ବ୍ଲୁ ଆମୋନିଆ: ପ୍ରଥମଥର ସୌଦି ଆରବରୁ ଯାଉଛି ଜାପାନ

ଟୋକିଓ,୨୯ ।୯: ପ୍ରଥମଥର ଲାଗି ବ୍ଲୁ ଆମୋନିଆ ଅନ୍ତର୍ଜାତୀୟ ସ୍ତରରେ ବ୍ୟବହାର ହେବାକୁ ଯାଉଛି । ଏହା ଏବେ ସøଦି ଆରବରୁ ଜାପାନ ପଠାଯାଉଛି । ଏହା ସେଠାରେ ବିଜୁଳି ଘରେ ଅର୍ଥାତ୍ ବିଜୁଳି ଉତ୍ପାଦନରେ ବ୍ୟବହାର କରାଯିବ ବୋଲି ଜଣାପଡିଛି । ତେବେ ବ୍ଲୁ ଆମୋନିଆ ହେଉଛି ସେହି ପଦାର୍ଥ ଯାହା ବିନା ପ୍ରଦୂଷଣରେ ବିଜୁଳି ଉତ୍ପାଦନ କରିବ । ପରିବେଶକୁ ନେଇ ଖୁବ୍ ସଚେତନ ଥିବା ଜାପାନ ଏବେ ଏହି ବ୍ଲୁ ଆମୋନିଆ ବ୍ୟବହାର କରି ବିଶ୍ୱର ପ୍ରଥମ ଦେଶ ହେବାକୁ ଯାଇଛି ଯିଏ ଅଧିକ ମାତ୍ରାରେ ଏହି ବ୍ଲୁ ଆମୋନିଆ ବ୍ୟବହାର କରି ବିଜୁଳି ଉତ୍ପାଦନ କରିବାକୁ ଯାଉଛି । ଜାପାନ ୨୦୩୦ ସୁ୍‌ଦ୍ଧା ନିଜର ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗମନ ୨୬ ପ୍ରତିଶତ କମ୍ କରିବ ବୋଲି କହିଥିଲା । ଏହି କ୍ରମରେ ସେ ଅନେକ ପଦକ୍ଷେପ ମଧ୍ୟ ନେଇ ଚାଲିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲୁ ଆମୋନିଆର ବ୍ୟବହାର । ସୌଦିର ତେଲ କମ୍ପାନୀ ଆରାମକୋ କହିଛି ଜାପାନ ପ୍ରଥମ ଶିପମେଣ୍ଟରେ ୪୦ ଟନ୍ ବ୍ଲୁ ଆମୋନିଆ ନେଉଛି । ଏଥିରୁ ସେ ବିଜୁଳି ଉତ୍ପାଦନ କରିବ ଯାହା କାର୍ବନ ନିର୍ଗମନକୁ ଅନେକାଂଶରେ କମ୍ କରିଦେବ । ତେବେ ବ୍ଲୁ ଆମୋନିଆ ଜୀବାଷ୍ମରୁ ପ୍ରସ୍ତୁତ ଇନ୍ଧନର ଏକ ନୂଆ ରୂପ ବୋଲି କୁହାଯାଉଛି । ଏଥିରେ ୧୮ ପ୍ରତିଶତ ହାଇଡ୍ରୋଜେନ ରହୁଛି ଯାହାକୁ ଇନ୍ଧନର ଏକ ଭଲ ସ୍ରୋତ ବୋଲି କୁହାଯାଉଛି । ବ୍ଲୁ ଆମୋନିଆ ପାଇଁ ପ୍ରଥମେ ହାଇଡ୍ରୋକାର୍ବନକୁ ହାଇଡ୍ରୋଜେନ ଓ ଆମୋନିଆରେ ପରିବର୍ତ୍ତନ କରାଯାଇଥାଏ । ଏହା ସିଧାସଳଖ ଭାବେ ପାୱାର ଷ୍ଟେଶନରେ କାମରେ ଲାଗିଥାଏ । ବ୍ଲୁ ଆମୋନିଆକୁ ଜଳାଇଲେ ଏଥିରେ କାର୍ବନ ଡାଇଅକ୍ସାଇଡ୍ ମିଳି ନ ଥାଏ । ସେଥିପାଇଁ ଏହାକୁ ବିଶ୍ୱର କାର୍ବନ ମୁକ୍ତ ଗ୍ୟାସ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଦାବି ମଧ୍ୟରେ ଖାମନେଇଙ୍କ ପୋଷ୍ଟ, ଖଣ୍ଡା ନେଇ…

ତେହରାନ,୧।୩: ଆୟାତୋଲ୍ଲା ଅଲି ଖାମନେଇଙ୍କ ହତ୍ୟା ଦାବି ମଧ୍ୟରେ, ଇରାନର ସର୍ୱୋଚ୍ଚ ନେତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ପୋଷ୍ଟ କରାଯାଇଛି। ପୋଷ୍ଟରେ ପୟଗମ୍ୱର ଅଲିଙ୍କୁ ଉଦ୍ଧୃତ…

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri