ନିଅଣ୍ଟିଆ ବର୍ଷା ବଢ଼ାଇଲା ଚାଷୀଙ୍କ ଚିନ୍ତା

ଭୁବନେଶ୍ୱର,୨୩।୮(ଅନିଲ ଦାସ): ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ କରିବା ପରଠାରୁ ୫ଟି ଲଘୁଚାପ ସୃଷ୍ଟି ହେଲାଣି। ଜୁଲାଇ ୩୦ ତାରିଖରେ ହୋଇଥିବା ଲଘୁଚାପକୁ ଛାଡ଼ିଦେଲେ ଅନ୍ୟ ୪ଟିରେ ବର୍ଷା ନାହିଁ। ରାଜ୍ୟର ୧୧ ଜିଲାରେ ଏବେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ସମସ୍ୟା ବଢାଇ ଦେଇଛି। ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି । ବିଲରେ ଧାନତଳି ରୁଆ ହୋଇପାରିଲା ନାହିଁ। ଆକାଶକୁ ଚାହିଁ ବସିଛନ୍ତି ଚାଷୀ। ତେବେ ଯେଉଁ ଜିଲାରେ ଧାନ ରୁଆ ହୋଇଛି ସେଠାରେ ମଧ୍ୟ ଚାଷ ଅବସ୍ଥା ବେଳକୁବେଳ ବିଗଡ଼ିବାରେ ଲାଗିଛି। ନିକଟରେ ରାଜ୍ୟକୁ ଆଉ ସେପରି ବଡ଼ ବର୍ଷାର କୌଣସି ସୂଚନା ନ ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚାଷ କେମିତି ହେବ ସେ ଚିନ୍ତା ଚାଷୀଙ୍କୁ ଘାରିଛି। ପାଣିପାଗ ବିଭାଗ ହିସାବ ଅନୁଯାୟୀ ଜୁନ୍‌ ପହିଲାରୁ ଅଗଷ୍ଟ ୨୨ ତାରିଖ ଯାଏ ରାଜ୍ୟରେ ୮୨୨.୯ ମିଲିମିଟର ବର୍ଷା ହେବା ଜାଗାରେ ହୋଇଛି ୭୩୪.୮ ମିଲିମିଟର। ରାଜ୍ୟର ୧୧ଟ ଜିଲାରେ ବର୍ଷା ନିଅଣ୍ଟିଆ ହୋଇଛି। ନବରଙ୍ଗପୁର ଜିଲାରେ ୪୦ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ା ୩୫, ଗଞ୍ଜାମ ୩୨, କଳାହାଣ୍ଡି ୩୪, ରାୟଗଡ଼ା ୨୬, କୋରାପୁଟ ୨୨, ପୁରୀ ୨୨, ଯାଜପୁର ୨୫, ଜଗତ୍‌ସିଂହପୁର ୨୫, କଟକ ୨୧ ଏବଂ ଖୋର୍ଦ୍ଧା ଜିଲାରେ ସ୍ବାଭାବିକଠାରୁ ୨୨ ପ୍ରତିଶତ କମ୍‌ ବର୍ଷା ହୋଇଛି। ଉକ୍ତ ଜିଲାଗୁଡ଼ିକର ଅଧିକାଂଶ ବ୍ଲକରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ରପଡ଼ା ଜିଲାର ଗରଦପୁର, ମହାକାଳପଡ଼ା, ମାର୍ଶାଘାଇ ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ନବରଙ୍ଗପୁର ବ୍ଲକର ପାପଡ଼ାହାଣ୍ଡି, ଚନ୍ଦାହାଣ୍ଡି, ଉମରକୋଟ, ଡାବୁଗାଁ, ତେନ୍ତୁଳୁଖୁଣ୍ଟି ଏବଂ ଗଞ୍ଜାମ ଜିଲାର ୮ରୁ ୧୦ଟି ବ୍ଲକରେ ବର୍ଷାଭାବରୁ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।

ଗୋଟିଏ ପଟେ ବର୍ଷା ଦାଉ ସାଜିଥିବା ବେଳେ ଜଳସେଚନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଅନେକ ବ୍ଲକରେ ମରୁଡ଼ି ପରିସ୍ଥିତି ସୃଷ୍ଟିହୋଇଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇଛି। ଜଗତ୍‌ସିଂହପୁରରେ ୫୮.୪ ମିଲିମିଟର ବର୍ଷା ହୋଇଥିବା ବେଳେ ଭଦ୍ରକ ୪୪, ଭୁବନେଶ୍ୱର ୨୦.୪, ବଲାଙ୍ଗୀର ୨୩, ମାଲକାନଗିରିରେ ୩୫.୪ ମିଲିିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୁର୍ ଦଳାଚକଟା; ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୪୧ ମୃତକଙ୍କ ପରିବାରକୁ ମିଳିବ ସରକାରୀ ଚାକିରି!

ଚେନ୍ନାଇ,୩ା୭: କରୁରରେ ଟିଭିକେ ନେତା ବିଜୟଙ୍କ ପ୍ରଚାର ସମୟରେ ଦଳାଚକଟାରେ ୪୧ଜଣଙ୍କ ଜୀବନ ଯଆଇଥିଲେ । ଏହି ଘଟଣାରେ ଗୁରୁବାର ଦିନ ସି ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

Cristiano Ronaldo Retirement Plans: ବିଶ୍ୱକପ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଅବସର ନେବେ? ଭଉଣୀ କହିଲେ ବଡ଼ କଥା

ଲିସବନ,.୩।୭: କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର ଫିଫା ବିଶ୍ୱକପ ନକଆଉଟ ମ୍ୟାଚରେ ସବୁଠାରୁ ବୟସ୍କ ଖେଳାଳି ହୋଇ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଗୁରୁବାର ରାଉଣ୍ଡ ଅଫ…

ମାଲାମାଲ ଅକ୍ଷୟ: ଗୋଟିଏ ମାସରେ ୪ ଫ୍ଲାଟ୍‌ ବିକି ଏତିକି ଟଙ୍କା କଲେ ଲାଭ

ବଲିଉଡ ଅଭିନେତା ଅକ୍ଷୟ କୁମାର କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ରିଅଲ ଇଷ୍ଟେଟରୁ ମଧ୍ୟ ରୋଜଗାର କରୁଛନ୍ତି। ସାମ୍ପ୍ରତିକ ମାସ ଗୁଡ଼ିକରେ ତାଙ୍କର ପ୍ରୋଜେକ୍ଟ ‘ଭୂତ ବଙ୍ଗଳା’…

ପେଟ୍ରୋଲରେ ଇଥାନଲ ମିଶାଇଲେ ଗାଡ଼ିର ମାଇଲେଜ କମିଯାଏ କି? କେନ୍ଦ୍ରମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୩।୭: ପେଟ୍ରୋଲରେ ଇଥାନଲ ବ୍ୟବହାର ନେଇ ଦେଶରେ ବର୍ତ୍ତମାନ ଏକ ଉଷ୍ମ ବିତର୍କ ଚାଲିଛି। ଏହି ପ୍ରସଙ୍ଗକୁ ସମ୍ବୋଧିତ କରି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

‘ମୋ ବିବାହ ଜୁଲାଇରେ…’ ଗୌରୀ ସ୍ପ୍ରେଟଙ୍କ ସହିତ ଓ୍ବେଡିଂ ପ୍ଲାନ ପ୍ରକାଶ କଲେ ଆମିର

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ଜୁଲାଇ ୫ରେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ପୂର୍ବରୁ ଦୁଇଥର ବିବାହ କରିଛନ୍ତି,…

ଆମେରିକା-ଇରାନ ଶାନ୍ତି ଚୁକ୍ତି ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ସମସ୍ତ ସର୍ତ୍ତ ଗ୍ରହଣ…

ଓ୍ବାଶିଂଟନ,୩ା୭: ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ପରେ, ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri