Odisha Elections 2024
Posted inଫୁରସତ

ସ୍କୁଲରୁ ଚୋରି ହେଉଥିଲା ଝିଅର ଟିଫିନ, ଖାଇବାରେ ମାଆ ମିଶାଇଦେଲେ ବିଷାକ୍ତ ଜିନିଷ, ଆଉ ତା’ ପରେ…

ପ୍ରତିଶୋଧ ପରାୟଣ ହୋଇ ଲୋକେ କିଛି ଏପରି କିଛି କରି ବସନ୍ତି ଯାହାଦ୍ୱାରା ଆଉ କାହାକୁ ହଇରାଣ ହେବା ସହ ନିଜେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ନିକଟରେ ଏପରି ଏକ ଘଟଣା ଘଟିଛି। ଗୋଟିଏ ଛୋଟ ଝିଅ ସ୍କୁଲକୁ ନେଉଥିବା ଟିଫିନ୍‌ ସବୁବେଳେ ଚୋରି ହୋଇଯାଉଥିଲା। ମାଆ ସକାଳୁ ସକାଳୁ ପ୍ରସ୍ତୁତ କରି ଦେଉଥିବା ଟିଫିନ୍‌କୁ ଖାଇ ନ ପାରି ଝିଅ ପ୍ରତିଦିନ ଖାଲି ପେଟରେ ରହୁଥିଲା। ଏନେଇ ମହିଳାଜଣକ ସବୁବେଳେ ବ୍ୟସ୍ତ ରହୁଥିଲେ। କିନ୍ତୁ ଟିଫିନ୍‌ ଚୋରକୁ ଦଣ୍ଡ ଦେବାପାଇଁ ମହିଳା ଜଣକ କିଛି ଏପରି କରି ବସିଲେ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାପରେ ମହିଳା ସୋସିଆଲ ମିଡିଆରେ ଏହି କଥାକୁ ସ୍ବୀକାର ମଧ୍ୟ କରିଛନ୍ତି। ଯାହାକୁ ନେଇ ୟୁଜର୍ସ ତାଙ୍କୁ ଟ୍ରୋଲ କରିବାରେ ଲାଗିପଡିଛନ୍ତି।

ମହିଳାଜଣକ ପୋଷ୍ଟରେ କହିଛନ୍ତି, ଝିଅର ଟିଫିନ୍‌ ଚୋରି ହେବା ନେଇ ମୁଁ ସବୁବେଳେ ଚିନ୍ତିତ ଥିଲି। ଏନେଇ ସ୍କୁଲ ହେଡସାର୍‌ଙ୍କୁ ଜଣାଇଲେ ମଧ୍ୟ ଶିକ୍ଷକ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିଲେ। ତେଣୁ ଚୋରକୁ ଧରିବା ପାଇଁ ମୁଁ ଝିଅର ଟିଫିନରେ ପୁର୍ଗେଟିଭ କର୍ଟୋନ ମିଶାଇବାରେ ଲାଗିଲି। ଏଥିସହ ଝିଅକୁ କ୍ୟାଣ୍ଟିନରେ ଖାଇଦେବା ପାଇଁ ଟଙ୍କା ଦେଉଥିଲି। କ୍ଲାସରେ ବାରମ୍ବାର କିଏ ଟଏଲେଟ ଯାଉଛି ସେ ନେଇ ଦୃଷ୍ଟି ରଖିବାକୁ ଝିଅକୁ ନିର୍ଦ୍ଦେଶ ଦେଇଥିଲି।

କିଛିଦିନ ପରେ ଚୋର ଧରା ପଡିଥିଲା। କ୍ଲାସର ବିଲେ ନାମକ ପୁଅ, ଝିଅଟିର ଟିଫିନ ଖାଇ ବାରବାର ଟଏଲଟ ଯାଉଥିଲା। ଜଣାପଡିବା ପରେ ସ୍କୁଲରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଲେ ତାଙ୍କ ମାଆକୁ ଏନେଇ ଅଭିଯୋଗ କରିଛନ୍ତି ଯେ, ଝିଅଟି ଜାଣିଶୁଣି ବିଲେକୁ କୋଷ୍ଠକାଠିନ୍ୟ ହେଉଥିବା ଖାଦ୍ୟ ଦେଉଥିଲେ। ଏବେ ଝିଅଟିକୁ ସ୍କୁଲରୁ ବାହାର କରିବା ନେଇ ବିବାଦ ଦେଖାଯାଇଛି। ମହିଳାଜଣକ ଏହିକଥା ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ବହୁ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri