SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ଏଟିଏମ୍ କାରବାର ପାଇଁ ଦେବାକୁ ପଡ଼ିବ ଅଧିକ ଶୁଳ୍କ

ମୁମ୍ବାଇ,୧୨ା୧: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI ନିଜର ଏଟିଏମ୍ କାରବାର ଶୁଳ୍କରେ ବୃଦ୍ଧି କରିଛି। ମାଗଣା ସୀମା ଶେଷ ହେବା ପରେ ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କଲେ ଗ୍ରାହକଙ୍କୁ ଏବେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଇଣ୍ଟରଚେଞ୍ଜ୍ ଫି’ ବୃଦ୍ଧି ହେବା କାରଣରୁ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି।

ତେବେ ସାଧାରଣ ସଞ୍ଚୟ ଖାତା ଗ୍ରାହକମାନେ ପୂର୍ବଭଳି ପ୍ରତି ମାସରେ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ୫ଟି ମାଗଣା କାରବାର କରିପାରିବେ। ଏହି ସୀମା ପରେ ନୂଆ ଶୁଳ୍କ ଲାଗୁ ହେବ। ପୂର୍ବରୁ ଦରମା ଆକାଉଣ୍ଟଧାରୀଙ୍କ ପାଇଁ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ଅସୀମିତ ମାଗଣା କାରବାର ସୁବିଧା ଥିଲା। ଏବେ ଏହାକୁ ମାସିକ ୧୦ଟି ମାଗଣା କାରବାରକୁ ସୀମିତ କରାଯାଇଛି।

ନିମ୍ନଲିଖିତ କ୍ଷେତ୍ରରେ ଗ୍ରାହକଙ୍କୁ କୌଣସି ଅଧିକ ଶୁଳ୍କ ଦେବାକୁ ପଡ଼ିବ ନାହିଁ:

SBI ATM ବ୍ୟବହାର: SBI କାର୍ଡଧାରୀମାନେ SBI ଏଟିଏମ୍ ବ୍ୟବହାର କଲେ ତାହା ସମ୍ପୂର୍ଣ୍ଣ ମାଗଣା ରହିବ।

କାର୍ଡଲେସ୍ ସୁବିଧା: SBI ଏଟିଏମ୍‌ରୁ କାର୍ଡଲେସ୍ ଉଠାଇବା ସୁବିଧା ଅସୀମିତ ଏବଂ ମାଗଣା ରହିବ।

BSBD ଏବଂ କିସାନ କ୍ରେଡିଟ୍ କାର୍ଡ (KCC): ଏହି ଆକାଉଣ୍ଟଗୁଡ଼ିକ ପାଇଁ ଚାର୍ଜରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯(ପ୍ରଭୁକଲ୍ୟାଣ ପାଲ): କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

elections

ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୬ ଆସନରେ ହେବ ଉପନିର୍ବାଚନ; ଜାଣନ୍ତୁ କେବେ, କେଉଁଠି…

ନୂଆଦିଲ୍ଲୀ,୭।୯: ଦେଶର ୬ଟି ଆସନରେ ଉପନିର୍ବାଚନନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫ଟି ବିଧାନସଭା ଆସନ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri