ଦେୟ କମାଇବାକୁ ସ୍କୁଲ୍‌ ବାଧ୍ୟ

ନୂଆଦିଲ୍ଲୀ, ୫।୫: ମହାମାରୀ ଯୋଗୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେଲା କେବଳ ଅନ୍‌ଲାଇନରେ ପାଠପଢ଼ା ଚାଲିଛି। ଏହାକୁ ନେଇ ସୁପ୍ରିମକୋର୍ଟ କେତେକ ଉଲ୍ଲେଖନୀୟ ମତାମତ ଦେଇଛନ୍ତି, ଯାହା ସ୍କୁଲ୍‌ କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପାଇଁ ପ୍ରଯୁଜ୍ୟ। ଜଷ୍ଟିସ୍‌ ଏ.ଏମ୍‌. ଖନଓ୍ବିଲକରଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏକ ରାୟରେ କହିଛନ୍ତି, ସ୍କୁଲ୍‌ ଓ ଶିକ୍ଷାନୁଷ୍ଠାନଗୁଡ଼ିରେ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେଲା ପ୍ରତ୍ୟକ୍ଷ କ୍ଲାସ୍‌ ହେଉନାହିଁ। କ୍ୟାମ୍ପସ୍‌ ବନ୍ଦ ରହିଥିବାରୁ ସ୍କୁଲଗୁଡ଼ିକ ପରିଚାଳନା, ବିଦ୍ୟୁତ, ଜେନେରେଟର ଚଳାଇବା ପାଇଁ ପେଟ୍ରୋଲ/ଡିଜେଲ୍‌, ପାଣି ଖର୍ଚ୍ଚ, ପରିମଳ ଖର୍ଚ୍ଚ କମାଇବା ପାଇଁ ବାଧ୍ୟ। ପିଲାମାନଙ୍କୁ ଯେଉଁ ସୁବିଧା ମିଳୁନାହିଁ, ସେଥିପାଇଁ ଦେୟ ନେବା ଅର୍ଥ ଲାଭଖୋରି ଏବଂ ବ୍ୟବସାୟୀକରଣ ବୋଲି ଖଣ୍ଡପୀଠ କହିଛନ୍ତି। ଉପରୋକ୍ତ ମତାମତ ଦେବା ସହ ସର୍ବୋଚ୍ଚ ଅଦାଲତ ରାଜସ୍ଥାନର ଘରୋଇ ସ୍କୁଲଗୁଡ଼ିକୁ ୨୦୨୦-୨୧ ବର୍ଷ ପାଇଁ ବାର୍ଷିକ ସ୍କୁଲ ଦେୟ ୧୫ ପ୍ରତିଶତ ହ୍ରାସ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ରାଜସ୍ଥାନର ଘରେଇ ସ୍କୁଲ୍‌ଗୁଡ଼ିକ ୩୦ ପ୍ରତିଶତ ଦେୟ ହ୍ରାସ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ମଧ୍ୟ ଉକ୍ତ ନିର୍ଦ୍ଦେଶକୁ କାଏମ ରଖିଥିଲେ। ଏହା ବିରୋଧରେ କେତେକ ଘରୋଇ ସ୍କୁଲ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ଗଠବନ୍ଧନ ବୈଠକ ସ୍ଥଗିତ, ମମତା-ନୀତୀଶ-ଅଖିଲେଶ ଯୋଗ ଦେବାକୁ ମନା କରିବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧୨: ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ବିରୋଧୀ ଦଳ ଇଣ୍ଡିଆ’ର ବୈଠକ ସ୍ଥଗିତ ରଖାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହି ବୈଠକ ଡିସେମ୍ବର ୬...

”ସେମାନେ ଅହଂକାର, ମିଛ, ନିରାଶା ଏବଂ ଅଜ୍ଞତାକୁ ନେଇ ଖୁସି ହେବା ଉଚିତ୍”, ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୨: ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମାପ୍ତ ହୋଇଛି। ହିନ୍ଦୀ ହାର୍ଟଲ୍ୟାଣ୍ଡକୁ ଭାଜପା ସମ୍ପୂର୍ଣ୍ଣ ଭାବେ କବଜା କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ...

ରେଭନ୍ଥ ରେଡ୍ଡୀ ହେବେ ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ, ବୁଧବାର ନେଇପାରନ୍ତି ଶପଥ

ହାଇଦ୍ରାବାଦ, ୫।୧୨: ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ କଂଗ୍ରେସ ସଭାପତି ରେଭନ୍ଥ ରେଡ୍ଡୀ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି...

‘ଇଣ୍ଡିଆ’ ମେଣ୍ଟରେ ଫାଟ! ବୈଠକରେ ଯୋଗଦେବେନି ଅଖିଳେଶ

ନୂଆଦିଲ୍ଲୀ,୫।୧୨: ଡିସେମ୍ବର ୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ ସୃଷ୍ଟି ହୋଇଛି। ଏହି ବୈଠକରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ...

ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ବଡ଼ ସୁବିଧା ଦେବେ ସରକାର

ନୂଆଦିଲ୍ଲୀ,୫।୧୨: ସଡ଼କ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ଚିକିତ୍ସାରେ ବିଳମ୍ବ ହେତୁ ଘଟିଥାଏ। ଏହି ଗମ୍ଭୀର ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଶୀଘ୍ର ସଡ଼କ ଦୁର୍ଘଟଣା ମାମଲାରେ...

ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗ୍‌ଜୋମ’: ନେଲୋର-ମଚ୍ଛଲିପଟନମ୍‌ ଦେଇ କରିବ ଅତିକ୍ରମ

ଚେନ୍ନାଇ,୫।୧୨: ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର ରୂପ...

ମୁଖ୍ୟ ଦାବିଦାର ରେଭନ୍ଥ ରେଡ୍ଡୀ

ହାଇଦ୍ରାବାଦ,୫ା୧୨: ତେଲଙ୍ଗାନାର ଦ୍ୱିତୀୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପରେ ତୃତୀୟ ବିଧାନସଭା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ୍‌ ସୋମବାର ବିଧାନସଭାକୁ...

ମହୁଆଙ୍କୁ ବହିଷ୍କାର ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେଉ

ନୂଆଦିଲ୍ଲୀ,୫ା୧୨(ପି.ଟି.): ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକ ସଭାରୁ ବହିଷ୍କାର କରିବା ଲାଗି ଏଥିକ୍ସ କମିଟି ସୁପାରିସ୍‌ କରିଥିଲା। ଉକ୍ତ ରିପୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri