୩୭୦ ଟ୍ରେନ୍‌ରେ ସଂଯୋଗ ହେବ ୧ ହଜାର ଦ୍ୱିତୀୟ ଶ୍ରେଣୀ କୋଚ୍‌

ଭୁବନେଶ୍ୱର,୨୦ା୧୧(ଅନୁରାଧା ମହାରଣା): ରେଳଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତୀୟ ରେଳପଥ ପକ୍ଷରୁ ଯାତ୍ରୀସେବାକୁ ତ୍ୱରାନ୍ବିତ କରାଯାଉଛି। ଏହି କ୍ରମରେ ଗତ ୩ମାସ ମଧ୍ୟରେ ବିଭିନ୍ନ ଟ୍ରେନରେ ସାଧାରଣ ବର୍ଗ (ଜିଏସ୍‌)ର ପ୍ରାୟ ୬୦୦ ନୂତନ ଅତିରିକ୍ତ କୋଚ୍‌ ସଂଯୋଗ କରାଯାଉଛି। ଏହି ସମସ୍ତ କୋଚ୍‌ ନିୟମିତ ଟ୍ରେନରେ ସଂଯୋଗ କରାଯାଇଛି। ଏଥିସହ ଚଳିତ ମାସ ଶେଷ ସୁଦ୍ଧା ପ୍ରାୟ ୩୭୦ ନିୟମିତ ଟ୍ରେନରେ ଏକ ହଜାରରୁ ଅଧିକ ସାଧାରଣ ବର୍ଗ କୋଚ୍‌ ସଂଯୋଗ କରାଯିବ। ରେଳ ଚଳାଚଳରେ ନୂତନ ଜିଏସ୍‌ କୋଚ୍‌ ସଂଯୋଗ ଦ୍ୱାରା ଦୈନିକ ପ୍ରାୟ ଏକଲକ୍ଷ ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ଆସନ୍ତା ଦୁଇବର୍ଷ ମଧ୍ୟରେ ରେଳ ଚଳାଚଳରେ ବହୁ ସଂଖ୍ୟକ ଅଣ-ଏସି କୋଚ ଅନ୍ତର୍ଭୁକ୍ତ କରାଯିବ।
ସାଧାରଣ ବର୍ଗର ରେଳଯାତ୍ରୀଙ୍କ ପାଇଁ ନୂତନ ସୁବିଧା ବିଷୟରେ ରେଳ ବୋର୍ଡ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ରେଳବାଇ କାର୍ଯ୍ୟନିର୍ବାହୀ (ସୂଚନା ଏବଂ ପ୍ରଚାର) ଦିଲୀପ କୁମାର କହିଛନ୍ତି ଯେ, ରେଳପଥର ସାଧାରଣ ପ୍ରାଥମିକତା ମଧ୍ୟରେ ସାଧାରଣ ବର୍ଗର ଯାତ୍ରୀ ଅଛନ୍ତି। ଏହି ବର୍ଗର ଯାତ୍ରୀଙ୍କୁ ସର୍ବାଧିକ ସୁବିଧା ଯୋଗାଇବା ପାଇଁ ରେଳପଥ ବିଭିନ୍ନ ଦିଗରେ କାର୍ଯ୍ୟ କରୁଛି। ରେଳବାଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି ଯେ, ଆସନ୍ତା ଦୁଇବର୍ଷ ମଧ୍ୟରେ ୧୦ ହଜାରରୁ ଅଧିକ ଅଣ-ଶୀତତାପ ନିୟନ୍ତ୍ରିତ ସାଧାରଣ ଶ୍ରେଣୀ (ଜିଏସ୍‌) କୋଚ ରେଳ ଚଳାଚଳରେ ଅନ୍ତର୍ଭୁକ୍ତ ହେବ। ଏଥିମଧ୍ୟରୁ ୬ ହଜାରରୁ ଅଧିକ ଜିଏସ୍‌ କୋଚ ହେବାକୁ ଥିବାବେଳେ ଅବଶିଷ୍ଟ କୋଚ ଶୟନ ଶ୍ରେଣୀ ହେବ। ଏତେସଂଖ୍ୟକ ଅଣ-ଏସି କୋଚ ଅନ୍ତର୍ଭୁକ୍ତ ହେବା ସହିତ ସାଧାରଣ ଶ୍ରେଣୀର ପ୍ରାୟ ୮ଲକ୍ଷ ଯାତ୍ରୀ ରେଳ ଯୋଗେ ଯାତ୍ରା କରିପାରିବେ। ଜିଏସ୍‌ ବର୍ଗର ଏହି ନୂତନ ଉତ୍ପାଦିତ କୋଚଗୁଡିକ ଏଲ୍‌ଏଚ୍‌ବିର ହେବ। ଏହା ଯାତ୍ରାକୁ ଆରାମଦାୟକ ଓ ସୁବିଧାଜନକ ତଥା ନିରାପଦ ଏବଂ ଦ୍ରୁତ ଗତିରେ ସାହାଯ୍ୟ କରିବ। ଏହି ନୂତନ ଏଲ୍‌ଏଚ୍‌ବି କୋଚ୍‌ଗୁଡିକ ସାଧାରଣ ଆଇସିଏଫ୍‌ ରେଳ କୋଚ ଅପେକ୍ଷା ଅପେକ୍ଷାକୃତ ହାଲୁକା ଏବଂ ଶକ୍ତିଶାଳୀ ହୋଇଥିବାରୁ ଦୁର୍ଘଟଣା ହେଲେ ଏହି କୋଚଗୁଡ଼ିକରେ କମ୍‌ କ୍ଷତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri