ମୃତ୍ୟୁ ପର ଜୀବନରେ ବିଜ୍ଞାନ

ଡକ୍ଟର ନରେନ୍ଦ୍ର ସେଠୀ

ବିଶ୍ୱର ଏକ ଲୋକପ୍ରିୟ ଧର୍ମଶାସ୍ତ୍ର ମହାଭାରତର ଏକ ଉପକ୍ରମରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ଯକ୍ଷ ପ୍ରଶ୍ନ କରିଥିଲେ ଯେ ‘ଏହି ସଂସାରର ସବୁଠୁ ଆଶ୍ଚର୍ଯ୍ୟ କଲା ପରି କଥା କ’ଣ?’ ଏହି ସଂସାରରେ ପ୍ରତ୍ୟେକ ମୁହୂର୍ତ୍ତରେ କେତେ ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି, ତଥାପି ମଣିଷ କେବେ ମରିବାକୁ ଚାହେଁ ନାହିଁ …ଏହାହିଁ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ବୋଲି ଯୁଧିଷ୍ଠିର ଉତ୍ତରରେ କହିଥିଲେ। ପ୍ରକୃତରେ ଆମେ କେହି ବି ମରିବାକୁ ଚାହୁଁନା। ଯଦି ଜଣେ ମରିଯାଏ କିପରି ହୋଇପାରେ ମୃତ୍ୟୁ ପରର ଜୀବନ? ମୃତ୍ୟୁର ରହସ୍ୟ ଜାଣିବା ପାଇଁ ଓ ମୃତ୍ୟୁ ପରର ଅନୁଭବ ବିଷୟରେ ଭାରତୀୟ ଧର୍ମଶାସ୍ତ୍ର ଓ ମୁନି ରୁଷିମାନେ ପ୍ରୟାସ କରିଛନ୍ତି। ଏହି କ୍ରମରେ ବିଶ୍ୱ ଗାୟତ୍ରୀ ପରିବାରର ସଂସ୍ଥାପକ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ମତରେ, ଜୀବନ ହେଉଛି ଏକ ନିରନ୍ତର ପ୍ରବାହିତ ଜଳସ୍ରୋତ ପରି ଓ ଏହିପରି ସଂସାର ଥିବା ଯାଏ ଚାଲିଥିବ। ତା’ର ଅର୍ଥ ହେଲା ଜୀବନ ମୃତ୍ୟୁର କ୍ରମ ଅବିରତ ଚାଲିଛି। ତା’ହେଲେ ମରିବା ଓ ପୁଣି ଜନ୍ମ ନେବା ମଧ୍ୟରେ ଯେଉଁ ସମୟ ଥାଏ ଅଥବା ମୃତ୍ୟୁ ପରେ ଜୀବନର କ’ଣ ହୁଏ ?ଭାରତୀୟ ଯୋଗୀ ସନ୍ନ୍ୟାସୀଙ୍କ ମତ ହେଲା ଯେ ମରିବାର ଠିକ୍‌ ପୂର୍ବରୁ ମଣିଷ ଖୁବ୍‌ ବିଚଳିତ, ଅସ୍ଥିରତା ଓ ଏକ ଅସହ୍ୟ ପୀଡ଼ାର ସମ୍ମୁଖୀନ ହୋଇଥାଏ। ତେବେ ମୃତ୍ୟୁ ପରର ଜୀବନ କଥା ଆଲୋଚନା କରିବାକୁ ହେଲେ ଆମକୁ ଏହା ଗ୍ରହଣ କରିବାକୁ ହେବ ଯେ ଶରୀର ଓ ଆତ୍ମା ଦୁଇଟି ଅଲଗା ଜିନିଷ। ଯେଉଁ ଆତ୍ମା ଶରୀର ସହିତ ଜଡିତ ହୋଇଥିଲା ତାହା ଶରୀର ଛାଡି ଚାଲିଗଲା ବେଳେ ଶରୀର ଓ ଆତ୍ମାର ପରସ୍ପରକୁ ନ ଛାଡିବା ପାଇଁ ସଂଘର୍ଷ ମଣିଷକୁ ଅନ୍ତିମ ସମୟରେ ମୃତ୍ୟୁ ପୀଡା ପ୍ରଦାନ କରିଥାଏ। ଆଧ୍ୟାତ୍ମିକ ଶାସ୍ତ୍ର ପୁରାଣ ଅନୁସାରେ ଆତ୍ମା ଶରୀର ଛାଡିବା ପରେ ଏତେଦିନ ପର୍ଯ୍ୟନ୍ତ ସଂସାର ଭିତର ଯନ୍ତ୍ରଣା,ଭୟ, ଦୁଃଖ ଓ ମୋହ ମାୟାରେ ଛନ୍ଦି ହୋଇ କ୍ଳାନ୍ତ ହୋଇ ପଡିଥିବା ଆତ୍ମା ବିଶ୍ରାମ କରେ, ଯେଉଁଥିପାଇଁ ମୃତ୍ୟୁ ପରେ ‘ରେଷ୍ଟ ଇନ୍‌ ପିସ୍‌’ ବୋଲି କୁହାଯାଇଥାଏ। ତେବେ ଶାସ୍ତ୍ର ପୁରାଣ ଓ ଯୋଗୀ ମୁନିଙ୍କ ମତ ଅନୁସାରେ, ଆତ୍ମା ପୂର୍ବଜନ୍ମର ସ୍ମରଣରୁ ବର୍ତ୍ତି ନ ପାରି ପ୍ରାୟ ମାସେ ପନ୍ଦର ଦିନ ପର୍ଯ୍ୟନ୍ତ ବିଚଳିତ ହୋଇ ବିଶ୍ରାମ କରିପାରେ ନାହିଁ। ଏକ ଆଶ୍ଚର୍ଯ୍ୟ ଚକିତ ପରିବେଶରେ ଆତ୍ମା ସୂକ୍ଷ୍ମ ଅବସ୍ଥାରେ ଏକ ବିହଙ୍ଗ ପରି ଉଡିବୁଲେ ଓ ଜୀବିତ ଅବସ୍ଥାର ନିଜର ଲୋକମାନଙ୍କ ସହିତ ସଂଯୋଗ ସ୍ଥାପନ କରିବାକୁ ଅସଫଳ ପ୍ରୟାସ କରିଥାଏ। କିନ୍ତୁ ବିଜ୍ଞାନ କ’ଣ କହେ ଏହି ଜନ୍ମ, ମରଣ ଓ ମୃତ୍ୟୁ ପରର ଦୁନିଆ ବିଷୟରେ ଆସନ୍ତୁ ବିଚାର କରିବା। ବିଜ୍ଞାନ ମତରେ, ହୃଦୟର କାର୍ଯ୍ୟ କରିବା ବନ୍ଦ ହୋଇଗଲେ ଶରୀର ସମସ୍ତ ଜୈବିକ କ୍ରିୟା ବନ୍ଦ ହୋଇଯିବା ଯୋଗୁ ମଣିଷର ମୃତ୍ୟୁ ହୋଇଥାଏ। ଅତି ଆଧୁନିକ ଭେଷଜ ଔଷଧି ଓ ଆଇସିୟୁ ସାହାଯ୍ୟରେ ଡାକ୍ତରମାନେ ମଣିଷର ମସ୍ତିଷ୍କ କାମ କରିବା ବନ୍ଦ କରିଦେବା ପରେ ମଧ୍ୟ ହୃଦୟକୁ ଅନେକ ଦିନ ପର୍ଯ୍ୟନ୍ତ ଜୀବିତ ରଖିବାରେ ସକ୍ଷମ ହେଉଛନ୍ତି। ଏହି ଅବସ୍ଥାରେ ମଣିଷ ଆଇନତଃ ମୃତ ହେଲେ ମଧ୍ୟ ତାହାର ହୃଦୟ କାମ କରୁଥାଏ। ଦୁରାରୋଗ୍ୟରେ ପୀଡିତ କିମ୍ବା ଆଘାତପ୍ରାପ୍ତ ହୋଇ ମୃତ ଘୋଷଣା ପରେ ମଧ୍ୟ ବେଳେ ବେଳେ ବଞ୍ଚି ଯାଇଥିବା ଲୋକମାନଙ୍କର ମୃତ୍ୟୁ ନିକଟ ଅନୁଭୂତି ହୋଇଥାଏ। ଯେତେବେଳେ ଜଣେ ମଣିଷ ହୃଦ୍‌ଘାତ,ି ଜୀବନ ଯିବା ଭଳି ସଙ୍କଟରେ ପଡ଼ିଯାଏ ସେହି ସମୟରେ ଅନେକ ଲୋକ ମୃତ୍ୟୁ ନିକଟ ଅନୁଭୂତି କରିଥିବାର ପ୍ରମାଣ ମିଳିଛି। ପ୍ରତି ଦଶ ଜଣ ହୃଦ୍‌ଘାତ ରୋଗୀମାନଙ୍କ ମଧ୍ୟରୁ ଜଣେ ଏହିପରି ଅନୁଭୂତି କରିଥାଏ ବୋଲି ଜଣାପଡିଛି। ତେଣୁ ହଜାର ହଜାର ଲୋକ ବିଶ୍ୱରେ ଏହି ମୃତ୍ୟୁ ନିକଟ ଅନୁଭୂତିରେ ନିଜ ଶରୀର ଛାଡି ସମୟ ଓ ସତ୍ାର ପ୍ରାଚୀରକୁ ଭେଦ କରିବାର ଅନୁଭୂତି ପ୍ରାପ୍ତ କରିଛନ୍ତି।
ଏହା ଉପରେ ଗବେଷଣା କରି ବୈଜ୍ଞାନିକମାନେ ଏହି ବିଷୟରେ କିଛି ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଶତକଡା ଚାଳିଶ ଭାଗ ଲୋକ ବାହ୍ୟ ଚିକିତ୍ସାକୁ ପ୍ରତିକ୍ରିୟା ନ କରି ମୃତପ୍ରାୟ ରହିଥିଲେ ମଧ୍ୟ ଅନେକ କିଛି ଅନୁଭବ କରୁଥିବାର ଜଣାପଡିଛି। ଏହି ମୃତପ୍ରାୟ ବ୍ୟକ୍ତିମାନେ ଯେଉଁମାନେ ପରେ ଜୀବିତ ହୋଇପାରିଥିଲେ ଦୂରରୁ ନିଜ ଦେହକୁ ଚିକିତ୍ସାଧୀନ ଅବସ୍ଥାରେ ଦେଖିପାରୁଥିଲେ ଓ ବେଳେ ବେଳେ ଦୂରରୁ ଏକ ଉଜ୍ଜ୍ୱଳ ଆଲୋକ ସେମାନଙ୍କୁ ସ୍ବାଗତ କରୁଥିବାର ଅନୁଭବ କରୁଥିଲେ ବୋଲି ଆମେରିକାର ମିସୋରି ବିଶ୍ୱବିଦ୍ୟାଳୟ ତରଫରୁ ଏକ ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟ ଅନୁସାରେ ହୃଦ୍‌ଘାତ ପାଇଥିବା ୧୫% ରୋଗୀ ଏହା ଅନୁଭବ କରିଛନ୍ତି ଓ ଏହା ଶରୀରଠାରୁ ପ୍ରାଣର ଅଲଗା ହେବାର ପ୍ରକ୍ରିୟା ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ ବିଜ୍ଞାନର ଏହି ସଦ୍ୟତମ ଅନୁଧ୍ୟାନକୁ ପ୍ରାଚୀନ ଭାରତର ମୁନିଋଷି ଓ ଗ୍ରନ୍ଥରେ କେତେ ସୁନ୍ଦର ଭାବରେ ଶରୀରକୁ ତ୍ୟାଗ କରି ଆତ୍ମା ସୂକ୍ଷ୍ମ ରାଜ୍ୟରେ ବିଚରଣ କରିବା କଥା କୁହାଯାଇଛି। ସେହିପରି ନେଦରଲାଣ୍ଡ୍ସରେ ୩୪୪ ଜଣ ମୃତପ୍ରାୟ ରୋଗୀ ଯେଉଁମାନେ ଅକସ୍ମାତ ଜୀବନ ପାଇଥିଲେ ସେମାନଙ୍କ ଉପରେ ଗବେଷଣା କରି ମୃତ୍ୟୁ ନିକଟ ଅନୁଭୂତି ଉପରେ ଏକ ସୁନ୍ଦର ରିପୋର୍ଟ ପ୍ରକାଶିତ ହୋଇଛି। ଏହା ମଧ୍ୟ ଅନୁରୂପ ସମାନ ତଥ୍ୟ ଉପସ୍ଥାପନ କରୁଛି। ଏଠାରେ କହିରଖିବା ଉଚିତ ହେବ ଯେ ଏହି ମୃତ୍ୟୁ ନିକଟ ଅନୁଭୂତି ଗବେଷଣାରେ ଅନେକ ଦେଶର ଅନେକ ଧର୍ମର ଲୋକ ସାମିଲ ଥିଲେ ମଧ୍ୟ ଅନୁଭୂତି ପ୍ରାୟ ସମାନ ଥିଲା। ତେବେ ମୃତ୍ୟୁ ନିକଟ ଅନୁଭୂତି ଏକ କାଳ୍ପନିକ ଅନୁଭୂତି ନୁହେଁ ବୋଲି ସାଇଣ୍ଟିଫିକ୍‌ ଆମେରିକାନ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଏହା ଶରୀରଠାରୁ ଆତ୍ମାର ଅଲଗା ହୋଇ ଏକ ଯନ୍ତ୍ରଣା ମୁକ୍ତ ଦୁନିଆରେ ସୂକ୍ଷ୍ମ ଭାବରେ ଉଡିବୁଲିବା ଓ ସେଠାରେ ଯାଇ ନିଜର ପୂର୍ବର ମୃତ ସମ୍ପର୍କୀୟମାନଙ୍କ ସହିତ ଯୋଗାଯୋଗ କରିବା ଭଳି ଘଟଣା। ବିଜ୍ଞାନର ଏହି ମୃତ୍ୟୁ ନିକଟ ଅନୁଭୂତିକୁ ଭାରତୀୟ ଶାସ୍ତ୍ରରେ ସ୍ପଷ୍ଟ ରୂପରେ ଅନେକ ଥର ଅନେକ ସ୍ଥାନରେ କୁହାଯାଇସାରିଛି।
ମୋ- ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri