ସ୍କୁଲ ହିଂସା

ଦୁଇ କିମ୍ବା ତିନି ଦଶନ୍ଧି ପୂର୍ବର ସ୍କୁଲ ଜୀବନ କଥା ଭାବିଲେ ସେତେବେଳର ପରିବେଶ ଏବକାଠାରୁ ନିଶ୍ଚିତ ଭିନ୍ନ ବୋଲି କୁହାଯାଇପାରେ। ବର୍ତ୍ତମାନ ଶିକ୍ଷା ଶୈଳୀ ଓ ଭିତ୍ତିଭୂମିରେ ଉନ୍ନତି ଘଟିଛି। ପରମ୍ପରିକ ଶିକ୍ଷା ସହ ଟେକ୍ନୋଲୋଜିର ପ୍ରବେଶ ସ୍କୁଲଶିକ୍ଷାକୁ ବ୍ୟାପକ କରିଛି। କିନ୍ତୁ ଅନେକ ସମୟରେ ସ୍କୁଲରେ ପିଲାଙ୍କ ମଧ୍ୟରେ ପ୍ରକାଶ ପାଉଥିବା ହିଂସା ଓ ଆପରାଧିକ ମନୋଭାବ ଚିନ୍ତା ବଢ଼ାଇଦେଉଛି। ନିକଟରେ ମଧ୍ୟପ୍ରଦେଶ ଇନ୍ଦୋରର ଏକ ଘରୋଇ ସ୍କୁଲରେ ଜଣେ ୪ର୍ଥ ଶ୍ରେଣୀର ଛାତ୍ରକୁ ତା’ର ୩ ସହପାଠୀ ଜ୍ୟାମିତି କମ୍ପାସ୍‌ରେ ୧୦୮ ଥର ଭୁସିଛନ୍ତି। ଏହି ପିଲାମାନଙ୍କର ବୟସ ୧୦ ବର୍ଷରୁ କମ୍‌। କେବଳ ଏହି ଘଟଣା ନୁହେଁ, ବିଗତ ଦିନରେ ଦେଶର ବିଭିନ୍ନ ସ୍କୁଲରେ ଶିଶୁମାନଙ୍କଠାରେ ହିଂସା, ନିଶାଦ୍ରବ୍ୟ ବ୍ୟବହାର, ବୁଲିଂ ଭଳି ନକାରାମତ୍କ ଆଚରଣର ଖବର ପ୍ରକାଶ ପାଇଛି। ଏକାଧିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ସ୍କୁଲ ପିଲାମାନଙ୍କ ମଧ୍ୟରେ କ୍ରୋଧ ଓ ଅପରାଧପ୍ରବଣତା ବୃଦ୍ଧିପାଉଛି। ଏହା ବ୍ୟତୀତ ନ୍ୟାଶନାଲ ଡ୍ରଗ୍ସ ଡିପେଣ୍ଡେନ୍ସ ଟ୍ରିଟ୍‌ମେଣ୍ଟ ସେଣ୍ଟର ଦ୍ୱାରା ୨୦୨୦ରେ ୧୦ଟି ସହରରେ ୬୦୦୦ ସ୍କୁଲର ୮ମରୁ ୧୦ମ ଶ୍ରେଣୀ ପିଲାଙ୍କ ଉପରେ କରାଯାଇଥିବା ସର୍ଭେରୁ ଜଣାପଡ଼ିଥିଲା ଯେ, ୧୦ ପ୍ରତିଶତ ପିଲା କୌଣସି ପ୍ରକାର ନିଶାଦ୍ରବ୍ୟ ସେବନ କରୁଛନ୍ତି। ଆମେରିକା ଓ ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକ ତୁଳନାରେ ଭାରତରେ ହିଂସା ଓ ଅପରାଧ ପ୍ରତିଶତ କମ୍‌ ରହିଥିଲେ ମଧ୍ୟ ଏଭଳି ସମସ୍ୟା ପ୍ରତି ସତର୍କ ନ ରହିଲେ ଭବିଷ୍ୟତରେ ଏହା ଗମ୍ଭୀର ସ୍ଥିତିକୁ ଆମନ୍ତ୍ରଣ କରିବା ସମ୍ଭାବନା ଅଧିକ। କାରଣ ଭାରତରେ ବିଶ୍ୱର ସର୍ବାଧିକ ୪୫ କୋଟି ଶିଶୁ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri