ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା ଘଟଣାକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଗୁରୁତର ସହ ଗ୍ରହଣ କରିଛନ୍ତି। ଏହି ଘଟଣାକୁ ନେଇ କମିଶନ ସମ୍ପୃକ୍ତ ପକ୍ଷଙ୍କୁ ୭ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନୋଟିସ ଜାରି କରିଛନ୍ତି।

ସୂଚନାନୁସାରେ, ଗତ ୧୦ ଜୁଲାଇ ଝାରସୁଗୁଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ଆୟୋଜିତ ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନରେ ରାଜ୍ୟ ଯୁବ ବିଜେଡି ସଭାପତି ଇପ୍ସିତା ସାହୁ ଏବଂ ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ନେତୃତ୍ୱରେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରୀଙ୍କୁ ସାମିଲ କରାଯାଇଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣା ସମ୍ପର୍କିତ ଫଟୋ ଓ ଭିଡିଓ ପ୍ରମାଣ କମିଶନଙ୍କ ନିକଟରେ ଦାଖଲ ହେବା ପରେ କମିଶନ ଅଧ୍ୟକ୍ଷା ବବିତା ପାତ୍ର ପ୍ରାଥମିକ ଯାଞ୍ଚ କରିଥିଲେ। ଯାଞ୍ଚ ପରେ କମିଶନ କହିଛନ୍ତି ଯେ, ବିଦ୍ୟାଳୟ ସମୟରେ ପିଲାମାନଙ୍କୁ ଶିକ୍ଷାରୁ ବଞ୍ଚିତ କରି ପ୍ରଖର ଖରା, ନିଆଁ ଓ ଧୂଆଁ ଭଳି ଅସୁରକ୍ଷିତ ପରିବେଶରେ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ କରିବା ଶିଶୁ ସୁରକ୍ଷା ଆଇନ ଓ ସାମ୍ବିଧାନିକ ଅଧିକାରର ସ୍ପଷ୍ଟ ଉଲ୍ଲଂଘନ।

କମିଶନ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏଭଳି କାର୍ଯ୍ୟ ଶିଶୁ ନ୍ୟାୟ (JJ) ଅଧିନିୟମ ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ଅନୁଯାୟୀ ଅପରାଧିକ ମାମଲାର ପରିସରଭୁକ୍ତ।

ଶିଶୁ ଅଧିକାର ସୁରକ୍ଷା କମିଶନ ଆଇନ, ୨୦୦୫ର ଧାରା–୧୩ ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ କମିଶନ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଘଟଣାରେ ସମ୍ପୃକ୍ତ ୧ରୁ ୪ ନମ୍ବର ପ୍ରତିପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ୭ ଦିନ ମଧ୍ୟରେ ଲିଖିତ ଜବାବ ଦାଖଲ କରିବାକୁ କୁହାଯାଇଛି। ସେମାନଙ୍କ ବିରୋଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେନେଇ ସ୍ପଷ୍ଟୀକରଣ ମଧ୍ୟ ମଗାଯାଇଛି।

ଅନ୍ୟପକ୍ଷରେ, ୫ରୁ ୭ ନମ୍ବର ପ୍ରତିପକ୍ଷଙ୍କୁ ଘଟଣାର ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୭ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ (ATR) ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଏହାଛଡ଼ା ଶିକ୍ଷାର ଅଧିକାର ଆଇନ (RTE), ୨୦୦୯, ପୋକ୍ସୋ ଆଇନ, ୨୦୧୨ ଏବଂ ଜୁଭେନାଇଲ ଜଷ୍ଟିସ (JJ) ଆଇନ, ୨୦୧୫ର କଡ଼ା ଅନୁପାଳନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ମଧ୍ୟ କମିଶନ ନିର୍ଦ୍ଦେଶନାମାର ନକଲ ପ୍ରେରଣ କରିଛନ୍ତି।

ଏହି ଘଟଣାରେ ଶିଶୁ ଅଧିକାର କମିଶନଙ୍କ କଡ଼ା ପଦକ୍ଷେପ ପରେ ଝାରସୁଗୁଡ଼ା ଜିଲାରେ ରାଜନୈତିକ ହଲଚଲ ବଢ଼ିଥିବା ଦେଖିବାକୁ ମିଳିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାକୁ ଚାହୁଁଛନ୍ତି କି? ଡାଏଟ୍‌ରେ ସାମିଲ୍ କରନ୍ତୁ ପ୍ରୋଟିନ୍‌, ଜାଣନ୍ତୁ କାହିଁକି ଜରୁରୀ

ଆଜିକାଲି ଓଜନ କମାଇବା ପାଇଁ ଅନେକ ଲୋକ ବ୍ୟାୟାମ ସହ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । କିଛି ଲୋକ ଓଜନ ହ୍ରାସ କରିବା…

ସମିତିସଭ୍ୟ ପୀତବାସ ସାହୁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର,୬।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ବଡପଡା ସମିତିସଭ୍ୟ ପୀତବାସ ସାହୁ ଶୁକ୍ରବାର ସକାଳେ ପରଲୋକ ଗମନ କରିଛନ୍ତି। ସେ ଆଜକୁ କିଛି ମାସ ହେବ…

କୋଟିଆକୁ ନେଇ ଆଇନ ମନ୍ତ୍ରୀଙ୍କ କଡ଼ା ବର୍ତ୍ତା, କହିଲେ ଆମେ ଚୁପ୍‌ହୋଇ…

ଭୁବନେଶ୍ୱର,୬।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର କୋଟିଆକୁ ନେଇ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। କୋଟିଆକୁ ନେଇ ସରକାର ଆଉ ଚୁପ୍‌ ହୋଇ ବସିବେ ନାହିଁ…

Video: ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ; କୁନି ଝିଅ କଣ୍ଠରୁ ଶୁଣିଲେ ଭଜନ

ନୂଆଦିଲ୍ଲୀ,୬।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବିଷା…

ଆଜି ଧନତେରସରେ ଶୁକ୍ରଙ୍କ ରାଶି ପରିବର୍ତ୍ତନ: ୧୬ ଦିନ ଯାଏ ୫ ରାଶିଙ୍କ ଧନଲାଭ ଯୋଗ, ଘରକୁ ଆସିବେ ଲକ୍ଷ୍ମୀ

ଆଜି ୬ ନଭେମ୍ୱରରୁ ଆସନ୍ତା ୨୨ ନଭେମ୍ୱର ପର୍ଯ୍ୟନ୍ତ ଶୁକ୍ରଗ୍ରହ କନ୍ୟା ରାଶିରେ ବିରାଜମାନ କରିବେ। କନ୍ୟା ରାଶିରେ ଶୁକ୍ରଙ୍କର ଏହି ଉପସ୍ଥିତି ଅନେକ ରାଶିର ବ୍ୟକ୍ତିବିଶେଷଙ୍କ…

ଦ୍ୱିତୀୟ ODI ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ସିରିଜ୍‌ରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ଖେଳାଳି, ଶୁଣିଲେ ଖୁସି ହୋଇଯିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ,୬।୧୧: ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ମ୍ୟାଚ ଆସନ୍ତା ଶନିବାର, ନଭେମ୍ବର ୭ ତାରିଖରେ ୱେଲିଂଟନରେ…

ସ୍ବାମୀ ଅସୁସ୍ଥ ହେବାରୁ ଜ୍ୱାଇଁଙ୍କ ସହ ପଳାଇ ଗଲେ ଶାଶୁ, ସାଙ୍ଗରେ ନେଇଗଲେ ସମସ୍ତ ପୈତୃକ ଅଳଙ୍କାର

ଉନ୍ନାଓ,୬।୧୧: ଉନ୍ନାଓରେ ଏକ ଜଟିଳ ପାରିବାରିକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଜଣେ ମହିଳା ନିଜର ଅସୁସ୍ଥ ସ୍ବାମୀଙ୍କୁ ଘରେ ଛାଡ଼ି ନିଜ ଜ୍ୱାଇଁଙ୍କ ସହ…

ଦୀପାବଳିରେ କର୍ମଚାରୀଙ୍କୁ ଦାମୀ ଉପହାର; ମିଠା ବଦଳରେ ଦେଲେ iPhone Duo, ତାପରେ….

ଦୁବାଇ,୬।୧୧: ଦୀପାବଳି ଅବସରରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ମିଠା ପ୍ୟାକେଟ୍‌ କିମ୍ବା ଛୋଟ ଉପହାର ଦେଇଥାନ୍ତି । ହେଲେ ୟୁଏଇର ଏକ କମ୍ପାନୀରେ ଏଥର ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?