କ୍ରିୟା ପ୍ରଣାଳୀ ବିଶିଷ୍ଟ ଟିରଜେପାଟାଇକୁ 1. ଲିରାଗ୍ଲୁଟାଇଡ/ବଜାରନାମ- ସାକସେଣ୍ଡା ଓ 2. ସେମାଗ୍ଲୁଟାଇଡ/ ବଜାରନାମ- ଓଜେମ୍ପିକ/ ୱେଗୋଭି ପରି ଔଷଧଠାରୁ ଅଗ୍ରଣୀରୂପେ ବିବେଚିତ କରାଯାଏ, ଯାହା ଦୁଇଟିକି କେବଳ GLP-1 ରିସେପ୍ଟର ଉପରେ କାର୍ଯ୍ୟ କରିଥାନ୍ତି। ଏହା ମସ୍ତିଷ୍କର ହାଇପୋଥାଲାମସ ଉପରେ କାର୍ଯ୍ୟକରି ଭୋକ କମାଏ ତଥା ତୃପ୍ତତାକୁ ବୃଦ୍ଧି କରିଥାଏ। ପେଟରୁ ଖାଦ୍ୟ ଖାଲି କରିବାର ଗତିକୁ ଧୀର କରି ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣତା ଅନୁଭବ କରାଏ। ଚର୍ବି ସଞ୍ଚୟ କମାଏ, ଲାଇପୋଲାଇସିସ୍‌ (ଚର୍ବି ଭାଙ୍ଗିବା ପ୍ରକ୍ରିୟା)କୁ ପ୍ରେରିତ କରିଥାଏ। ଉଚ୍ଚ କ୍ୟାଲୋରି ଓ ଚର୍ବିଯୁକ୍ତ ଖାଦ୍ୟ ପ୍ରତି ଇଚ୍ଛା କମାଇଥାଏ।
ଓଜନ ହ୍ରାସ କରୁଥିବା ବର୍ତ୍ତମାନ ସୁଦ୍ଧା ବ୍ୟବହୃତ ହେଉଥିବା ପୁରୁଣା ଔଷଧ ସାଧାରଣତଃ ୫-୮% ଓଜନ କମାଇଥାଏ, ଯେଉଁଥିରେ ସେମାଗ୍ଲୁଟାଇଡ(ଓଜେମ୍ପିକ/ୱେଗୋଭି) ପ୍ରାୟ ୧୫% ଓଜନ କମାଏ। କିନ୍ତୁ ଟିରଜେପାଟାଇଡ ୨୨% ପର୍ଯ୍ୟନ୍ତ ଓଜନ କ୍ଷୟ କରିପାରେ, ଯାହା ବାରିଆଟ୍ରିକ୍ସର୍ଜରୀ (ଓଜନ କ୍ଷୟକାରକ ଶଲ୍ୟ ଚିକିତ୍ସା) ସହିତ ତୁଳନୀୟ।
ବୈଜ୍ଞାନିକ ନିଷ୍କର୍ଷର ଚମତ୍କାରୀ ଫଳାଫଳ ସାମ୍ନାକୁ ଆସିଛି। SURMOUNT ପରୀକ୍ଷଣ ଅନୁଯାୟୀ ୭୨ ସପ୍ତାହ ପରେ, ମେଦବହୁଳ ରୋଗୀଙ୍କଠାରେ: ସାପ୍ତାହିକ ୫ ଏମ୍‌ଜି ଡୋଜରେ: ୧୫% ଓଜନ କମିଛି,ସାପ୍ତାହିକ ୧୦ ଏମ୍‌ଜି: ୧୯.୫%, ସାପ୍ତାହିକ ୧୫ ଏମ୍‌ଜି: ୨୦.୯% ଏବଂ ପ୍ଲାସେବୋ (କେବଳ ଖାଦ୍ୟପେୟ ନିୟନ୍ତ୍ରଣ ଏବଂ ଜୀବନଶୈଳୀ ପରିବର୍ତ୍ତନ): ୩.୧% ମାତ୍ର ଓଜନ କମିଛି।
କେବଳ ଓଜନ ହ୍ରାସ ନୁହେଁ ଆହୁରି ରହିଛି ବହୁବିଧ ଉପାଦେୟତା। SURPASS ନାମକ ବୈଜ୍ଞାନିକ ନିଷ୍କର୍ଷ ଅନୁଯାୟୀ, ଏହା ମଧୁମେହ ରୋଗୀଙ୍କ କ୍ଷେତ୍ରରେ ୪୦-୫୨ ସପ୍ତାହ ମଧ୍ୟରେ, HbA1C (ବିଗତ ୩ ମାସର ହାରାହାରି ରକ୍ତଶର୍କରାର ସୂଚକ)ର ମାତ୍ରା ୧.୫-୨.୪% କମାଇଥାଏ। ଏହା ହୃଦ୍‌ ଓ ଯକୃତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପକୃତ। ଅବଷ୍ଟ୍ରକ୍ଟିଭ ସ୍ଲିପ ଆପ୍ନିଆ (ରାତି ସମୟରେ ଘୁଙ୍ଗୁଡ଼ି ମାରିବା, ଅତ୍ୟଧିକ ଦିନରେ ନିଦ୍ରା ଏବଂ ଆଳସ୍ୟ ସହିତ ଜଡିତ ଏକ ଅବସ୍ଥା) ରେ ମଧ୍ୟ ଏହି ଔଷଧ ଆମୋଦିତ। ଡିସେମ୍ବର ୨୦୨୪ ରେ USFDA ଦ୍ୱାରା ଏହି ଅବସ୍ଥାର ଚିକିତ୍ସା ପାଇଁ, ଟିରଜେପାଟାଇଡ ହେଉଛି ମାନ୍ୟତା ଲାଭ କରିଥିବା ପ୍ରଥମ ଏବଂ ଏକମାତ୍ର ଔଷଧ। ଭାରତରେ ଏହି ଔଷଧ ଭାୟାଲ (ଶିଶି/ ବୋତଲ) ଆକାରରେ ବିକ୍ରିହୁଏ, ଯାହା ଆମେରିକାରେ ବିକ୍ରି ହେଉଥିବା ପେନଠାରୁ ୮୦% ଶସ୍ତା।
ସାଧାରଣତଃ କେତେକ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଥାଏ, ଯଥା ବାନ୍ତି ଅନୁଭୂତି (୩୧%), ପତଳାଝାଡ଼ା (୨୩%) ଏବଂ କୋଷ୍ଠକାଠିନ୍ୟ (୧୭%)। ଏହା ସାଧାରଣତଃ ମୃଦୁ ଧରଣର ଓ ସମୟ ସହିତ ସମାଧାନ ହୁଏ। କେବଳ ୪୭% ଲୋକଙ୍କଠାରେ ପାର୍ଶ୍ୱପ୍ରତିକ୍ରିୟା ଯୋଗୁ ଚିକିତ୍ସା ବନ୍ଦ କରାଯାଇଥିଲା। ଏହି ପ୍ରଭାବଗୁଡ଼ିକୁ କମ୍‌ କରିବା ପାଇଁ ସାଧାରଣତଃ କମ୍‌ ଡୋଜ ସହିତ ଚିକିତ୍ସା ଆରମ୍ଭ କରାଯାଏ ଏବଂ କ୍ରମଶଃ ଡୋଜ ବୃଦ୍ଧି କରାଯାଏ – ଶରୀରକୁ ସଜାଡ଼ିବା ପାଇଁ ସମୟ ଦିଆଯାଏ
ମେଡୁଲାରି ଥାଇରଏଡ କ୍ୟାନସର ଓ ଅଗ୍ନ୍ୟାଶୟ ସମସ୍ୟା ଥିବା ଲୋକଙ୍କୁଏହି ଔଷଧ ଅନୁଶଂସିତ ନୁହେଁ। ଅତ୍ୟଧିକ ଏବଂ ଦ୍ରୁତଗତିରେ ଓଜନ ହ୍ରାସ ଦ୍ୱାରା ଗଲବ୍ଲାଡର(ପିତ୍ତକୋଷ)ସମସ୍ୟା ବଢ଼ିପାରେ। ଏହି ଟ୍ରାୟାଲ ମଧ୍ୟରେ ପ୍ରାୟ ୦.୬% ଲୋକଙ୍କୁ ଏହି ଅସୁବିଧା ଦେଖାଯାଇଛି।
୨୦୨୪ର ଏକ ଅଧ୍ୟୟନ ଦେଖାଇଛି ଯେ, ଯେଉଁ ଲୋକେ ଔଷଧ ବନ୍ଦ କରିଥିଲେ ସେମାନେ ୧ ବର୍ଷ ମଧ୍ୟରେ ହାରାଇଥିବା ଓଜନର ୧୪% ପୁନଃ ବୃଦ୍ଧି ହୋଇଥିଲା। ଯେଉଁମାନେ ଚାଲୁ ରଖିଥିଲେ, ସେମାନେ ଅତିରିକ୍ତ ୫.୫% ଓଜନ କମାଇଥିଲେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅସମାହିତ ପ୍ରଶ୍ନ ଉଠାଏ: ରୋଗୀମାନେ କେତେ ସମୟ ଔଷଧ ସେବନ କରିବା ଉଚିତ?
ଯଦିଓ ଦୀର୍ଘକାଳୀନ ଚିକିତ୍ସା ଉପରେ ଅଧ୍ୟୟନ ଚାଲୁଛି, ବର୍ତ୍ତମାନ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁଯାୟୀ, କେବଳ ଖାଦ୍ୟ ଏବଂ ବ୍ୟାୟାମ ଦ୍ୱାରା ଲାଭାନ୍ବିତ ନ ହୋଇପାରିଥିବା ଲୋକମାନଙ୍କ କ୍ଷେତ୍ରରେ ଏହି ଔଷଧ ହେଉଛି ଏକ ପ୍ରଭାବଶାଳୀ ବିକଳ୍ପ। ଏହା ମେଦବହୁଳତା ଓ ଏହାସହିତ ସଂପୃକ୍ତ ରୋଗ ସହିତ ଲଢ଼ିବା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଗ୍ରଗତି। ସମସ୍ତ ନୂଆ ଚିକିତ୍ସା ପରି ଏଥିରେ ମଧ୍ୟ ନିରନ୍ତର ଅନୁସନ୍ଧାନ ଓ ନିରୀକ୍ଷଣ ଆବଶ୍ୟକ।
ମଧୁମେହ, ଥାଇରଏଡ, ମେଦବହୁଳତା ଏବଂ ହର୍ମୋନ ରୋଗ ବିଶେଷଜ୍ଞ,
ସ୍ବାସ୍ଥ୍ୟସଦନ, ବ୍ରହ୍ମପୁର
ମୋ: ୭୭୪୯୮୦୪୪୦୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?