Posted inଫୁରସତ

ସ୍କୁଲରୁ ଚୋରି ହେଉଥିଲା ଝିଅର ଟିଫିନ, ଖାଇବାରେ ମାଆ ମିଶାଇଦେଲେ ବିଷାକ୍ତ ଜିନିଷ, ଆଉ ତା’ ପରେ…

ପ୍ରତିଶୋଧ ପରାୟଣ ହୋଇ ଲୋକେ କିଛି ଏପରି କିଛି କରି ବସନ୍ତି ଯାହାଦ୍ୱାରା ଆଉ କାହାକୁ ହଇରାଣ ହେବା ସହ ନିଜେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ନିକଟରେ ଏପରି ଏକ ଘଟଣା ଘଟିଛି। ଗୋଟିଏ ଛୋଟ ଝିଅ ସ୍କୁଲକୁ ନେଉଥିବା ଟିଫିନ୍‌ ସବୁବେଳେ ଚୋରି ହୋଇଯାଉଥିଲା। ମାଆ ସକାଳୁ ସକାଳୁ ପ୍ରସ୍ତୁତ କରି ଦେଉଥିବା ଟିଫିନ୍‌କୁ ଖାଇ ନ ପାରି ଝିଅ ପ୍ରତିଦିନ ଖାଲି ପେଟରେ ରହୁଥିଲା। ଏନେଇ ମହିଳାଜଣକ ସବୁବେଳେ ବ୍ୟସ୍ତ ରହୁଥିଲେ। କିନ୍ତୁ ଟିଫିନ୍‌ ଚୋରକୁ ଦଣ୍ଡ ଦେବାପାଇଁ ମହିଳା ଜଣକ କିଛି ଏପରି କରି ବସିଲେ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାପରେ ମହିଳା ସୋସିଆଲ ମିଡିଆରେ ଏହି କଥାକୁ ସ୍ବୀକାର ମଧ୍ୟ କରିଛନ୍ତି। ଯାହାକୁ ନେଇ ୟୁଜର୍ସ ତାଙ୍କୁ ଟ୍ରୋଲ କରିବାରେ ଲାଗିପଡିଛନ୍ତି।

ମହିଳାଜଣକ ପୋଷ୍ଟରେ କହିଛନ୍ତି, ଝିଅର ଟିଫିନ୍‌ ଚୋରି ହେବା ନେଇ ମୁଁ ସବୁବେଳେ ଚିନ୍ତିତ ଥିଲି। ଏନେଇ ସ୍କୁଲ ହେଡସାର୍‌ଙ୍କୁ ଜଣାଇଲେ ମଧ୍ୟ ଶିକ୍ଷକ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିଲେ। ତେଣୁ ଚୋରକୁ ଧରିବା ପାଇଁ ମୁଁ ଝିଅର ଟିଫିନରେ ପୁର୍ଗେଟିଭ କର୍ଟୋନ ମିଶାଇବାରେ ଲାଗିଲି। ଏଥିସହ ଝିଅକୁ କ୍ୟାଣ୍ଟିନରେ ଖାଇଦେବା ପାଇଁ ଟଙ୍କା ଦେଉଥିଲି। କ୍ଲାସରେ ବାରମ୍ବାର କିଏ ଟଏଲେଟ ଯାଉଛି ସେ ନେଇ ଦୃଷ୍ଟି ରଖିବାକୁ ଝିଅକୁ ନିର୍ଦ୍ଦେଶ ଦେଇଥିଲି।

କିଛିଦିନ ପରେ ଚୋର ଧରା ପଡିଥିଲା। କ୍ଲାସର ବିଲେ ନାମକ ପୁଅ, ଝିଅଟିର ଟିଫିନ ଖାଇ ବାରବାର ଟଏଲଟ ଯାଉଥିଲା। ଜଣାପଡିବା ପରେ ସ୍କୁଲରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଲେ ତାଙ୍କ ମାଆକୁ ଏନେଇ ଅଭିଯୋଗ କରିଛନ୍ତି ଯେ, ଝିଅଟି ଜାଣିଶୁଣି ବିଲେକୁ କୋଷ୍ଠକାଠିନ୍ୟ ହେଉଥିବା ଖାଦ୍ୟ ଦେଉଥିଲେ। ଏବେ ଝିଅଟିକୁ ସ୍କୁଲରୁ ବାହାର କରିବା ନେଇ ବିବାଦ ଦେଖାଯାଇଛି। ମହିଳାଜଣକ ଏହିକଥା ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ବହୁ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri