ଡରାଇଲାଣି ଲଘୁଚାପ, ୧୧ରୁ ସମୁଦ୍ର ମନା

ଭୋଗରାଇ, ୯।୬(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ୟାସ୍‌’ର ଭୟଙ୍କର ଦୃଶ୍ୟ ମନରୁ ଲିଭି ନ ଥିବା ବେଳ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ବଳୟ ସୃଷ୍ଟି ହୋଇ ପ୍ରବଳ ଝଡ଼ବର୍ଷା ହେବାର ପାଣିପାଗ ଦପ୍ତର ସୂଚନା ଦେବାରୁ କୂଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇ ଓଡ଼ିଶାମୁହାଁ ହେଉଥିବା ବେଳେ ଉତ୍ତରବାଲେଶ୍ୱରର ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ଅଞ୍ଚଳରେ ୩ଦିନ ଧରି ପ୍ରାକ୍‌ ମୌସୁମୀ ଝଡ଼ବର୍ଷା ଲାଗି ରହିଛି। ପାଗରେ ପରିବର୍ତ୍ତନ ଘଟିଥିବା ବେଳେ ମଙ୍ଗଳବାର ଆକାଶ ମେଘାଛନ୍ନ ରହିଛି। କିଛିଦିନ ହେଲା ଅସହ୍ୟ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପ୍ରାକ୍‌ ମୌସୁମୀ ବର୍ଷା ଲୋକଙ୍କୁ ଆଶ୍ୱସ୍ତି କରିଛି। ଏଭଳି ସ୍ଥିତିରେ ଗୁରୁବାର ଅମାବାସ୍ୟା ତିଥିରେ ସମୁଦ୍ରର ପ୍ରବଳ ଜୁଆର ହେବା ସହ ବିପଦପୂର୍ଣ୍ଣ ଥିବା ସମୁଦ୍ରତଟ ପଥରବନ୍ଧରେ ଉଚ୍ଚ ଢ଼େଉ କୂଳ ଆଡ଼କୁ ମାଡ଼ି ଆସି କ୍ଷୟକ୍ଷତି କରିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ସମୁଦ୍ର ଅଶାନ୍ତ ହେବାରୁ ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କ ଟ୍ରଲର ଓ ମାଛଧରା ଡଙ୍ଗା ୧୦ ତାରିଖ ସନ୍ଧ୍ୟା ସୁଦ୍ଧା କୂଳକୁ ଫେରିଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସାମୁଦ୍ରିକ ଝଡ଼ ‘ୟାସ୍‌’ରେ ଉତ୍ତରବାଲେଶ୍ୱର ଉପକୂଳ ଅଞ୍ଚଳ ବ୍ୟାପକ କ୍ଷତି ଘଟାଇଥିବା ବେଳେ ଅଦ୍ୟାବଧି ବହୁ ଚାଷଜମିରେ ଲୁଣି ପାଣି ଜମା ହୋଇ ଚାଷ ଉପଯୋଗୀ ହୋଇ ନ ପାରିବାରୁ ଚାଷୀକୁଳ ଚିନ୍ତିତ ହୋଇପଡିଛନ୍ତି। ଏଥିସହିତ ସମୁଦ୍ର ଜୁଆରରେ ତଳି ଅଞ୍ଚଳ ପାନବରଜ, ରବିଫସଲ, ତୈଳବୀଜ ଚାଷର କ୍ଷତି ଘଟିଥିବା ବେଳେ ବହୁ ସ୍ଥାନରେ ଲୋକଙ୍କ ଘରଦ୍ୱାର, ବିଦ୍ୟୁତ୍‌ଖୁଣ୍ଟି ଭାଙ୍ଗିରୁଜିଯାଇଛି। ଭୋଗରାଇ-ବାଲିଆପାଳ ଅଞ୍ଚଳରେ ହଜାର ହଜାର ହେକ୍ଟର ଚିଙ୍ଗୁଡ଼ିଘେରି ସମୁଦ୍ର ଜୁଆରରେ ଭାସିଯାଇ କୋଟି କୋଟି ଟଙ୍କା କ୍ଷତି ହୋଇଛି। ସରକାରୀ ଓ ବିରୋଧୀ ଦଳ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ବେଳେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବନ୍ଧ, ବାଡ଼ ସୁରକ୍ଷା ନିମନ୍ତେ ସ୍ଥାୟୀ ସମସ୍ୟା ସମାଧାନ ପନ୍ଥା ଧର୍ମକୁ ଆଖିଠାର ସଦୃଶ ବୋଲି ଅଭିଯୋଗ ହୋଇଛି। ‘ୟାସ୍‌’ କ୍ଷୟକ୍ଷତି ଅନୁଧ୍ୟାନ ନିମନ୍ତେ ୪ଜଣିଆ କେନ୍ଦ୍ରୀୟ ଟିମ୍‌ ବାଲେଶ୍ୱର ଜିଲାର ବାଲେଶ୍ୱର ସଦର, ସୋର ଓ ବାହାନଗା ବ୍ଲକ ଗସ୍ତ କରିଥିବା ବେଳେ ଉତ୍ତରବାଲେଶ୍ୱର ଅଞ୍ଚଳକୁ ଏହି କେନ୍ଦ୍ରୀୟ ଟିମ୍‌ କ୍ଷୟକ୍ଷତି ଆକଳନ ପାଇଁ ଆସି ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତରବାଲେଶ୍ୱରରେ କ୍ଷୟକ୍ଷତି ଆକଳନ ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ କରୁଛନ୍ତି ବୋଲି ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଯୁବନେତାଙ୍କୁ ସଂଘବଦ୍ଧ ଆକ୍ରମଣ

ଗଞ୍ଜାମ,୨୨।୫(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ବିଜେଡି ଯୁବନେତା ତଥା ସାନ ବଜାର ବଣିକ ସଙ୍ଘ ସଭାପତି ସୁଧୀର କୁମାର ପାଢ଼ୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା...

ବାଇକ୍‌କୁ ପିଟିଲା ବରଯାତ୍ରୀ ଗାଡ଼ି: ଦୁଇ ବାଇକ୍‌ ଆରୋହୀ ଗୁରୁତର

ଧର୍ମଶାଳା,୨୫।୫(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଶଙ୍ଖାଢିଅ ନିକଟରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ଗୋକନେଶ୍ୱର...

ମଇଁଷି ଚାଲାଣ ପଡ଼ିଲା ମହଙ୍ଗା

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଗୁରୁବାର ଖାରିଗୁଡ଼ା ଟୋଲ୍‌ ଗେଟ ନିକଟରୁ ବେଆଇନ ଭାବେ ମଇଁଷି ଚାଲାଣ କରୁଥିବା ଅଭିଯୋଗରେ ୪ଜଣ ଯୁବକଙ୍କୁ...

ରାଜୀବ ଗାନ୍ଧୀଙ୍କ ନୀତି, ଆଦର୍ଶକୁ ଅନୁସରଣ କରାଯାଉ

କେସିଙ୍ଗା,୨୨ା୫(ତୁମେଶ୍ବର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା କଂଗ୍ରେସ ଭବନରେ ଗୁରୁବାର ଟାଉନ ସଭାପତି ସୁଭାଷ ଜୈନଙ୍କ ସଭାପତିତ୍ୱରେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସୃତିଚାରଣ ସଭା ଅନୁଷ୍ଠିତ...

ଜେଲ ଗଲେ କୁଖ୍ୟାତ ଅପରାଧୀ

ଦିଗପହଣ୍ଡି,୨୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣାଶୁଣା କୁଖ୍ୟାତ ଜଣେ ପେସାଦାର ଅପରାଧୀଙ୍କୁ ଦିଗପହଣ୍ଡି ପୋଲିସ ପୁଣି ଗିରଫ କରି ଗୁରୁବାର କୋର୍ଟ...

୧୧୫୦୦୦ କୋଟି ଟଙ୍କାର ୨୪ ଶିଳ୍ପ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୩୬୦୦୦ ନିଯୁକ୍ତି ସୁଯୋଗ…

ଭୁବନେଶ୍ୱର, ୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଯାଜପୁରର କଳିଙ୍ଗନଗର ଠାରେ ୧,୧୫,୦୦୦ କୋଟି ଟଙ୍କାର ମୋଟ ୨୪ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଏବଂ...

କୋର୍ଟରେ ମିଳିଲା ସାଂଘାତିକ ପ୍ରମାଣ! ପ୍ରିୟଙ୍କାଙ୍କ ସହ ଜ୍ୟୋତି ପୁରୀରେ…

ପୁରୀ,୨୨।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ଓଡ଼ିଆ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ପୁରୀ ପୋଲିସ ଜେରା କରିଛି। ଜେରା ସମୟରେ ପ୍ରିୟଙ୍କା କହିଛନ୍ତି ଯେ ଜ୍ୟୋତି...

ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମର ରିତୁ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଥାନାରେ ଅଟକ ଥିବା ରିତୁଙ୍କ ସ୍ବାମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri