ଟିକା ପରେ ସ୍କୁଲ

ଭାରତର ବିଭିନ୍ନ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସ୍କୁଲ ଓ କଲେଜ ଖୋଲୁଛନ୍ତି। ଓଡ଼ିଶାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲା ସରିଥିବା ବେଳେ ଅଗଷ୍ଟ ୯ରେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି। ଅଗଷ୍ଟ ୧୬ରେ ନବମ ଓ ଏକାଦଶ ଏବଂ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲାଯିବା ନେଇ ଘୋଷଣା ହୋଇଛି। ୧୮ବର୍ଷରୁ ଊର୍ଦ୍ଧ୍ୱ ଯୁବତୀଯୁବକଙ୍କ ପାଇଁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ସମସ୍ତେ ପାଇପାରି ନାହାନ୍ତି। ଏଭଳିସ୍ଥଳେ ସ୍କୁଲ ପିଲାଙ୍କୁ କେବେ ଟିକା ମିଳିବ ଭାବିଲା ବେଳକୁ ଆଖି ପାଉନାହିଁ। ତେଣୁ ପିଲାଙ୍କୁ ସ୍କୁଲ ଛାଡ଼ିବା ନେଇ ମାତାପିତା ଓ ଅଭିଭାବକମାନେ ଚିନ୍ତାରେ ରହିବା ସ୍ବାଭାବିକ। ଏହା ସତ୍ୟ ଯେ, କୋଭିଡ୍‌-୧୯ ଯୋଗୁ ପାଖାପାଖି ଦେଢ଼ ବର୍ଷ ଧରି ଛାତ୍ରୀଛାତ୍ର ଶିକ୍ଷାନୁଷ୍ଠାନକୁ ଯାଇ ନ ପାରି ଘରେ ରହି ପଢ଼ୁଛନ୍ତି। ସ୍କୁଲ ସାଙ୍ଗମାନଙ୍କ ସହ ଦେଖାସାକ୍ଷାତ୍‌ ହୋଇପାରୁ ନ ଥିବାରୁ ସାମାଜିକ ସମ୍ପର୍କରେ ପରିବର୍ତ୍ତନ ଆସିଛି। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ, କରୋନା ସମୟରେ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଛି। ଏପରିକି ମାତାପିତାଙ୍କ ସହ ପିଲାମାନଙ୍କ ସମ୍ପର୍କରେ ପରିବର୍ତ୍ତନ ଆସିଛି। ସ୍କୁଲର ବାତାବରଣ ଏକ ଭିନ୍ନ ପ୍ରଭାବ ପକାଇଥାଏ। ଦୀର୍ଘଦିନ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଖୋଲିବା ଲାଗି ସରକାର ଏବେ ଆଗଭର ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ମିଳିଥିବା ଖବର ଅନୁଯାୟୀ ସରକାର ଏକ ନୂଆ ନିୟମ କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ଯେ ଛାତ୍ରୀଛାତ୍ର ଶିକ୍ଷାନୁଷ୍ଠାନକୁ ଯିବାକୁ ଚାହିଁଲେ ଅଭିଭାବକମାନଙ୍କୁ ଏକ ଇନ୍‌ଡେମ୍ନିଟି ବା ନିଜେ ଦାୟିତ୍ୱ ନେଉଛନ୍ତି ବୋଲି ଲେଖା ଦେବାକୁ ପଡ଼ିବ। ଏହାର ଅର୍ଥ ହେଲା ପିଲାମାନଙ୍କ ସ୍ବାସ୍ଥ୍ୟଜନିତ କୌଣସି ଅସୁବିଧା ହେଲେ ସେଥିପାଇଁ ସରକାର କିମ୍ବା ଶିକ୍ଷାନୁଷ୍ଠାନ ଦାୟୀ ରହିବେ ନାହିଁ। ତେବେ ସ୍ଥିତି ଦେଖି ସରକାର ନିଷ୍ପତ୍ତି ନେବା ଉଚିତ। ଉଦାହରଣ ଭାବେ ଆମେରିକାକୁ ଦେଖାଯାଉ। ସେଠାରେ ସ୍କୁଲ ଖୋଲିଦିଆଯିବା ପରେ କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ଅନେକ ପିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମସ୍ତଙ୍କ ପାଇଁ ଟିକାକରଣ ହୋଇ ନ ଥିବାରୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏଭଳି ସ୍ଥିତି ବିଷୟରେ ଭାରତୀୟ ମାତାପିତାଙ୍କୁ ଚିନ୍ତା କରିବାକୁ ପଡ଼ିବ। କୋଭିଡ୍‌-୧୯ ସଂକ୍ରମିତ ପିଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପାଖରେ ମାତାପିତା ପହଞ୍ଚି ପାରିବେ ନାହିଁ। ପିଲାର ସ୍ଥିତି କେଉଁ ପ୍ରକାର ଅଛି ସେ ବିଷୟରେ କୌଣସି ଠିକ୍‌ ତଥ୍ୟ ପାଇବା ସମ୍ଭବପର ନ ହେଲେ ଅଭିଭାବକଙ୍କ ମାନସିକ ସ୍ଥିତି କେଉଁପ୍ରକାର ହେବ ତାହା ପୂର୍ବରୁ ଭାବିବା କଷ୍ଟକର।
ଅଗଷ୍ଟ ୬ରେ ଶିକ୍ଷା, ମହିଳା, ଶିଶୁ, ଯୁବ ଓ କ୍ରୀଡ଼ା ବ୍ୟାପାର ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ପାର୍ଲାମେଣ୍ଟରେ ରିପୋର୍ଟ ଉପସ୍ଥାପନ କରି ମତ ଦେଇଛି ଯେ, ଅନ୍‌ଲାଇନ ଶିକ୍ଷା ବାସ୍ତବ ଶିକ୍ଷା ନୁହେଁ। ପାଠପଢ଼ାରେ ଦେଖାଦେଉଥିବା ବ୍ୟବଧାନକୁ ପୂରଣ କରିବା ସକାଶେ ଶ୍ରେଣୀ ପାଠପଢ଼ାର ଆବଶ୍ୟକତା ରହିଛି ବୋଲି କମିଟି କହିବା ସହ ପ୍ରତ୍ୟେକ ପିଲା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ବ୍ୟକ୍ତି ଟିକା ନେବା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଛି। ସଂସଦୀୟ କମିଟିର ଟିକା ସମ୍ପର୍କିତ ସୁପାରିସ ସ୍ବୀକାରଯୋଗ୍ୟ। କିନ୍ତୁ ଯେ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ଟିକା ନ ମିଳିଛି, ସେ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ବିପଜ୍ଜନକ ବୋଲି ଆମେରିକାର ଉଦାହରଣରୁ ଜଣାପଡ଼ିଛି। ଶ୍ରେଣୀ କକ୍ଷରେ ଶିକ୍ଷାଦାନ ଲାଗି ଗହଳି କମାଇବା ଉଦ୍ଦେଶ୍ୟରେ ଦିନେ ଛାଡ଼ି ଦିନେ କିମ୍ବା ଦୁଇଟି ଶିଫ୍‌ଟରେ ପିଲାଙ୍କୁ ପଢ଼ାଇବାର ବ୍ୟବସ୍ଥା ଉପରେ କମିଟି ଜୋର ଦେଇଛି। ଏପରି କି କୋଭିଡ୍‌-୧୯ ଯୋଗୁ ଦୀର୍ଘ ଦିନ ଧରି ଦିଆଯାଉଥିବା ଅନ୍‌ଲାଇନ ଶିକ୍ଷାରୁ ଅଭିଜ୍ଞତା ଆହରଣ କରାଯାଇ ବ୍ଲେଣ୍ଡେଣ୍ଡ୍‌ ମୋଡ୍‌ରେ ପଢ଼ାଯିବା ଦରକାର ବୋଲି କମିଟି ସୁପାରିସ କରିଛି। ଉଲ୍ଲେଖଯୋଗ୍ୟ ଯେ, ବ୍ଲେଣ୍ଡେଣ୍ଡ୍‌ ପଦ୍ଧତି ହେଉଛି ୫୦ ପ୍ରତିଶତ ଅନ୍‌ଲାଇନ୍‌ ଓ ୫୦ ପ୍ରତିଶତ ଅଫ୍‌ଲାଇନ୍‌ରେ କ୍ଲାସ ହେବାକୁ ବୁଝାଇଥାଏ। ଆମେ ଏହି ସ୍ତମ୍ଭରେ ୩୦ ଜୁନ୍‌ ୨୦୨୧ରେ ‘ମିଶ୍ରିତ ଶିକ୍ଷା’ ଶୀର୍ଷକ ଲେଖାରେ ମତ ରଖିଥିଲୁ ଯେ, ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ର ମିଶ୍ରଣ ଘଟି ଯେଉଁ ଶିକ୍ଷା ବ୍ୟବସ୍ଥା ପିଲାଙ୍କୁ ଭେଟି ଦିଆଯାଇପାରନ୍ତା, ତାହା ଦ୍ୱାରା ସେମାନେ ଯେକୌଣସି ପରିସ୍ଥିତିକୁ ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ହୁଅନ୍ତେ। ଏଥିସହିତ କୁହାଯାଇପାରେ ଯେ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଭାରତ ଭଳି ଦେଶର ବହୁସଂଖ୍ୟକ ପିଲା ଅର୍ଥନୈତିକ ଦୃଷ୍ଟିରୁ ବାଦ୍‌ ପଡ଼ିଯାଉଛନ୍ତି। ସେମାନଙ୍କ ବିଷୟରେ ବିଶେଷ ଚିନ୍ତା କରାଯିବା ଦରକାର।
ଆଜିର ସ୍ଥିତି ଦେଖିଲେ କୋଭିଡ୍‌-୧୯ର ପ୍ରାଦୁର୍ଭାବ କମି ନ ଥିବାରୁ ଏଥିପ୍ରତି ସତର୍କତା ଅବଲମ୍ବନ କରାଯିବା ଉଚିତ। ଥରେ ପିଲାମାନେ ସ୍କୁଲ ଯାଇ ସଂକ୍ରମିତ ହୋଇଗଲେ ମାତାପିତାଙ୍କ ଚିନ୍ତା ବହୁଗୁଣ ବଢ଼ିଯିବ। ବର୍ତ୍ତମାନ ସରକାରଙ୍କ ପ୍ରଧାନ କାର୍ଯ୍ୟ ହେବା ଉଚିତ ଯେ, ଯେଭଳି ହେଉ ପ୍ରତ୍ୟେକ ପିଲାକୁ ଟିକା ଦେଇ ଶ୍ରେଣୀକକ୍ଷକୁ ଅନୁମତି ଦିଅନ୍ତୁ। ନଚେତ୍‌ ମାତାପିତାଙ୍କଠାରୁ ଇଣ୍ଡେମ୍ନିଟି ଲେଖା ଯୋଗାଡ଼ କଲେ କେବଳ ସରକାର ପିଲାଙ୍କ ଅସୁବିଧା ପାଇଁ ଦାୟୀ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?