Posted inଖେଳ

ସବିତା, ହାର୍ଦ୍ଦିକ ‘ପ୍ଲେୟର ଅଫ୍‌ ଦି ଇୟର’

ନୂଆଦିଲ୍ଲୀ, ୧୮ା୩: ହକି ଇଣ୍ଡିଆର ୫ମ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସବିତା ପୁନିଆ ଓ ହାର୍ଦ୍ଦିକ ସିଂ ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗରେ ‘ପ୍ଲେୟର ଅଫ୍‌ ଦି ଇୟର’ ପୁରସ୍କାର ପାଇଛନ୍ତି। ୧୯୬୪ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଗୁରବକ୍ସ ସିଂ ୨୦୨୨ ବର୍ଷ ପାଇଁ ସମ୍ମାନଜନକ ମେଜର ଧ୍ୟାନ ଚାନ୍ଦ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପାଇଛନ୍ତି। ପୁରସ୍କାର ଆକାରରେ ତାଙ୍କୁ ଏକ ଟ୍ରଫି ସହ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ୧୯୬୮ ମେକ୍ସିକୋ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ଯୁଗ୍ମ ଅଧିନାୟକ ଥିବା ଗୁରବକ୍ସ ୧୯୬୬ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। କୋଭିଡ-୧୯ ପାଇଁ ସ୍ଥଗିତ ରହିଥିବା ହକି ଇଣ୍ଡିଆ ପୁରସ୍କାର ମଧ୍ୟ ଏହି ଉତ୍ସବରେ ପ୍ରଦାନ କରାଯାଇଥିଲା। ୧୯୫୬ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଅମିତ ସିଂ ବକ୍ସି ୨୦୨୧ ବର୍ଷ ପାଇଁ ମେଜର ଧ୍ୟାନ ଚାନ୍ଦ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ହାସଲ କରିଥିଲେ। ପୁରସ୍କାର ଆକାରରେ ବିଜେତା ମାନଙ୍କୁ ୨.୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ମହାସଚିବ ଭୋଳା ନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏଫ୍‌ଆଇଏଚ୍‌ ପୁରସ୍କାର ବିଜେତା ଏବଂ ଅନ୍ତର୍ଜାତୀୟ ହକି ମ୍ୟାଚ ଖେଳିବାରେ ମାଇଲଖୁଣ୍ଟ ସ୍ପର୍ଶ କରିଥିବା ଖେଳାଳିଙ୍କୁ ମଧ୍ୟ ହକି ଇଣ୍ଡିଆ ପକ୍ଷରୁ ଆର୍ଥିକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାଇନା ଓପନରେ ଭାରତର ଅଭିଯାନ ଶେଷ

ଚଙ୍ଗ୍‌ଝୋ,୨୦।୯(ପିଟି): ଏଠାରେ ଚାଲିଥିବା ଚାଇନା ଓପନ ଓ୍ବାଲର୍‌ଡ ଟୁର ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଅନ୍ତିମ ଶଟଲର ଭାବେ ବି. ସାଇ...

ଆଉ ୬ ରାଜ୍ୟରେ ଖେଲୋ ଇଣ୍ଡିଆ ଷ୍ଟେଟ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ,୧୬।୯(ପି.ଟି.): ଯୁବ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଆଉ ୬ଟି ରାଜ୍ୟରେ ଖେଲୋ ଇଣ୍ଡିଆ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ (କେଆଇଏସ୍‌ସିଇ) ପ୍ରତିଷ୍ଠା...

ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଲେ ଶ୍ରେୟସ

ନୂଆଦିଲ୍ଲୀ,୧।୨: ଅଷ୍ଟ୍ରେଲିଆ ବିପକ୍ଷ ୪ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି ଶ୍ରେୟସ ଆୟର। ଏବେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ନଚେତ ଶୁଭମନ...

କୋହଲି, ସ୍ମିଥଙ୍କ ରେକର୍ଡ ଭାଙ୍ଗିଲେ ନେପାଳ ଅଧିନାୟକ

କାଠମାଣ୍ଡୁ ,୩୦।୯: ନେପାଳ କ୍ରିକେଟ ଦଳର ଅଧିନାୟକ ପାରସ ଖାଡ୍‌କା ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହାଇଛନ୍ତି। ଶନିବାର ସିଙ୍ଗାପୁର ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଶତକ...

ଚହଲଙ୍କ ଶର୍ଟଲେସ୍‌ ଫଟୋ ଶେୟାର କରି ଏମିତି କହିଲେ ରୋହିତ ଶର୍ମା

ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିବା ପରେ ଟିମ୍‌ ଇଣ୍ଡିଆରେ ଏବେ ବର୍ଷର ପ୍ରଥମ ବିଦେଶ ଗସ୍ତକୁ ସଫଳ କରିବା ପାଇଁ ଉଦ୍ୟମ ଆରମ୍ଭ...

କ୍ଲିନ୍‌ସୁଇପ୍‌ କଲା ଭାରତ

ତ୍ରିନିଦାଦ,୨୮।୭: ତ୍ରିନିଦାଦର କ୍ୱିନ୍ସ ପାର୍କ ଓଭାଲରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତ ୧୧୯ ରନ୍‌ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହା ସହ ଭାରତ ଦିନିକିଆ ସିରିଜକୁ...

କୋହଲି କିମ୍ବା ରୋହିତ ନୁହନ୍ତିି; ଏହି କ୍ରିକେଟରଙ୍କୁ ନିଜ ଆଇପିଏଲ୍‌ ଟିମ୍‌ର ଅଧିନାୟକ ଭାବେ ବାଛିଲେ ଡିଭିଲିୟର୍ସ

ନୂଆଦିଲ୍ଲୀ,୨।୪: ଆଉ ଦିନ କେଇଟାରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏଥିନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏହି କ୍ରମରେ ନିଜ...

ବାପା ଧୋନୀଙ୍କୁ ଏମିତି ଉପହାର ଦେଇ ଭାବୁକ କରିଦେଲେ ଜିଭା

ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନରେ ତାଙ୍କ ଦେଶ ବିଦେଶର କୋଟି କୋଟି ଫ୍ୟାନ୍‌, ସାଥୀ ଖେଳାଳିମାନେ ଶୁଭେଚ୍ଛା ଜଣାଇଛନ୍ତି। ୩୯ ତମ ଜନ୍ମଦିନରେ ଧୋନୀଙ୍କୁ ଏକ...

Advertisement
Archives

Model This Week