ବୈଷୟିକ ଜ୍ଞାନ ନୁହେଁ

ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ଜାତୀୟ ରାଜପଥ ଉପରେ ନିର୍ମାଣାଧୀନ ସିଲ୍କୟାରା ସୁଡ଼ଙ୍ଗରେ ଫସିିଥିବା ୪୧ ଶ୍ରମିକ ୧୭ ଦିନ ପରେ ନଭେମ୍ବର ୨୮ ମଙ୍ଗଳବାର ସନ୍ଧ୍ୟାରେ ମୁକ୍ତ ପ୍ରଶ୍ୱାସ ନେବାର ସୁଯୋଗ ପାଇଲେ। ଏହି ଦୁର୍ଘଟଣା ଦର୍ଶାଇଲା ଯେ, ଭାରତର ବୈଷୟିକ ଜ୍ଞାନକୌଶଳ ଏବେ ମଧ୍ୟ ପଛୁଆ ଅଛି। ଅହଂଭାବକୁ ଛାଡ଼ି କେନ୍ଦ୍ର ସରକାର ପ୍ରଥମରୁ ଅନ୍ତର୍ଜାତୀୟ ସାହାଯ୍ୟ ଲୋଡ଼ିଥିଲେ ଏହି ଅସ୍ବାଭାବିକ ସ୍ଥିତି ପୂର୍ବରୁ ସମାଧାନ ହୋଇପାରିଥାନ୍ତା। ବିଶେଷକରି ବିଦେଶର ପାହାଡ଼ିଆ ଦେଶ ସୁଇଜରଲାଣ୍ଡ, ଜର୍ମାନୀ ଏପରି କି ଚାଇନାରେ ମଧ୍ୟ ଅନେକ ସୁଡ଼ଙ୍ଗ ନିର୍ମିତ ହୋଇଛି ଓ ହେବାରେ ଲାଗିଛି। ସେସବୁ ରାଷ୍ଟ୍ରରେ ଏଭଳି ଦୁର୍ଘଟଣା ଘଟିବାର କ୍ୱଚିତ ଉଦାହରଣ ଦେଖିବାକୁ ମିଳେ। କାର୍ଯ୍ୟ ଯଦି ଉଚିତ ମାନର ହୋଇଥାଆନ୍ତା, ତେବେ ଏପରି ଦୁର୍ଘଟଣା କେବେ ହେଲେ ଘଟି ନ ଥାଆନ୍ତା। ଏହା କହିଲା ବେଳକୁ ଆମେ ସଚେତନ ଯେ, ଦୁର୍ଘଟଣା କୌଣସି ସମୟରେ ଏବଂ କାହାରି ସାଙ୍ଗରେ ଘଟିବାର ସବୁ ସମ୍ଭାବନା ରହିଛି।
ରାସ୍ତା ନିର୍ମାଣ ବେଳେ ସୁଡ଼ଙ୍ଗ ତିଆରି କରାଯିବାର ପ୍ରକ୍ରିୟା ସବୁବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରେ ବୋଲି ଚିନ୍ତା କରାଯାଏ। ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥା କାର୍ଯ୍ୟ ସହିତ ରହିବା କଥା। ଯେଉଁମାନେ ବିଦେଶରେ ରାସ୍ତା ସୁଡ଼ଙ୍ଗ ଦେଖିଛନ୍ତି, ସେମାନେ ନିଶ୍ଚିତ ଭାବେ କହିପାରିବେ ଯେ ଉଭୟ ପାର୍ଶ୍ୱରେ ଜରୁରିକାଳୀନ ସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ଥାନ ବ୍ୟବସ୍ଥା ସ୍ପଷ୍ଟ ଭାବେ କରାଯାଇଥାଏ। ସିଲ୍କୟାରା ସୁଡ଼ଙ୍ଗରେ ତାହା ନ ଥିବାରୁ ଏତେ ଦୀର୍ଘସମୟ ଲାଗିଗଲା ଉଦ୍ଧାର ପାଇଁ। ଭାବିଲେ ଭୟ ସୃଷ୍ଟି ହେଉଛି ଯେ, ସେହି ସୁଡ଼ଙ୍ଗ ନିର୍ମାଣ ହୋଇଯିବା ପରେ ଯଦି ଏଭଳି ଦୁର୍ଘଟଣା ଘଟିଥାଆନ୍ତା, ତେବେ ସମ୍ଭବତଃ ଆହୁରି ଅନେକ ଲୋକ ଏହି ଶ୍ରମିକମାନଙ୍କ ଭଳି ଚାପି ହୋଇ ରହିଯାଇଥାଆନ୍ତେ। ଏଥିସହିତ ଭାରତରେ ଏହିଭଳି ଦୁର୍ଘଟଣା ଯଦି ନିର୍ବାଚନ ସମୟରେ ଦୁର୍ଭାଗ୍ୟକୁ ଘଟେ, ତାହା ହେଲେ ସମସ୍ତେ ଅଣଦେଖା କଲା ଭଳି ରହିଯାଆନ୍ତେ। ଦେଖିବାକୁ ଗଲେ ଏହି ୪୧ ଜଣଙ୍କ ଭବିଷ୍ୟତ କ’ଣ ହେବ ଅସ୍ପଷ୍ଟ ଥିବାରୁ ଜାତୀୟ ଗଣମାଧ୍ୟମ ସେହି ସମ୍ପର୍କରେ ଖବର ପ୍ରସାର କରିବାରେ ହେଳା କରିଥିଲା। ଆରମ୍ଭରୁ ଯଦି ଜଣାପଡ଼ିଥାନ୍ତା ଯେ ଶ୍ରମିକମାନେ ନିଶ୍ଚିତ ଭାବେ ନିର୍ଦ୍ଦିଷ୍ଟ ସମୟରେ ଉଦ୍ଧାର ହେବେ, ତେବେ ଦେଶର ଅନେକ ନେତା ତମ୍ବୁ ପକାଇ ରାତିଦିନ ଟେଲିଭିଜନ କ୍ୟାମେରା ସମ୍ମୁଖରେ ବୀରତ୍ୱର ସହିତ ମନ୍ତବ୍ୟ ଦେଇଥାଆନ୍ତେ। ସେହି ଭରସା ନ ଥିବା ଯୋଗୁ ସମସ୍ତଙ୍କୁ ପ୍ରାର୍ଥନା କରିବାକୁ କୁହାଯାଇଥିଲା। ହୁଏତ ଏହି ଶ୍ରମିକମାନେ ଦ୍ୱିତୀୟ ଜୀବନ ପାଇବା ପଛରେ ଭାରତବାସୀଙ୍କ ପ୍ରାର୍ଥନା ଥିଲା; ବୈଷୟିକ ଜ୍ଞାନ ନୁହେଁ। କାରଣ ଯେଉଁ ର଼୍ୟାଟ୍‌ ହୋଲ୍‌ ଉପାୟରେ ସେମାନଙ୍କୁ ଉଦ୍ଧାର କରାଗଲା, ସେହି ଖନନ କରୁଥିବା ବ୍ୟକ୍ତିମାନେ ମେଘାଳୟ ଭଳି ରାଜ୍ୟରେ ସାଧାରଣତଃ ଏହି ଜ୍ଞାନକୌଶଳ ଲଗାଇ କୋଇଲା ଚୋରି କରିଥାଆନ୍ତି। ର଼୍ୟାଟ୍‌ ହୋଲ୍‌ ମାଇନିଂ ଏକ ଅସ୍ବାଭାବିକ ଚୋରଙ୍କ କାର୍ଯ୍ୟ, ଯାହାକି ଜୀବନ ପ୍ରତି ବିପଦ ଆଣିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri