ଡରାଇଲାଣି ଲଘୁଚାପ, ୧୧ରୁ ସମୁଦ୍ର ମନା

ଭୋଗରାଇ, ୯।୬(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ୟାସ୍‌’ର ଭୟଙ୍କର ଦୃଶ୍ୟ ମନରୁ ଲିଭି ନ ଥିବା ବେଳ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ବଳୟ ସୃଷ୍ଟି ହୋଇ ପ୍ରବଳ ଝଡ଼ବର୍ଷା ହେବାର ପାଣିପାଗ ଦପ୍ତର ସୂଚନା ଦେବାରୁ କୂଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇ ଓଡ଼ିଶାମୁହାଁ ହେଉଥିବା ବେଳେ ଉତ୍ତରବାଲେଶ୍ୱରର ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ଅଞ୍ଚଳରେ ୩ଦିନ ଧରି ପ୍ରାକ୍‌ ମୌସୁମୀ ଝଡ଼ବର୍ଷା ଲାଗି ରହିଛି। ପାଗରେ ପରିବର୍ତ୍ତନ ଘଟିଥିବା ବେଳେ ମଙ୍ଗଳବାର ଆକାଶ ମେଘାଛନ୍ନ ରହିଛି। କିଛିଦିନ ହେଲା ଅସହ୍ୟ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପ୍ରାକ୍‌ ମୌସୁମୀ ବର୍ଷା ଲୋକଙ୍କୁ ଆଶ୍ୱସ୍ତି କରିଛି। ଏଭଳି ସ୍ଥିତିରେ ଗୁରୁବାର ଅମାବାସ୍ୟା ତିଥିରେ ସମୁଦ୍ରର ପ୍ରବଳ ଜୁଆର ହେବା ସହ ବିପଦପୂର୍ଣ୍ଣ ଥିବା ସମୁଦ୍ରତଟ ପଥରବନ୍ଧରେ ଉଚ୍ଚ ଢ଼େଉ କୂଳ ଆଡ଼କୁ ମାଡ଼ି ଆସି କ୍ଷୟକ୍ଷତି କରିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ସମୁଦ୍ର ଅଶାନ୍ତ ହେବାରୁ ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କ ଟ୍ରଲର ଓ ମାଛଧରା ଡଙ୍ଗା ୧୦ ତାରିଖ ସନ୍ଧ୍ୟା ସୁଦ୍ଧା କୂଳକୁ ଫେରିଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସାମୁଦ୍ରିକ ଝଡ଼ ‘ୟାସ୍‌’ରେ ଉତ୍ତରବାଲେଶ୍ୱର ଉପକୂଳ ଅଞ୍ଚଳ ବ୍ୟାପକ କ୍ଷତି ଘଟାଇଥିବା ବେଳେ ଅଦ୍ୟାବଧି ବହୁ ଚାଷଜମିରେ ଲୁଣି ପାଣି ଜମା ହୋଇ ଚାଷ ଉପଯୋଗୀ ହୋଇ ନ ପାରିବାରୁ ଚାଷୀକୁଳ ଚିନ୍ତିତ ହୋଇପଡିଛନ୍ତି। ଏଥିସହିତ ସମୁଦ୍ର ଜୁଆରରେ ତଳି ଅଞ୍ଚଳ ପାନବରଜ, ରବିଫସଲ, ତୈଳବୀଜ ଚାଷର କ୍ଷତି ଘଟିଥିବା ବେଳେ ବହୁ ସ୍ଥାନରେ ଲୋକଙ୍କ ଘରଦ୍ୱାର, ବିଦ୍ୟୁତ୍‌ଖୁଣ୍ଟି ଭାଙ୍ଗିରୁଜିଯାଇଛି। ଭୋଗରାଇ-ବାଲିଆପାଳ ଅଞ୍ଚଳରେ ହଜାର ହଜାର ହେକ୍ଟର ଚିଙ୍ଗୁଡ଼ିଘେରି ସମୁଦ୍ର ଜୁଆରରେ ଭାସିଯାଇ କୋଟି କୋଟି ଟଙ୍କା କ୍ଷତି ହୋଇଛି। ସରକାରୀ ଓ ବିରୋଧୀ ଦଳ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ବେଳେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବନ୍ଧ, ବାଡ଼ ସୁରକ୍ଷା ନିମନ୍ତେ ସ୍ଥାୟୀ ସମସ୍ୟା ସମାଧାନ ପନ୍ଥା ଧର୍ମକୁ ଆଖିଠାର ସଦୃଶ ବୋଲି ଅଭିଯୋଗ ହୋଇଛି। ‘ୟାସ୍‌’ କ୍ଷୟକ୍ଷତି ଅନୁଧ୍ୟାନ ନିମନ୍ତେ ୪ଜଣିଆ କେନ୍ଦ୍ରୀୟ ଟିମ୍‌ ବାଲେଶ୍ୱର ଜିଲାର ବାଲେଶ୍ୱର ସଦର, ସୋର ଓ ବାହାନଗା ବ୍ଲକ ଗସ୍ତ କରିଥିବା ବେଳେ ଉତ୍ତରବାଲେଶ୍ୱର ଅଞ୍ଚଳକୁ ଏହି କେନ୍ଦ୍ରୀୟ ଟିମ୍‌ କ୍ଷୟକ୍ଷତି ଆକଳନ ପାଇଁ ଆସି ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତରବାଲେଶ୍ୱରରେ କ୍ଷୟକ୍ଷତି ଆକଳନ ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ କରୁଛନ୍ତି ବୋଲି ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri