Posted inଜାତୀୟ

ସ୍କୁଲ୍‌ ଛାତ୍ରୀଙ୍କୁ ବଳାତ୍କାର ମାମଲା: ମହନ୍ତ ଶିବମୂର୍ତ୍ତି ଗିରଫ

ବେଙ୍ଗାଲୁରୁ,୧ା୯: ନାବାଳିକା ଯୌନ ନିର୍ଯାତନା ଓ ବଳାତ୍କାର ମାମଲାରେ କର୍ନାଟକର ଏକ ପ୍ରମୁଖ ଲିଙ୍ଗାୟତ ମଠର ମହନ୍ତ ଶିବମୂର୍ତ୍ତି ମୁରୁଘା ଶରାନାରୁଙ୍କୁ ଗୁରୁବାର ରାତିରେ ଗିରଫ କରାଯାଇଛି। ଦୁଇ ସ୍କୁଲ୍‌ ଛାତ୍ରୀଙ୍କ ଅଭିଯୋଗକ୍ରମେ ତାଙ୍କ ବିରୋଧରେ ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଥିଲା। ଶୁକ୍ରବାର ସକାଳେ ତାଙ୍କୁ କୋର୍ଟରେ ହାଜର କରାଯିବ। ତେବେ ଅଭିଯୋଗକୁ ମହନ୍ତ ଖଣ୍ଡନ କରିବା ସହ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଯୌନ ନିର୍ଯାତନ ଅଭିଯୋଗ ପରେ ମହନ୍ତଙ୍କୁ ଗିରଫ କରିବା ଲାଗି ମୁରୁଘା ମଠର କେତେଜଣ କର୍ମଚାରୀଙ୍କ ସମେତ ଦଳିତ ସମ୍ପ୍ରଦାୟ ପକ୍ଷରୁ ଜୋର୍‌ଦାର ଦାବି କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲିଙ୍ଗାୟତ ନେତା ବି.ଏସ୍‌. ୟେଦୁରପ୍ପା ମହନ୍ତଙ୍କୁ ସମର୍ଥନ କରିବା ସହ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇଥିବା କହିଥିଲେ।ବଳାତ୍କାର ଅଭିଯୋଗ ପରେ ଫେରାର ଥିବା ସନ୍ଥଙ୍କ ବିରୋଧରେ ରାଜ୍ୟ ପୋଲିସ ଗୁରୁବାର ଲୁକ୍‌ଆଉଟ ନୋଟିସ ଜାରି କରିଥିଲା। ମହନ୍ତ ଯେପରି ଦେଶଛାଡ଼ି ନ ଯାଆନ୍ତି ସେଥିପାଇଁ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସାମୁଦ୍ରିକ ବନ୍ଦର ସମେତ ସମସ୍ତ ଚେକ୍‌ପଏଣ୍ଟ କର୍ତ୍ତୃପକ୍ଷଙ୍କୁ ସତର୍କ କରିଦିଆଯାଇଥିଲା। ଯୌନ ନିର୍ଯାତନା ମାମଲାର ତଦନ୍ତରେ ତ୍ରୁଟି ରହିଥିବା ଦର୍ଶାଇ ଆଇନଜୀବୀମାନଙ୍କ ଏକ ଟିମ୍‌ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଲାଗି ଦାବି କରିଛି। ମଠ ଦ୍ୱାରା ପରିଚାଳିତ ସ୍କୁଲ୍‌ ହଷ୍ଟେଲ୍‌ର ମୁଖ୍ୟ ଓ୍ବାଡେନ୍‌ଙ୍କୁ ପୋଲିସ ଅଟକ ରଖିଛି। ୨ ନାବାଳିକା ପୀଡ଼ିତାଙ୍କ ଅଭିଯୋଗକ୍ରମେ ମହୀଶୂର ସିଟି ପୋଲିସ ସନ୍ଥ ଶିବମୂର୍ତ୍ତିଙ୍କ ବିରୋଧରେ ପୋକ୍ସୋ ଆଇନରେ ମାମଲା ରୁଜୁ କରିଥିଲା। ଅଭିଯୋଗ ଅନୁଯାୟୀ ମଠ ପରିଚାଳିତ ସ୍କୁଲ୍‌ରେ ପଢ଼ୁଥିବା ୧୫ ଓ ୧୬ ବର୍ଷର ଦୁଇଜଣ ଛାତ୍ରୀଙ୍କୁ ମହନ୍ତ ୩.୫ ବର୍ଷ ହେଲା ଯୌନ ନିର୍ଯାତନା ଦେଇଆସୁଥିଲେ। ଗତ ଜୁଲାଇ ୨୪ରେ ୨ ଛାତ୍ରୀ ହଷ୍ଟେଲ ଛାଡ଼ି ପଳାଇଆସି ୨୫ ତାରିଖରେ କଟନପେଟ୍‌ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri