ସରୁନି ସାଇନ୍ସ ପାର୍କ, ପ୍ଲାନେଟାରିୟମ କାର୍ଯ୍ୟ

ରାଉରକେଲା,୧୬।୨(ଦିନେଶ ମିଶ୍ର): ରାଉରକେଲା ସହର ସ୍ମାର୍ଟସିଟିର ମାନ୍ୟତା ପାଇବା ପରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି। ସହରର କେଉଁଠି ଷ୍ଟାଚ୍ୟୁ ନିର୍ମାଣ କରାଯାଉଛି ତ ଆଉ କେଉଁଠି ପାର୍କ। ଏସବୁ ଭିତରେ ସହରରେ ଏଭଳି କିଛି ଉନ୍ନତିମୂଳକ ପ୍ରକଳ୍ପ ରହିଛି ଯାହା ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। କଳିଙ୍ଗ ବିହାର ସ୍ଥିତ ବିଏସ୍‌ଏନଏଲ ଛକ ନିକଟରେ ସାଇନ୍ସ ପାର୍କ ଓ ପା୍ଲନେଟୋରିୟମ୍‌ରେ ଏଭଳି ଦେଖିବାକୁ ମିଳିଛି।
ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ କଳିଙ୍ଗ ବିହାର ବିଏସ୍‌ଏନ୍‌ଏଲ ଛକ ନିକଟରେ ଏକ ସାଇନ୍ସ ପାର୍କ ଓ ପା୍ଲନେଟୋରିୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୯ ନିର୍ବାଚନ ପୂର୍ବରୁ ଶିଳାନ୍ୟାସ କରିଥିଲେ। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ୭.୯ ଏକର ଜମିରେ ଏହି ପ୍ରକଳ୍ପ ୨୦୨୧ରୁ ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ୪.୯ ଏକର ଜମିରେ ସାଢେ ୮ କୋଟି ଟଙ୍କା ବ୍ୟୟରେ ସାଇନ୍ସ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିପରି ୧୯,୭୦ କୋଟି ଟଙ୍କା ବ୍ୟୟରେ ଅବଶିଷ୍ଟ ଜମିରେ ଏକ ପ୍ଲାନେଟୋରିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସାଇନ୍ସ ପାର୍କ ପରିସରରେ ନିୟୁଟନଙ୍କ ମାଧ୍ୟାକର୍ଷଣ ବଳ, ଅଣୁପରମାଣୁର ମିଶ୍ରଣ ସହ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଓ ବୈଜ୍ଞାନିକମାନଙ୍କ ଆବିଷ୍କାରକୁ ସୂଚିତ କରାଯିବା କଥା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ। ସେହିପରି ପାର୍କ ଭିତରେ ବହୁ କାମ ବାକି ରହିଛି। ପାର୍କ ପରିସରରେ ପ୍ଲାନେଟୋରିୟମ ପାଇଁ ୨୦୨୧ ଏପ୍ରିଲ ୨୯ରେ କାର୍ଯ୍ୟ ଆରମ୍ଭ ହୋଇ ୨୦୨୨ ଜୁଲାଇ ୨୮ରେ ଶେଷହେବାର ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଉକ୍ତ ସମସ୍ତ କାର୍ଯ୍ୟ ଆରମ୍ଭ ହେବାର ପ୍ରାୟ ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହି ପାର୍କର ଏକାଧିକ କାମ ଶେଷ ହୋଇନାହିଁ। ଏ ନେଇ ସ୍ଥାନୀୟ ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସାଇନ୍ସ ପାର୍କ ଭିତରେ ବୋଟିଂ ପ୍ରକଳ୍ପ ଶେଷ ହୋଇଥିବାବେଳେ ଏହାର ପ୍ରବେଶ ପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ପାର୍କ ଭିତରେ ଥିବା ପ୍ରାଣୀ ଉଦ୍ୟାନରେ କେତେକ ଜୀବଜନ୍ତୁଙ୍କ ମୂର୍ତ୍ତି ତିଆରି ହୋଇଛି। ସେମାନଙ୍କ ଜୀବନ ଶୈଳୀ ଉପରେ କୌଣସି ଟିପ୍ପଣୀ ପ୍ରଦାନ କରାଯାଇନାହିଁ। ସେହିପରି ପ୍ଲାନେଟୋରିୟମ୍‌ କାର୍ଯ୍ୟରେ ମଧ୍ୟ ଅବହେଳା ଦେଖିବାକୁ ମିଳିଛି। ଉକ୍ତ ପ୍ଲାନେଟୋରିୟମ୍‌ ପରିସରରେ ପାଥ୍‌ ୱେ ସାଙ୍ଗକୁ କୋଠା କାମ ନିର୍ମାଣ ଶେଷ ହୋଇପାରିନାହିଁ। ଏ ନେଇ ରାଉରକେଲା ଏଡିଏମ୍‌ ତଥା ଆର୍‌ଏମ୍‌ସି କମିଶନର ଆଶୁତୋଷ କୁଲକର୍ଣ୍ଣିଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ବିସ୍ତୁତ ଆଲୋଚନା କରି କାର୍ଯ୍ୟ ବିଳମ୍ବର କାରଣ ବୁଝିବି। ପ୍ରକୃତ କାରଣ ଜାଣିବା ପରେ ଯଥାଶୀଘ୍ର କାର୍ଯ୍ୟ ସାରିବା ପାଇଁ ପଦକ୍ଷେପ ନେବି ବୋଲି କୁଲକର୍ଣ୍ଣି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?