ଗୋରୁଙ୍କୁ ବ୍ୟାପୁଛି ଚର୍ମ ବିଣ୍ଡି ରୋଗ

ବୈପାରିଗୁଡା,୮।୪ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ଅଞ୍ଚଳରେ ଗୋରୁଙ୍କୁ ଚର୍ମବିଣ୍ଡି ରୋଗ ବ୍ୟାପୁଥିବା ଦେଖିବାକୁ ମିଳୁଛି। ତେବେ ଏପରି କ୍ଷେତ୍ରରେ ଭ୍ୟାକ୍ସିନ ନ ଥିବା କହି ପ୍ରାଣୀ ଚିକିତ୍ସା ବିଭାଗ ହାତ ଟେକି ବସିଛି। ଫଳରେ ଗୋରୁଙ୍କ ଚିକିତ୍ସା ଲାଗି ଚାଷୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ବ୍ଲକର କେନ୍ଦୁଗୁଡା ପଞ୍ଚାୟତ କଦମଗୁଡା ଗ୍ରାମର ଗଣେଶ ଦାସଙ୍କ ୪ଟି ଗୋରୁ ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ା ଏଥିପାଇଁ ଚିକିତ୍ସା ଲାଗି ଗୋରୁଙ୍କୁ ସେ ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ। ପ୍ରାଣୀ ଚିକିତ୍ସାଳୟରେ ଔଷଧ ନ ମିଳିବାର ଗଣେଶ ବାହାରୁ ଔଷଦ ଆଣି ଗୋରୁଙ୍କ ଚିକିତ୍ସା କରୁଥିଲେ। ମାତ୍ର ଏଥିରୁ କିଛି ସୁଫଳ ମିଳୁନାହିଁ ବୋଲି ସେ କହିଛନ୍ତ। ଯଦି ପୂର୍ବରୁ ତାଙ୍କ ଗୋରୁଙ୍କୁ ଭ୍ୟାକସିନ୍‌ ପ୍ରଦାନ କରାଯାଇଥାନ୍ତା ତେବେ ଏପରି ପରିସ୍ଥିତି ଉପୁଜି ନ ଥାନ୍ତା ବୋଲି ଗଣେଶ ଅଭିଯୋଗ କରିିଛନ୍ତି। ଏ ସମ୍ପର୍କରେ କେନ୍ଦୁଗୁଡା ପ୍ରାଣୀଧନ ନିରୀକ୍ଷକ ସୁବାସ ବିଶୋୟୀଙ୍କୁ ପଚାରିବାରୁ ସେ କହିଲେ, କେନ୍ଦୁଗୁଡା ପଞ୍ଚାୟତକୁ ୨ ମାସ ତଳେ ୭ ଶହ ଭ୍ୟାକ୍ସିନ୍‌ ଆସିଥିଲା। ସେତିକି ଭ୍ୟାକ୍ସିନ ଶେଷ ହେବା ପରେ ଆଉ ଆସିନାହିଁ। ବ୍ଲକ ବିଭିଓ ଦିପକ ରଞ୍ଜନ ଚୌଧୁରୀ ମଧ୍ୟ ଭ୍ୟାକ୍ସିନ୍‌ ମହଜୁଦ୍‌ ନ ଥିବା ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ଚିର୍ମ ବିଣ୍ଡି ଏକ ସଂକ୍ରମଣ ରୋଗ। ଦେଶରେ ବିଭିନ୍ନ ସ୍ଥାନରେ ଏହା ବ୍ୟାପୁଛି ା ବାହାର ଅଞ୍ଚଳର କୌଣସି ଗୋରୁ ଉକ୍ତ ଅଞ୍ଚଳକୁ ଆସିଲେ ତାକୁ ପ୍ରଥମେ କ୍ବାରେଣ୍ଟାଇନ୍‌ରେ ରଖିବା ଆବଶ୍ୟକ। ଏହା ହେଉ ନ ଥିବାରୁ କେତେକ କ୍ଷେତ୍ରରେ ଏପରି ସମସ୍ୟା ଦେଖାଦେଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ କିଛି ସପ୍ତାହ ଜିଲାର ବିଭିନ୍ନ ସ୍ଥାନର ଗୋରୁହାଟକୁ ବନ୍ଦ କରାଯାଇଥିଲା। ମାତ୍ର ଏବେ ସେ ସବୁ ଖୋଲାଯିବାରୁ ଏହି ରୋଗ ବ୍ୟାପୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri