ଟିକା ପରେ ସ୍କୁଲ

ଭାରତର ବିଭିନ୍ନ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସ୍କୁଲ ଓ କଲେଜ ଖୋଲୁଛନ୍ତି। ଓଡ଼ିଶାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲା ସରିଥିବା ବେଳେ ଅଗଷ୍ଟ ୯ରେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି। ଅଗଷ୍ଟ ୧୬ରେ ନବମ ଓ ଏକାଦଶ ଏବଂ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲାଯିବା ନେଇ ଘୋଷଣା ହୋଇଛି। ୧୮ବର୍ଷରୁ ଊର୍ଦ୍ଧ୍ୱ ଯୁବତୀଯୁବକଙ୍କ ପାଇଁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ସମସ୍ତେ ପାଇପାରି ନାହାନ୍ତି। ଏଭଳିସ୍ଥଳେ ସ୍କୁଲ ପିଲାଙ୍କୁ କେବେ ଟିକା ମିଳିବ ଭାବିଲା ବେଳକୁ ଆଖି ପାଉନାହିଁ। ତେଣୁ ପିଲାଙ୍କୁ ସ୍କୁଲ ଛାଡ଼ିବା ନେଇ ମାତାପିତା ଓ ଅଭିଭାବକମାନେ ଚିନ୍ତାରେ ରହିବା ସ୍ବାଭାବିକ। ଏହା ସତ୍ୟ ଯେ, କୋଭିଡ୍‌-୧୯ ଯୋଗୁ ପାଖାପାଖି ଦେଢ଼ ବର୍ଷ ଧରି ଛାତ୍ରୀଛାତ୍ର ଶିକ୍ଷାନୁଷ୍ଠାନକୁ ଯାଇ ନ ପାରି ଘରେ ରହି ପଢ଼ୁଛନ୍ତି। ସ୍କୁଲ ସାଙ୍ଗମାନଙ୍କ ସହ ଦେଖାସାକ୍ଷାତ୍‌ ହୋଇପାରୁ ନ ଥିବାରୁ ସାମାଜିକ ସମ୍ପର୍କରେ ପରିବର୍ତ୍ତନ ଆସିଛି। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ, କରୋନା ସମୟରେ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଛି। ଏପରିକି ମାତାପିତାଙ୍କ ସହ ପିଲାମାନଙ୍କ ସମ୍ପର୍କରେ ପରିବର୍ତ୍ତନ ଆସିଛି। ସ୍କୁଲର ବାତାବରଣ ଏକ ଭିନ୍ନ ପ୍ରଭାବ ପକାଇଥାଏ। ଦୀର୍ଘଦିନ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଖୋଲିବା ଲାଗି ସରକାର ଏବେ ଆଗଭର ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ମିଳିଥିବା ଖବର ଅନୁଯାୟୀ ସରକାର ଏକ ନୂଆ ନିୟମ କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ଯେ ଛାତ୍ରୀଛାତ୍ର ଶିକ୍ଷାନୁଷ୍ଠାନକୁ ଯିବାକୁ ଚାହିଁଲେ ଅଭିଭାବକମାନଙ୍କୁ ଏକ ଇନ୍‌ଡେମ୍ନିଟି ବା ନିଜେ ଦାୟିତ୍ୱ ନେଉଛନ୍ତି ବୋଲି ଲେଖା ଦେବାକୁ ପଡ଼ିବ। ଏହାର ଅର୍ଥ ହେଲା ପିଲାମାନଙ୍କ ସ୍ବାସ୍ଥ୍ୟଜନିତ କୌଣସି ଅସୁବିଧା ହେଲେ ସେଥିପାଇଁ ସରକାର କିମ୍ବା ଶିକ୍ଷାନୁଷ୍ଠାନ ଦାୟୀ ରହିବେ ନାହିଁ। ତେବେ ସ୍ଥିତି ଦେଖି ସରକାର ନିଷ୍ପତ୍ତି ନେବା ଉଚିତ। ଉଦାହରଣ ଭାବେ ଆମେରିକାକୁ ଦେଖାଯାଉ। ସେଠାରେ ସ୍କୁଲ ଖୋଲିଦିଆଯିବା ପରେ କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ଅନେକ ପିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମସ୍ତଙ୍କ ପାଇଁ ଟିକାକରଣ ହୋଇ ନ ଥିବାରୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏଭଳି ସ୍ଥିତି ବିଷୟରେ ଭାରତୀୟ ମାତାପିତାଙ୍କୁ ଚିନ୍ତା କରିବାକୁ ପଡ଼ିବ। କୋଭିଡ୍‌-୧୯ ସଂକ୍ରମିତ ପିଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପାଖରେ ମାତାପିତା ପହଞ୍ଚି ପାରିବେ ନାହିଁ। ପିଲାର ସ୍ଥିତି କେଉଁ ପ୍ରକାର ଅଛି ସେ ବିଷୟରେ କୌଣସି ଠିକ୍‌ ତଥ୍ୟ ପାଇବା ସମ୍ଭବପର ନ ହେଲେ ଅଭିଭାବକଙ୍କ ମାନସିକ ସ୍ଥିତି କେଉଁପ୍ରକାର ହେବ ତାହା ପୂର୍ବରୁ ଭାବିବା କଷ୍ଟକର।
ଅଗଷ୍ଟ ୬ରେ ଶିକ୍ଷା, ମହିଳା, ଶିଶୁ, ଯୁବ ଓ କ୍ରୀଡ଼ା ବ୍ୟାପାର ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ପାର୍ଲାମେଣ୍ଟରେ ରିପୋର୍ଟ ଉପସ୍ଥାପନ କରି ମତ ଦେଇଛି ଯେ, ଅନ୍‌ଲାଇନ ଶିକ୍ଷା ବାସ୍ତବ ଶିକ୍ଷା ନୁହେଁ। ପାଠପଢ଼ାରେ ଦେଖାଦେଉଥିବା ବ୍ୟବଧାନକୁ ପୂରଣ କରିବା ସକାଶେ ଶ୍ରେଣୀ ପାଠପଢ଼ାର ଆବଶ୍ୟକତା ରହିଛି ବୋଲି କମିଟି କହିବା ସହ ପ୍ରତ୍ୟେକ ପିଲା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ବ୍ୟକ୍ତି ଟିକା ନେବା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଛି। ସଂସଦୀୟ କମିଟିର ଟିକା ସମ୍ପର୍କିତ ସୁପାରିସ ସ୍ବୀକାରଯୋଗ୍ୟ। କିନ୍ତୁ ଯେ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ଟିକା ନ ମିଳିଛି, ସେ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ବିପଜ୍ଜନକ ବୋଲି ଆମେରିକାର ଉଦାହରଣରୁ ଜଣାପଡ଼ିଛି। ଶ୍ରେଣୀ କକ୍ଷରେ ଶିକ୍ଷାଦାନ ଲାଗି ଗହଳି କମାଇବା ଉଦ୍ଦେଶ୍ୟରେ ଦିନେ ଛାଡ଼ି ଦିନେ କିମ୍ବା ଦୁଇଟି ଶିଫ୍‌ଟରେ ପିଲାଙ୍କୁ ପଢ଼ାଇବାର ବ୍ୟବସ୍ଥା ଉପରେ କମିଟି ଜୋର ଦେଇଛି। ଏପରି କି କୋଭିଡ୍‌-୧୯ ଯୋଗୁ ଦୀର୍ଘ ଦିନ ଧରି ଦିଆଯାଉଥିବା ଅନ୍‌ଲାଇନ ଶିକ୍ଷାରୁ ଅଭିଜ୍ଞତା ଆହରଣ କରାଯାଇ ବ୍ଲେଣ୍ଡେଣ୍ଡ୍‌ ମୋଡ୍‌ରେ ପଢ଼ାଯିବା ଦରକାର ବୋଲି କମିଟି ସୁପାରିସ କରିଛି। ଉଲ୍ଲେଖଯୋଗ୍ୟ ଯେ, ବ୍ଲେଣ୍ଡେଣ୍ଡ୍‌ ପଦ୍ଧତି ହେଉଛି ୫୦ ପ୍ରତିଶତ ଅନ୍‌ଲାଇନ୍‌ ଓ ୫୦ ପ୍ରତିଶତ ଅଫ୍‌ଲାଇନ୍‌ରେ କ୍ଲାସ ହେବାକୁ ବୁଝାଇଥାଏ। ଆମେ ଏହି ସ୍ତମ୍ଭରେ ୩୦ ଜୁନ୍‌ ୨୦୨୧ରେ ‘ମିଶ୍ରିତ ଶିକ୍ଷା’ ଶୀର୍ଷକ ଲେଖାରେ ମତ ରଖିଥିଲୁ ଯେ, ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ର ମିଶ୍ରଣ ଘଟି ଯେଉଁ ଶିକ୍ଷା ବ୍ୟବସ୍ଥା ପିଲାଙ୍କୁ ଭେଟି ଦିଆଯାଇପାରନ୍ତା, ତାହା ଦ୍ୱାରା ସେମାନେ ଯେକୌଣସି ପରିସ୍ଥିତିକୁ ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ହୁଅନ୍ତେ। ଏଥିସହିତ କୁହାଯାଇପାରେ ଯେ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଭାରତ ଭଳି ଦେଶର ବହୁସଂଖ୍ୟକ ପିଲା ଅର୍ଥନୈତିକ ଦୃଷ୍ଟିରୁ ବାଦ୍‌ ପଡ଼ିଯାଉଛନ୍ତି। ସେମାନଙ୍କ ବିଷୟରେ ବିଶେଷ ଚିନ୍ତା କରାଯିବା ଦରକାର।
ଆଜିର ସ୍ଥିତି ଦେଖିଲେ କୋଭିଡ୍‌-୧୯ର ପ୍ରାଦୁର୍ଭାବ କମି ନ ଥିବାରୁ ଏଥିପ୍ରତି ସତର୍କତା ଅବଲମ୍ବନ କରାଯିବା ଉଚିତ। ଥରେ ପିଲାମାନେ ସ୍କୁଲ ଯାଇ ସଂକ୍ରମିତ ହୋଇଗଲେ ମାତାପିତାଙ୍କ ଚିନ୍ତା ବହୁଗୁଣ ବଢ଼ିଯିବ। ବର୍ତ୍ତମାନ ସରକାରଙ୍କ ପ୍ରଧାନ କାର୍ଯ୍ୟ ହେବା ଉଚିତ ଯେ, ଯେଭଳି ହେଉ ପ୍ରତ୍ୟେକ ପିଲାକୁ ଟିକା ଦେଇ ଶ୍ରେଣୀକକ୍ଷକୁ ଅନୁମତି ଦିଅନ୍ତୁ। ନଚେତ୍‌ ମାତାପିତାଙ୍କଠାରୁ ଇଣ୍ଡେମ୍ନିଟି ଲେଖା ଯୋଗାଡ଼ କଲେ କେବଳ ସରକାର ପିଲାଙ୍କ ଅସୁବିଧା ପାଇଁ ଦାୟୀ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri