ପରିବେଶ ପାଇଁ ବୈଶ୍ୱିକ ସ୍ବର ପାଲଟିଥିବା ଯୋଦ୍ଧା

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ:ବିଲ୍ଡିଂ ରିଜିଲିଆନ୍ସ’। ଆସନ୍ତା ୨୪ ତାରିଖରେ ଧରିତ୍ରୀର ୫୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଯୁବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

ଧରିତ୍ରୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ପରିବେଶ ଯୋଦ୍ଧା, କ୍ଲାଇମ୍‌ଆକ୍ଟ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶିକା ହିତା ଲଖାନୀ। ସେ ପୃଥିବୀର ଅନେକ ବୈଶ୍ୱିକ ମଞ୍ଚରେ ଭାରତୀୟ ଜଳବାୟୁ ପରିବର୍ତ୍ତନ ଆକ୍ଟିଭିଷ୍ଟମାନଙ୍କ ପ୍ରତିନିଧିତ୍ୱ କରିଆସିଛନ୍ତି। ଓମେନ୍ସ କ୍ଲାଇମେଟ୍‌ କଲେକ୍ଟିଭ୍‌ ସଦସ୍ୟା ଏହି ମହିଳା ପରିବେଶବିତ୍‌ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନତା ସୃଷ୍ଟି ଦିଗରେ କାର୍ଯ୍ୟରତ। ପରିବେଶ ସୁରକ୍ଷା ଏବଂ ଏଥିରେ ଯୁବପିଢ଼ିର ଭୂମିକା ନେଇ ସେମାନଙ୍କୁ ସଚେତନ କରାଇବାକୁ ହିତା ନିଜ ଉତ୍ତରଦାୟିତ୍ୱ ବୋଲି ବିବେଚନା କରିଥାନ୍ତି। ହିତାଙ୍କ ପ୍ରମୁଖ କାର୍ଯ୍ୟ ମଧ୍ୟରେ ରହିଛି, ପିଲାଙ୍କ ଭବିଷ୍ୟତର ସୁରକ୍ଷା। ପିଲାବେଳୁ ହିତାଙ୍କର ପରିବେଶ ପ୍ରତି ଆବେଗିକ ସମ୍ପର୍କ ରହିଆସିଛି। ପୃଥିବୀ ମାତାର ସୁରକ୍ଷା ଲାଗି ସେ ଅନେକ ସ୍ବଳ୍ପବୟସ୍କ ପିଲାଙ୍କୁ ବ୍ରତୀ ହେବା ପାଇଁ ଅନୁପ୍ରାଣିତ କରିଥିଲେ। ହିତା ନିଜ କ୍ୟାରିୟରର ଲକ୍ଷ୍ୟ ହାସଲ ପାଇଁ ବିଶ୍ୱସ୍ତରୀୟ ଉଦ୍ୟମ ଚଳାଇ ସଫଳତାର ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।
ପିଲାବେଳେ ଜେଜେମା’ବାପାଙ୍କ ଚାଷଜମିରେ ସମୟ ବିତାଇବା ହିତାଙ୍କୁ ବାହ୍ୟ ଦୁନିଆ ପ୍ରତି ଆକର୍ଷିତ କରିଥିଲା। ସେବେଠୁ ସେ ପ୍ରକୃତି ପ୍ରେମରେ ପଡ଼ିଯାଇଥିଲେ। ଏକଦା ମୁମ୍ବାଇର ମେରାଇନ୍‌ ଡ୍ରାଇଭ୍‌ରେ ଉପୁଡ଼ି ପଡ଼ିଥିବା ସୁଦୃଶ୍ୟ ନଡ଼ିଆଗଛ ତାଙ୍କୁ ଗଭୀର ମର୍ମାହତ କରିଥିଲା। ସେହି ଘଟଣା ପରବର୍ତ୍ତୀ ସମୟରେ ତାଙ୍କୁ ଜଳବାୟୁ ପରିବର୍ତ୍ତନ କ୍ଷେତ୍ର ଓ ପରିବେଶ ସୁରକ୍ଷା ପାଇଁ କିଛି କରିବାକୁ ପ୍ରେରିତ କରିଥିଲା। ସେହି ସମୟର ସ୍ମୃତିକୁ ମନେପକାଇ ହିତା କୁହନ୍ତି, ସେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା। ସେ ସ୍କୁଲରୁ ଘରକୁ ଫେରୁଥିଲେ। ନଡ଼ିଆ ଗଛଟିଏ ମୂଳରୁ ଉପୁଡ଼ି ଏକ ଟ୍ରେଲର ଉପରେ ପଡ଼ିରହିଥିଲା। ବିଶାଳକାୟ ବୃକ୍ଷଟି ଦଣ୍ଡାୟମାନ ହେବା ପରିବର୍ତ୍ତେ ସମାନ୍ତରାଳ ଅବସ୍ଥାରେ ରହିଥିଲା। ସେହି ଚିତ୍ର ତାଙ୍କ ମନକୁ ବହୁ ସମୟ ଧରି ଆନ୍ଦୋଳିତ କରିଥିଲା। ଥରେ ଆମ ପରିବାରର ଜଣେ ସଦସ୍ୟ ମୋତେ ପ୍ରଶ୍ନ କରିଥିଲେ, ଏହାକୁ ନେଇ ତୁମେ ଯଦି ଏତେ ଚିନ୍ତିତ ତେବେ ପରିବେଶବିତ୍‌ ହେଉନ କାହିଁକି? ସେହି ପ୍ରଶ୍ନ ହିଁ ମୋତେ ଜୀବନରେ କିଛି ହେବା ପାଇଁ ନିଷ୍ପତ୍ତି ନେବାକୁ ବାଟ କଢ଼ାଇଥିଲା। ସେ ମନେ ମନେ ସ୍ଥିର କରିଥିଲେ ଜଣେ ‘ଗ୍ଲୋବାଲ୍‌ ଇଣ୍ଡିଆନ୍‌’ ହୋଇ ପରିବେଶ ସୁରକ୍ଷା ଦିଗରେ ବ୍ରତୀ ହେବାକୁ।
ହିତା ପରିବେଶ ପାଠ୍ୟକ୍ରମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପାଇଁ ନୂଆଦିଲ୍ଲୀସ୍ଥିତ ଟିଇଆର୍‌ଆଇରେ ଅଧ୍ୟୟନକରି ଏହି କ୍ଷେତ୍ରରେ ନିଜ କ୍ୟାରିୟରର ମୂଳଦୁଆ ପକାଇଥିଲେ। ସେ କୁହନ୍ତି ସେହି ସମୟରେ ଏକ ବନ୍ୟପ୍ରାଣୀ ସଂରକ୍ଷଣ ସଙ୍ଗଠନ ସହ ଜଡ଼ିତ ରହି ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରୁଥାଏ। ଏହା ସାଙ୍ଗକୁ ଜର୍ମାନୀ ଭାଷା ମଧ୍ୟ ପଢ଼ୁଥାଏ। କୋର୍ସ ସାରିବା ପରେ ମୁଁ ଟିସିଏସ୍‌ରେ ଜଣେ ଭାଷାବିତ୍‌ ଭାବେ ନିଯୁକ୍ତି ପାଇଲି। କିନ୍ତୁ ପରିବେଶ ପ୍ରତି ମୋ ଆକର୍ଷଣ ଅତୁଟ ରହିଥାଏ। ୨୦୧୫ରେ ପ୍ୟାରିସ୍‌ରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୧ରେ ଯୋଗଦେଇଥିଲେ। ସେଠାରୁ ଫେରିବା ପରେ ପରିବେଶ ପାଇଁ କିଛି କରିବାକୁ ପ୍ରେରଣା ପାଇଥିଲେ। ହିତା ୟୁଏନ୍‌ଏଫ୍‌ସିସିସି ସହ ଜଡ଼ିତ ବୈଶ୍ୱିକ ନେଟ୍‌ଓ୍ବର୍କ ୟଙ୍ଗୋ ପାଇଁ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରି ଛୋଟ ପିଲା ଓ ଯୁବପିଢ଼ିଙ୍କୁ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଆସିଛନ୍ତି। ଏପରି କି ସେ ନିଜ ଦାୟିତ୍ୱ ସମ୍ପାଦନ ସହ ପ୍ରକଳ୍ପଭିତ୍ତିକ କାର୍ଯ୍ୟ ମଧ୍ୟ କରିଛନ୍ତି। ୨୦୧୯ରେ ହିତା ୧୭୦ ଦେଶ ସଦସ୍ୟ ରହିଥିବା ୟଙ୍ଗୋର ଗ୍ଲୋବାଲ ଫୋକାଲ ପଏଣ୍ଟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ଏହି ସଙ୍ଗଠନର ମୁଖ୍ୟ ଭାବେ ସେ ୧୦,୦୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ଓ ସଙ୍ଗଠନ ସହିତ ଯୋଗସୂତ୍ର ରଖି ପରବର୍ତ୍ତୀ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହିତା ୨୦୨୨ରେ କ୍ଲାଇମ୍‌ଆକ୍ଟ ଫାଉଣ୍ଡେଶନ ପ୍ରତିଷ୍ଠାକରି ଭାରତୀୟ ଯୁବପିଢ଼ିକୁ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ସେ ୟୁଥ୍‌ ନେଗୋସିଏଟର୍ସ ଏକାଡେମୀର ମଧ୍ୟ ସହ ପ୍ରତିଷ୍ଠାତା।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?