ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ: ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଶ୍ରେଣୀଗୃହ

କେସିଙ୍ଗା,୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୪.୭.୧୯୮୩ରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ତତ୍କାଳୀନ ବିଜେଡି ରାଜ୍ୟ ସରକାରଙ୍କ ଦ୍ୱାରା ୫ଟି କାର୍ଯ୍ୟ ମଧ୍ୟ ହୋଇଛି। ଅନେକ ଶ୍ରେଣୀ ଗୃହ ଖରାପ ଅବସ୍ଥାରେ ଥିଲା। ଗତ ୨୦ ୨୨-୨୩ ମସିହାରେ ୫ଟି କାମ ଆରମ୍ଭ ହୋଇଥିଲା। କିନ୍ତୁ ଆଜିକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରେଣୀ ଗୃହ ସମ୍ପୁର୍ଣ୍ଣ ହୋଇନାହିଁ। ଏହି ଶ୍ରେଣୀ ଗୃହ ନିର୍ମାଣରେ ୪ ଜଣ ଠିକାଦାର ବଦଳି ଗଲେଣି। ଏହି ଶ୍ରେଣୀ ଗୃହ ନିର୍ମାଣ ପାଇଁ ୯ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଶୁଣିବାକୁ ମିଳୁଛି। କିନ୍ତୁ ବିନା ସୂଚନା ଫଳକରେ କାର୍ଯ୍ୟ ଚାଲିଥିବାରୁ କୌଣସି ସଠିକ ସୂଚନା ମିଳିପାରିନାହିଁ। ସ୍ମାର୍ଟ କ୍ଳାସ ରୁମର ମୁଖ୍ୟ କବାଟ ଭାଙ୍ଗି ଗଲାଣି। ତଥାପି କାହାରି ନଜର ପଡୁନାହିଁ। ଶିକ୍ଷକମାନେ ଗପସପରେ ସମୟ ବିତାଉଛନ୍ତି।ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ସୁଦ୍ଧା ଶିକ୍ଷକ ଶିକ୍ଷୟତ୍ରୀ ମାନେ କ୍ଳାସକୁ ଯାଉ ନାହାଁନ୍ତି। ଅଷ୍ଟମ,ନବମ ଶ୍ରେଣୀରେ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ସୁଦ୍ଧା ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ କ୍ଳାସ ରୁମକୁ ନ ଯାଇ ଗପସପରେ ଦିନ ବିତାଉ ଥିବାରୁ ଛାତ୍ରୀଛାତ୍ରମାନେ ହୋହାଲ୍ଲା କରୁଥିବା ଦେଖିବାକୁ ମିଳୁଛି।ଏହି ବିଦ୍ୟାଳୟରେ ରାଜ୍ୟ ସରକାର ଙ୍କ ପକ୍ଷରୁ କଲେଜ ମଧ୍ୟ ଖୋଲା ଯାଇଛି। ଚଳିତ ଶିକ୍ଷା ବର୍ଷରେ ଏହି କଲେଜ ବର୍ଷିକିୟା ଅଧ୍ୟାପକ ପୋଷ୍ଟ ନିଯୁକ୍ତି ଦେବା ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହି ଅଧ୍ୟାପକ ପୋଷ୍ଟ ପାଇଁ ଆଖପାଖ ଅଞ୍ଚଳରୁ ୯୦ଜଣ ପ୍ରାର୍ଥୀ ଆବେଦନ କରିଥିଲେ।

ସେଥିମଧ୍ୟରୁ ୭ ଜଣଙ୍କୁ ନିଯୁକ୍ତି ଦେବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହି ନିଯୁକ୍ତିରେ ଡ଼ିଇଓ ,ସିଲେକ୍ସନ କମିଟି ଅଧ୍ୟକ୍ଷ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିନା ଦସ୍ତଖତରେ ନିଯୁକ୍ତି ଦେଇ ଡ଼ିଇଓଙ୍କ କାର୍ଯ୍ୟାଳୟ ୭ ଜଣଙ୍କ ଲିଷ୍ଟ ପଠାଯାଇଛି। ଆବେଦନ କରିଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସିଲେକ୍ସନ କମିଟିର ଅଧ୍ୟକ୍ଷ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ମୋ ବିନା ଦସ୍ତଖତରେ ପ୍ରିନ୍ସିପାଲ ନିଯୁକ୍ତି ଦେଇଛନ୍ତି,ଏହା ଏକ ଦଣ୍ଡନୀୟ କାମ କରାଯାଇଛି ବୋଲି ପ୍ରକାଶ କରିଥିଲେ। ଏ ନେଇ କାଣ୍ଡେଲ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ଝରଣା ଶବରଙ୍କୁ ପଚାରିବାରୁ ମୁଁ ନୂତନ ଭାବେ ଏହି ବିଦ୍ୟାଳୟରେ ଯୋଗଦାନ କରିଛି,ମୁଁ ଜାଣି ପାରିଲି ନାହିଁ ବୋଲି ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ବଡ଼ ଡେଙ୍ଗନେଲି ନିକଟରେ ଭୁଶୁଡ଼ିଲା କଲଭର୍ଟ, ନିୟମଗିରି ଅଞ୍ଚଳକୁ ବନ୍ଦ ହୋଇଗଲା ଯାତାୟାତ

କଲ୍ୟାଣସିଂହପୁର,୧ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପକ୍ଷରୁ ନିର୍ମିତ ମୁଖ୍ୟ ରାସ୍ତା ଏବେ ସମ୍ପୂର୍ଣ୍ଣ…

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?