ସ୍କୁଲ ହିଂସା

ଦୁଇ କିମ୍ବା ତିନି ଦଶନ୍ଧି ପୂର୍ବର ସ୍କୁଲ ଜୀବନ କଥା ଭାବିଲେ ସେତେବେଳର ପରିବେଶ ଏବକାଠାରୁ ନିଶ୍ଚିତ ଭିନ୍ନ ବୋଲି କୁହାଯାଇପାରେ। ବର୍ତ୍ତମାନ ଶିକ୍ଷା ଶୈଳୀ ଓ ଭିତ୍ତିଭୂମିରେ ଉନ୍ନତି ଘଟିଛି। ପରମ୍ପରିକ ଶିକ୍ଷା ସହ ଟେକ୍ନୋଲୋଜିର ପ୍ରବେଶ ସ୍କୁଲଶିକ୍ଷାକୁ ବ୍ୟାପକ କରିଛି। କିନ୍ତୁ ଅନେକ ସମୟରେ ସ୍କୁଲରେ ପିଲାଙ୍କ ମଧ୍ୟରେ ପ୍ରକାଶ ପାଉଥିବା ହିଂସା ଓ ଆପରାଧିକ ମନୋଭାବ ଚିନ୍ତା ବଢ଼ାଇଦେଉଛି। ନିକଟରେ ମଧ୍ୟପ୍ରଦେଶ ଇନ୍ଦୋରର ଏକ ଘରୋଇ ସ୍କୁଲରେ ଜଣେ ୪ର୍ଥ ଶ୍ରେଣୀର ଛାତ୍ରକୁ ତା’ର ୩ ସହପାଠୀ ଜ୍ୟାମିତି କମ୍ପାସ୍‌ରେ ୧୦୮ ଥର ଭୁସିଛନ୍ତି। ଏହି ପିଲାମାନଙ୍କର ବୟସ ୧୦ ବର୍ଷରୁ କମ୍‌। କେବଳ ଏହି ଘଟଣା ନୁହେଁ, ବିଗତ ଦିନରେ ଦେଶର ବିଭିନ୍ନ ସ୍କୁଲରେ ଶିଶୁମାନଙ୍କଠାରେ ହିଂସା, ନିଶାଦ୍ରବ୍ୟ ବ୍ୟବହାର, ବୁଲିଂ ଭଳି ନକାରାମତ୍କ ଆଚରଣର ଖବର ପ୍ରକାଶ ପାଇଛି। ଏକାଧିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ସ୍କୁଲ ପିଲାମାନଙ୍କ ମଧ୍ୟରେ କ୍ରୋଧ ଓ ଅପରାଧପ୍ରବଣତା ବୃଦ୍ଧିପାଉଛି। ଏହା ବ୍ୟତୀତ ନ୍ୟାଶନାଲ ଡ୍ରଗ୍ସ ଡିପେଣ୍ଡେନ୍ସ ଟ୍ରିଟ୍‌ମେଣ୍ଟ ସେଣ୍ଟର ଦ୍ୱାରା ୨୦୨୦ରେ ୧୦ଟି ସହରରେ ୬୦୦୦ ସ୍କୁଲର ୮ମରୁ ୧୦ମ ଶ୍ରେଣୀ ପିଲାଙ୍କ ଉପରେ କରାଯାଇଥିବା ସର୍ଭେରୁ ଜଣାପଡ଼ିଥିଲା ଯେ, ୧୦ ପ୍ରତିଶତ ପିଲା କୌଣସି ପ୍ରକାର ନିଶାଦ୍ରବ୍ୟ ସେବନ କରୁଛନ୍ତି। ଆମେରିକା ଓ ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକ ତୁଳନାରେ ଭାରତରେ ହିଂସା ଓ ଅପରାଧ ପ୍ରତିଶତ କମ୍‌ ରହିଥିଲେ ମଧ୍ୟ ଏଭଳି ସମସ୍ୟା ପ୍ରତି ସତର୍କ ନ ରହିଲେ ଭବିଷ୍ୟତରେ ଏହା ଗମ୍ଭୀର ସ୍ଥିତିକୁ ଆମନ୍ତ୍ରଣ କରିବା ସମ୍ଭାବନା ଅଧିକ। କାରଣ ଭାରତରେ ବିଶ୍ୱର ସର୍ବାଧିକ ୪୫ କୋଟି ଶିଶୁ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri