ବୈଷୟିକ ଜ୍ଞାନ ନୁହେଁ

ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ଜାତୀୟ ରାଜପଥ ଉପରେ ନିର୍ମାଣାଧୀନ ସିଲ୍କୟାରା ସୁଡ଼ଙ୍ଗରେ ଫସିିଥିବା ୪୧ ଶ୍ରମିକ ୧୭ ଦିନ ପରେ ନଭେମ୍ବର ୨୮ ମଙ୍ଗଳବାର ସନ୍ଧ୍ୟାରେ ମୁକ୍ତ ପ୍ରଶ୍ୱାସ ନେବାର ସୁଯୋଗ ପାଇଲେ। ଏହି ଦୁର୍ଘଟଣା ଦର୍ଶାଇଲା ଯେ, ଭାରତର ବୈଷୟିକ ଜ୍ଞାନକୌଶଳ ଏବେ ମଧ୍ୟ ପଛୁଆ ଅଛି। ଅହଂଭାବକୁ ଛାଡ଼ି କେନ୍ଦ୍ର ସରକାର ପ୍ରଥମରୁ ଅନ୍ତର୍ଜାତୀୟ ସାହାଯ୍ୟ ଲୋଡ଼ିଥିଲେ ଏହି ଅସ୍ବାଭାବିକ ସ୍ଥିତି ପୂର୍ବରୁ ସମାଧାନ ହୋଇପାରିଥାନ୍ତା। ବିଶେଷକରି ବିଦେଶର ପାହାଡ଼ିଆ ଦେଶ ସୁଇଜରଲାଣ୍ଡ, ଜର୍ମାନୀ ଏପରି କି ଚାଇନାରେ ମଧ୍ୟ ଅନେକ ସୁଡ଼ଙ୍ଗ ନିର୍ମିତ ହୋଇଛି ଓ ହେବାରେ ଲାଗିଛି। ସେସବୁ ରାଷ୍ଟ୍ରରେ ଏଭଳି ଦୁର୍ଘଟଣା ଘଟିବାର କ୍ୱଚିତ ଉଦାହରଣ ଦେଖିବାକୁ ମିଳେ। କାର୍ଯ୍ୟ ଯଦି ଉଚିତ ମାନର ହୋଇଥାଆନ୍ତା, ତେବେ ଏପରି ଦୁର୍ଘଟଣା କେବେ ହେଲେ ଘଟି ନ ଥାଆନ୍ତା। ଏହା କହିଲା ବେଳକୁ ଆମେ ସଚେତନ ଯେ, ଦୁର୍ଘଟଣା କୌଣସି ସମୟରେ ଏବଂ କାହାରି ସାଙ୍ଗରେ ଘଟିବାର ସବୁ ସମ୍ଭାବନା ରହିଛି।
ରାସ୍ତା ନିର୍ମାଣ ବେଳେ ସୁଡ଼ଙ୍ଗ ତିଆରି କରାଯିବାର ପ୍ରକ୍ରିୟା ସବୁବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରେ ବୋଲି ଚିନ୍ତା କରାଯାଏ। ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥା କାର୍ଯ୍ୟ ସହିତ ରହିବା କଥା। ଯେଉଁମାନେ ବିଦେଶରେ ରାସ୍ତା ସୁଡ଼ଙ୍ଗ ଦେଖିଛନ୍ତି, ସେମାନେ ନିଶ୍ଚିତ ଭାବେ କହିପାରିବେ ଯେ ଉଭୟ ପାର୍ଶ୍ୱରେ ଜରୁରିକାଳୀନ ସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ଥାନ ବ୍ୟବସ୍ଥା ସ୍ପଷ୍ଟ ଭାବେ କରାଯାଇଥାଏ। ସିଲ୍କୟାରା ସୁଡ଼ଙ୍ଗରେ ତାହା ନ ଥିବାରୁ ଏତେ ଦୀର୍ଘସମୟ ଲାଗିଗଲା ଉଦ୍ଧାର ପାଇଁ। ଭାବିଲେ ଭୟ ସୃଷ୍ଟି ହେଉଛି ଯେ, ସେହି ସୁଡ଼ଙ୍ଗ ନିର୍ମାଣ ହୋଇଯିବା ପରେ ଯଦି ଏଭଳି ଦୁର୍ଘଟଣା ଘଟିଥାଆନ୍ତା, ତେବେ ସମ୍ଭବତଃ ଆହୁରି ଅନେକ ଲୋକ ଏହି ଶ୍ରମିକମାନଙ୍କ ଭଳି ଚାପି ହୋଇ ରହିଯାଇଥାଆନ୍ତେ। ଏଥିସହିତ ଭାରତରେ ଏହିଭଳି ଦୁର୍ଘଟଣା ଯଦି ନିର୍ବାଚନ ସମୟରେ ଦୁର୍ଭାଗ୍ୟକୁ ଘଟେ, ତାହା ହେଲେ ସମସ୍ତେ ଅଣଦେଖା କଲା ଭଳି ରହିଯାଆନ୍ତେ। ଦେଖିବାକୁ ଗଲେ ଏହି ୪୧ ଜଣଙ୍କ ଭବିଷ୍ୟତ କ’ଣ ହେବ ଅସ୍ପଷ୍ଟ ଥିବାରୁ ଜାତୀୟ ଗଣମାଧ୍ୟମ ସେହି ସମ୍ପର୍କରେ ଖବର ପ୍ରସାର କରିବାରେ ହେଳା କରିଥିଲା। ଆରମ୍ଭରୁ ଯଦି ଜଣାପଡ଼ିଥାନ୍ତା ଯେ ଶ୍ରମିକମାନେ ନିଶ୍ଚିତ ଭାବେ ନିର୍ଦ୍ଦିଷ୍ଟ ସମୟରେ ଉଦ୍ଧାର ହେବେ, ତେବେ ଦେଶର ଅନେକ ନେତା ତମ୍ବୁ ପକାଇ ରାତିଦିନ ଟେଲିଭିଜନ କ୍ୟାମେରା ସମ୍ମୁଖରେ ବୀରତ୍ୱର ସହିତ ମନ୍ତବ୍ୟ ଦେଇଥାଆନ୍ତେ। ସେହି ଭରସା ନ ଥିବା ଯୋଗୁ ସମସ୍ତଙ୍କୁ ପ୍ରାର୍ଥନା କରିବାକୁ କୁହାଯାଇଥିଲା। ହୁଏତ ଏହି ଶ୍ରମିକମାନେ ଦ୍ୱିତୀୟ ଜୀବନ ପାଇବା ପଛରେ ଭାରତବାସୀଙ୍କ ପ୍ରାର୍ଥନା ଥିଲା; ବୈଷୟିକ ଜ୍ଞାନ ନୁହେଁ। କାରଣ ଯେଉଁ ର଼୍ୟାଟ୍‌ ହୋଲ୍‌ ଉପାୟରେ ସେମାନଙ୍କୁ ଉଦ୍ଧାର କରାଗଲା, ସେହି ଖନନ କରୁଥିବା ବ୍ୟକ୍ତିମାନେ ମେଘାଳୟ ଭଳି ରାଜ୍ୟରେ ସାଧାରଣତଃ ଏହି ଜ୍ଞାନକୌଶଳ ଲଗାଇ କୋଇଲା ଚୋରି କରିଥାଆନ୍ତି। ର଼୍ୟାଟ୍‌ ହୋଲ୍‌ ମାଇନିଂ ଏକ ଅସ୍ବାଭାବିକ ଚୋରଙ୍କ କାର୍ଯ୍ୟ, ଯାହାକି ଜୀବନ ପ୍ରତି ବିପଦ ଆଣିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri