Posted inଖେଳ

ସୁପ୍ରିମକୋର୍ଟଙ୍କ ଶରଣରେ ବିସିସିଆଇ

ନୂଆଦିଲ୍ଲୀ,୨୦।୧: ଭାରତରେ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଗତ ଜୁଲାଇ ୨୭ରେ ଶେଷ ହେବାକୁ ଥିବାବେଳେ ବୋର୍ଡ ସଚିବ ଜୟ ଶାହାଙ୍କ କାର୍ଯ୍ୟକାଳ ମେ’ରେ ଶେଷ ହେବ। ଏହି ଦୁଇଜଣଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବୋର୍ଡ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ବିସିସିଆଇର ସଭାପତି ତଥା ସଚିବ ଭାବରେ ପରବର୍ତ୍ତୀ କାର୍ଯ୍ୟକାଳ ୨୦୨୫ ପର୍ଯ୍ୟନ୍ତ ଗାଙ୍ଗୁଲି ଏବଂ ଜୟ ଶାହା ରହିବେ କି ନାହିଁ ତାହା ଉପରେ ନିଷ୍ପତ୍ତି ଫେବୃଆରୀ ୧୬ରେ ହୋଇପାରେ। ଗାଙ୍ଗୁଲି ଏବଂ ଶାହା ଅଧ୍ୟକ୍ଷ ଏବଂ ସଚିବ ଭାବରେ ଯେତେବେଳେ ଦାୟିତ୍ୱ ଗ୍ରହଣ କରିବା ପରେ ସେତେବେଳେ ରାଜ୍ୟ ତଥା ଜାତୀୟ ୟୁନିଟ ର ୬ ବର୍ଷ କାର୍ଯ୍ୟକାଳରେ ମାତ୍ର ନଅ ମାସ ବାକି ରହିଲା। ଏହି ସମୟରେ, ଏପ୍ରିଲ ୨୧ରେ ଶାହା ଏବଂ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବିସିସିଆଇ ସର୍ବୋଚ୍ଚ ଅଦାଲତରେ ଏକ ପିଟିସନ ଦାଖଲ କରିଥିଲା। ବୋର୍ଡ ଚାହୁଁଛି ଯେ ଉଭୟଙ୍କ କାର୍ଯ୍ୟକାଳ ୨୦୨୫ ପର୍ଯ୍ୟନ୍ତ ଅର୍ଥାତ୍‌ ଆଉ ଚାରି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ସାମ୍ପ୍ରତିକ ସମ୍ବିଧାନ ଅନୁଯାୟୀ, ଯଦି ଜଣେ ଅଧିକାରୀ ବିସିସିଆଇ କିମ୍ବା ରାଜ୍ୟ ସଙ୍ଗଠନରେ ଯୋଗ ଦେଇ ତିନି ବର୍ଷର ଦୁଇ ବର୍ଷ ପୂରଣ କରିଛନ୍ତି, ତେବେ ତାଙ୍କୁ ତିନି ବର୍ଷ ପରେ ବାଧ୍ୟତାମୂଳକ ବିରତି ନେବାକୁ ପଡିବ। ଗାଙ୍ଗୁଲି ଅକ୍ଟୋବର ୨୩ରେ ବିସିସିଆଇ ସଭାପତି ପଦ ଗ୍ରହଣ କରିଥିଲେ ଏବଂ ଆସନ୍ତା ବର୍ଷ ତାଙ୍କୁ ଇସ୍ତଫା ଦେବାକୁ ପଡିବ, କିନ୍ତୁ ଛାଡ ଦିଆଯିବା ପରେ ସେ ୨୦୧୫ ପର୍ଯ୍ୟନ୍ତ ଏହି ପଦବୀରେ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ଲାଗିପାରେ ଝଟ୍‌କା, ପାକିସ୍ତାନ ଗସ୍ତ ପାଇଁ ବିସିସିଆଇକୁ ଭାରତ ସରକାରଙ୍କ ପକ୍ଷରୁ ମିଳିଲା ନାହିଁ ସବୁଜ ସଙ୍କେତ?

ନୂଆଦିଲ୍ଲୀ,୯।୧୧: ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବ କି ନାହିଁ? ଏହି ପ୍ରଶ୍ନ ସମସ୍ତଙ୍କୁ ଅସୁବିଧାରେ ପକାଉଛି । ଆସନ୍ତା ବର୍ଷ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ...

ରୋହିତ ଶର୍ମାଙ୍କୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ଭାଇରାଲ୍‌ ହେଉଛି ଭିଡିଓ

ଡର୍ବାନ୍‌,୯।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତର ବିଜୟୀ ହୋଇଛି। ଭାରତୀୟ ଦଳ ସୁର୍ଯ୍ୟକୁମାର...

୫ ବଡ଼ ରେକର୍ଡ କଲେ ସଞ୍ଜୁ ସାମସନ୍‌: ପ୍ରଥମ ଭାରତୀୟ ଭାବେ…

ଡର୍ବାନ୍‌,୯।୧୧: ଭାରତୀୟ ଉଇକେଟ୍‌ କିପର- ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଯୋଗୁ ଟିମ ଇଣ୍ଡିଆ ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୬୧ ରନ୍‌ରେ ପରାସ୍ତ କରିଛି।...

ଟିମ୍‌ ଇଣ୍ଡିଆରେ ଫାଟ: ରୋହିତ-ଗମ୍ଭୀରଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନାହିଁ

ନୂଆଦିଲ୍ଲୀ,୯।୧୧: ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା। ଭାରତୀୟ ମାଟିରେ ଟେଷ୍ଟ ସିରିଜକୁ ୩-୦ରେ ଜିତି ନ୍ୟୁଜିଲାଣ୍ଡ ଇତିହାସ ସୃଷ୍ଟି...

ଇନିଂସ ପରାଜୟ ଦ୍ୱାରରେ ଓଡ଼ିଶା

ଭୁବନେଶ୍ୱର, ୯।୧୧ (ତପନ ସ୍ବାଇଁ): ମୁମ୍ବାଇର ଶରଦ ପାଓ୍ବାର କ୍ରିକେଟ ଏକାଡେମୀ ବିକେସି ଗ୍ରାଉଣ୍ଡରେ ଚାଲିଥିବା ମୁମ୍ବାଇ ବିପକ୍ଷ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା...

ପ୍ରଥମ ଟି୨୦: ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନର ଟାର୍ଗେଟ

ଡର୍ବାନ, ୮।୧୧: ସ୍ଥାନୀୟ କିଙ୍ଗ୍ସ ମିଡ୍‌ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଶତକ ହାସଲ କରିଛନ୍ତି ଭାରତର...

ଦକ୍ଷିଣ ଆଫ୍ରିକାରେ ସାମସନ୍ ଝଡ଼; ପ୍ରଥମ ଭାରତୀୟ ଭାବେ ହାସଲ କଲେ ଏହି କୀର୍ତ୍ତିମାନ

ନୂଆଦିଲ୍ଲୀ,୮।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଡର୍ବାନରେ ଖେଳାଯାଇଛି। ଏହି ମ୍ୟାଚରେ ଟସ୍...

ବାପା ହେବେ କେଏଲ ରାହୁଲ; ଗୁଡ୍ ନ୍ୟୁଜ ଦେଲେ ଆଥିୟା ସେଟ୍ଟୀ

ମୁମ୍ବାଇ,୮।୧୧: ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ଘରକୁ ଆସିବାକୁ ଯାଉଛି ବଡ ଖୁସି ଖବର। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଭିନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri