ସ୍କୁଲ ଖୋଲିବା ନିର୍ଦ୍ଦେଶ ଜାରି କରିବାକୁ ମନାକଲେ ଏସ୍‌ସି, ରାଜ୍ୟ ସରକାର ଏନେଇ ନିଅନ୍ତୁ ନିଷ୍ପତ୍ତି …

ନୂଆଦିଲ୍ଲୀ,୨୦।୯: ଦେଶରେ ସ୍କୁଲ ଖୋଲିବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌କୋର୍ଟ (ଏସ୍‌ସି) ମନା କରିଛନ୍ତି। କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରିବା ଆବଶ୍ୟକ ବୋଲି ଶୀର୍ଷ କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ସ୍କୁଲ ଖୋଲିବା ଲାଗି ନିର୍ଦ୍ଦେଶ ଦେବା ଆବେଦନ ନ୍ୟାୟ ସଙ୍ଗତ ନୁହେଁ।

ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ବି.ଭି. ନାଗରଥ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସମସ୍ତ ରାଜ୍ୟରେ ସ୍କୁଲ ଖୋଲିବାକୁ କୁହାଯାଇ ପାରିବ ନାହିଁ। ସେହିପରି ଅଭିଭାବକଙ୍କୁ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଛାଡ଼ିବାକୁ ବାଧ୍ୟ ମଧ୍ୟ କରି ହେବ ନାହିଁ। ଏହି ମାମଲା ଉପରେ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି।ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ମାମଲା ଉପରେ ଶୁଣାଣି ହେବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ଦିଲ୍ଲୀର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ଗତ ବର୍ଷ କରୋନା ମହାମାରୀ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବା ଦର୍ଶାଇ ସ୍କୁଲ ଖୋଲିବାକୁ ଏକ ଆବେଦନ ଦାଖଲ କରିଥିଲେ। ତେବେ ଖଣ୍ଡପୀଠ ଏନେଇ ବିଚାର କରିବାକୁ ମନା କରିବାରୁ ଆବେଦନକାରୀ ଛାତ୍ରଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ରବି ପ୍ରକାଶ ମେହରୋତ୍ରା ଏହାକୁ ଫେରାଇ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri