ଏସ୍‌ସିବିରେ ରକ୍ତ କର୍କଟ ରୋଗୀଙ୍କ ଜଟିଳ ପରୀକ୍ଷା ସୁବିଧା ନାହିଁ

କଟକ ଅଫିସ,୧୮ା୪: ଜଣେ ଗରିବ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସରକାର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବାବେଳେ ବିଶ୍ୱସ୍ତରୀୟ ପଥରେ ଅଗ୍ରସର ହେଉଥିବା ଏସ୍‌ସିବି ମେଡିକାଲରୁ ଏଭଳି ରୋଗୀଟିଏ ଫେରିଯିବା ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ରୋଗୀ ଜଣକ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ସବ୍‌ଡିଭିଜନ ଅଞ୍ଚଳର ବାସିନ୍ଦା। ତାଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ହେଉଥିବା ଜଟିଳ ଉଚ୍ଚତର ରକ୍ତ ନମୁନା ପରୀକ୍ଷା ଏସ୍‌ସିବିରେ ହେଉନାହିଁ। ତାହା ମୁମ୍ବାଇରେ ହେଉଛି ବୋଲି ଡାକ୍ତର କହିଥିଲେ। ରକ୍ତ ପରୀକ୍ଷା ରିପୋର୍ଟ ଆଣିବା ପରେ ଚିକିତ୍ସା କରାଯିବ ବୋଲି କୁହାଯିବା ପରେ ସେ ସୋମବାର ତାଙ୍କ ଘରକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି।
ସୂଚନା ଅନୁସାରେ, ମାସକ ତଳେ ମହିଳାଙ୍କ ଶରୀର ଅସୁସ୍ଥ ହେବା ଆରମ୍ଭ ହୋଇଥିଲା। ସେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୪ ତାରିଖରେ ଭର୍ତ୍ତି ହୋଇଥିଲେ। ସେଠାରେ ଟିକେ ଭଲ ହେବା ପରେ ଘରକୁ ଫେରିଥିଲେ। ପୁଣି ଦେହ ଅସୁସ୍ଥ ହେବାରୁ ୭ ତାରିଖରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ଡାକ୍ତର ସେହିଦିନ ୧୦୮ ଆମ୍ବୁଲାନ୍ସରେ କଟକ ଏସ୍‌ସିବି ମେଡିକାଲକୁ ପଠାଇଦେଲେ। ଫଳରେ ସେ ଏସ୍‌ସିବି ମେଡିକାଲର ମେଡିସିନ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ତାଙ୍କର ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯାଇଥିଲା। ତାଙ୍କ ଶରୀରରେ ରକ୍ତ ପରିମାଣ କମ୍‌ ଥିବାରୁ ତାଙ୍କୁ ୨ ୟୁନିଟ୍‌ ରକ୍ତ ଦିଆଯାଇଥିଲା। ଗତ ୧୧ ତାରିଖରେ ସମସ୍ତ ରିପୋର୍ଟକୁ ତର୍ଜମା କରିବା ପରେ ତାଙ୍କୁ ରକ୍ତ କର୍କଟ ରୋଗ ହୋଇଥିବା ଡାକ୍ତର କହିଥିଲେ। ମାତ୍ର ଏହି ରୋଗର ଚିକିତ୍ସା କରିବା ନିମନ୍ତେ ଯେଉଁସବୁ ଉଚ୍ଚତର ପରୀକ୍ଷା କରାଯିବା ଦରକାର ସେଗୁଡ଼ିକ ଏଠାରେ ହେଉନାହିଁ। ତୁମେ ମୁମ୍ବାଇ ଯାଇ ରକ୍ତ ପରୀକ୍ଷା କରି ରିପୋର୍ଟ ଆଣିବା ପରେ ଏଠାରେ ମାଗଣାରେ ଚିକିତ୍ସିତ ହୋଇପାରିବ ବୋଲି କୁହାଯିବା ସହ ରୋଗୀଙ୍କୁ ଡିସ୍‌ଚାର୍ଜ କରିଦିଆଗଲା। ତେବେ ମହିଳାଙ୍କ ପୁଅ ଡାକ୍ତରଙ୍କୁ ଅନୁରୋଧ କରିବା ପରେ କଟକର ଘରୋଇ ଅନୁଷ୍ଠାନ ଜରିଆରେ ରକ୍ତ ନମୁନା ପରୀକ୍ଷା ପାଇଁ ମୁମ୍ବାଇ ପଠାଗଲେ ୨୦ ହଜାର ଟଙ୍କା ଲାଗିବ ବୋଲି କହିଥିଲେ। ଡାକ୍ତରଙ୍କ ପାଖରୁ ଏଭଳି କଥା ଶୁଣିବା ପରେ ମାଗଣାରେ ମାଆଙ୍କୁ ଭଲ କରିବା ପାଇଁ ପୁଅର ଆଶା ମଉଳିଗଲା। ଘରେ ସମ୍ବଳ ବୋଲି କିଛି ନାହିଁ। କେଉଁଠୁ ୨୦ ହଜାର ଯୋଗାଡ଼ କରିବେ ସେନେଇ କୌଣସି ନିଷ୍ପତ୍ତି ସେ ନେଇପାରିଲେ ନାହିଁ। ଶେଷରେ ସୋମବାର ନିଜ ଘରକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ଏଭଳି ବହୁ ସଂଖ୍ୟକ ରୋଗୀ ପ୍ରତିଦିନ ରକ୍ତନମୁନା ପରୀକ୍ଷା ପାଇଁ ଧାରକରଜ କରି ଅର୍ଥ ଯୋଗାଡ଼ କରୁଛନ୍ତି ତ ଆଉ କିଏ ଭାଗ୍ୟକୁ ଆଦରି ଘରକୁ ଯାଇ ନିରବରେ ରହିବାକୁ ବାଧ୍ୟ ହେଉଛନ୍ତି। ଏନେଇ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ରବୀନ୍ଦ୍ର କୁମାର ଜେନା କହିଛନ୍ତି, ରକ୍ତ କର୍କଟ ରୋଗୀଙ୍କ ସବୁ ପ୍ରକାର ପରୀକ୍ଷା ଏସ୍‌ସିବିରେ କରାଯିବାର ସୁବିଧା ନାହିଁ। ଅନ୍ୟ ଏକ ଘରୋଇ ସଂସ୍ଥା ସହାୟତାରେ ମୁମ୍ବାଇ ଯାଉଥିବା ନମୁନାଗୁଡ଼ିକର ପରୀକ୍ଷଣ ଭୁବନେଶ୍ୱରରେ କରାଯିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ତାହା କାର୍ଯ୍ୟକାରୀ ହେଲେ ରୋଗୀମାନଙ୍କ ନମୁନା ଆଉ ମୁମ୍ବାଇ ପଠାଯିବ ନାହିଁ। ଭୁବନେଶ୍ୱରରେ ହିଁ ମାଗଣାରେ ସବୁ ପରୀକ୍ଷା କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ବିଜେଡି ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ, କହିଲେ ନବୀନ ପଟ୍ଟନାୟକଙ୍କୁ…

ଭୁବନେଶ୍ୱର,୨୬।୧୨:  ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି ।  ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ବାଂଲାଦେଶରେ ପ୍ରତି ୫ ଜଣରେ ଜଣେ ଥିଲେ ହିନ୍ଦୁ, ହେଲେ ପ୍ରତିବର୍ଷ କମୁଛି ହିନ୍ଦୁଙ୍କ ସଂଖ୍ୟା, ଗତ ୩ ବର୍ଷରେ…

ଢାକା,୨୬।୧୨: ବାଂଲାଦେଶ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ୱାଲର୍‌ଡମିଟର ଅନୁଯାୟୀ, ଏହାର ମୋଟ ଜନସଂଖ୍ୟା ୧୭୬.୬ ନିୟୁତ ଅତିକ୍ରମ...

Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ

ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...

ସିକ୍ରେଟ୍ ଫୋନ୍ ପାଇଁ ସ୍ତ୍ରୀକୁ ହତ୍ୟା କରି ଘର ପଛପଟେ ପୋତିଦେଲେ ସ୍ୱାମୀ

ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri