ଏସ୍‌ବିଆଇ ହର୍ନିମାନ୍‌ ସର୍କଲ ଶାଖାର ଶତବାର୍ଷିକୀ ଉତ୍ସବ

ମୁମ୍ବାଇ,୨୦।୧୧: ଷ୍ଟେଟ୍‌ ବ୍ୟାଙ୍କ ଅ୍‌ଫ ଇଣ୍ଡିଆ(ଏସ୍‌ବିଆଇ)ର ମୁମ୍ବାଇସ୍ଥିତ ହର୍ନିମାନ୍‌ ସର୍କଲ ଶାଖାର ଶତବାର୍ଷିକୀ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏକ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ସହିତ ‘ଦି ଇଭଲ୍ୟୁଶନ ଅଫ୍‌ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ ର ୫ମ ସଂସ୍କରଣକୁ ମଧ୍ୟ ଉନ୍ମୋଚନ କରିଛନ୍ତି, ଯେଉଁଥିରେ ୧୯୮୧ ରୁ ୧୯୯୬ ପର୍ଯ୍ୟନ୍ତର ବ୍ୟାଙ୍କ ଯାତ୍ରାର ଦସ୍ତାବିଜ ରହିଛି। ଏହି ଅବସରରେ ଆର୍ଥିକ ସେବା ବିଭାଗର ସଚିବ ଏମ୍‌. ନାଗରାଜୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଐତିହ୍ୟ ହର୍ନିମାନ୍‌ ସର୍କଲ ଶାଖାକୁ ୧୮୬୩ ରେ ତତ୍କାଳୀନ ବ୍ୟାଙ୍କ ଅଫ୍‌ ବମ୍ବେ ପକ୍ଷରୁ ଖୋଲାଯାଇଥିଲା। ଏହାର ଢାଞ୍ଚାକୁ ଗ୍ରେଡ୍‌୨ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଥିବାବେଳେ ଏହା ହେଉଛି ଭାରତୀୟ ବ୍ୟାଙ୍କ ଇତିହାସର ମୂଳଦୁଆ ଭାବେ ଦଣ୍ଡାୟମାନ ହୋଇଛି।
ଏ ନେଇ ଅର୍ଥମନ୍ତ୍ରୀ ସୀତାରାମନ କହିଛନ୍ତି, ଏସ୍‌ବିଆଇର ଉଲ୍ଲେଖନୀୟ ଯାତ୍ରା, ଏହାର ଆଇକନିକ୍‌ ଶାଖାର ଶତବାର୍ଷିକୀ ଉତ୍ସବରେ ପରିଣତ ହୋଇଛି, ଯାହା ଅଭିବୃଦ୍ଧି ଏବଂ ସେବାର ଏକ ଅସାଧାରଣ ପରମ୍ପରାକୁ ପ୍ରତିଫଳିତ କରୁଛି।
ଏସ୍‌ବିଆଇର ଅଧ୍ୟକ୍ଷ ସି.ଏସ୍‌. ସେଟ୍ଟି କହିଛନ୍ତି, ଏସ୍‌ବିଆଇ ଏହାର ଗୌରବମୟ ପରମ୍ପରାକୁ ପ୍ରତିଫଳିତ କରୁଥିବାବେଳେ ଆମେ ଭାରତର ଆର୍ଥତ୍କ ଅଭିବୃଦ୍ଧିର ଏକ ମୂଳଦୁଆ ହୋଇ ଗର୍ବ ଅନୁଭବ କରୁଛୁ। ଅର୍ଥନୈତିକ ପ୍ରଗତିକୁ ପ୍ରୋତ୍ସାହିତ କରୁଛୁ ଏବଂ ଏହି ଶିଳ୍ପକୁ ପୁନଃ ପରିକଳ୍ପିତ କରିଥିବା ପରିବର୍ତ୍ତନଶୀଳ ବ୍ୟାଙ୍କିଙ୍ଗ୍‌ ଉଦ୍ଭାବନର ଅଗ୍ରଣୀ ରହିଛୁ। ଏସ୍‌ବିଆଇ ଏକ ନୂତନ ଯୁଗ ଆରମ୍ଭ କରୁଥିବା ବେଳେ ଏହି ମାଇଲଖୁଣ୍ଟ ଆମର ସ୍ଥାୟୀ ପରମ୍ପରାର ପ୍ରମାଣ ଏବଂ ପ୍ରତ୍ୟେକ ଭାରତୀୟଙ୍କ ବିବିଧ ଆର୍ଥତ୍କ ଆବଶ୍ୟକତା ପୂରଣ କରିବା ପାଇଁ ଆମର ଅତୁଟ ସମର୍ପଣକୁ ସୁଦୃଢ଼ କରୁଛି,ଯାହା ଆମକୁ ପ୍ରକୃତରେ ‘ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବ୍ୟାଙ୍କରେ ପରିଣତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri