ବ୍ଲୁ ଆମୋନିଆ: ପ୍ରଥମଥର ସୌଦି ଆରବରୁ ଯାଉଛି ଜାପାନ

ଟୋକିଓ,୨୯ ।୯: ପ୍ରଥମଥର ଲାଗି ବ୍ଲୁ ଆମୋନିଆ ଅନ୍ତର୍ଜାତୀୟ ସ୍ତରରେ ବ୍ୟବହାର ହେବାକୁ ଯାଉଛି । ଏହା ଏବେ ସøଦି ଆରବରୁ ଜାପାନ ପଠାଯାଉଛି । ଏହା ସେଠାରେ ବିଜୁଳି ଘରେ ଅର୍ଥାତ୍ ବିଜୁଳି ଉତ୍ପାଦନରେ ବ୍ୟବହାର କରାଯିବ ବୋଲି ଜଣାପଡିଛି । ତେବେ ବ୍ଲୁ ଆମୋନିଆ ହେଉଛି ସେହି ପଦାର୍ଥ ଯାହା ବିନା ପ୍ରଦୂଷଣରେ ବିଜୁଳି ଉତ୍ପାଦନ କରିବ । ପରିବେଶକୁ ନେଇ ଖୁବ୍ ସଚେତନ ଥିବା ଜାପାନ ଏବେ ଏହି ବ୍ଲୁ ଆମୋନିଆ ବ୍ୟବହାର କରି ବିଶ୍ୱର ପ୍ରଥମ ଦେଶ ହେବାକୁ ଯାଇଛି ଯିଏ ଅଧିକ ମାତ୍ରାରେ ଏହି ବ୍ଲୁ ଆମୋନିଆ ବ୍ୟବହାର କରି ବିଜୁଳି ଉତ୍ପାଦନ କରିବାକୁ ଯାଉଛି । ଜାପାନ ୨୦୩୦ ସୁ୍‌ଦ୍ଧା ନିଜର ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗମନ ୨୬ ପ୍ରତିଶତ କମ୍ କରିବ ବୋଲି କହିଥିଲା । ଏହି କ୍ରମରେ ସେ ଅନେକ ପଦକ୍ଷେପ ମଧ୍ୟ ନେଇ ଚାଲିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲୁ ଆମୋନିଆର ବ୍ୟବହାର । ସୌଦିର ତେଲ କମ୍ପାନୀ ଆରାମକୋ କହିଛି ଜାପାନ ପ୍ରଥମ ଶିପମେଣ୍ଟରେ ୪୦ ଟନ୍ ବ୍ଲୁ ଆମୋନିଆ ନେଉଛି । ଏଥିରୁ ସେ ବିଜୁଳି ଉତ୍ପାଦନ କରିବ ଯାହା କାର୍ବନ ନିର୍ଗମନକୁ ଅନେକାଂଶରେ କମ୍ କରିଦେବ । ତେବେ ବ୍ଲୁ ଆମୋନିଆ ଜୀବାଷ୍ମରୁ ପ୍ରସ୍ତୁତ ଇନ୍ଧନର ଏକ ନୂଆ ରୂପ ବୋଲି କୁହାଯାଉଛି । ଏଥିରେ ୧୮ ପ୍ରତିଶତ ହାଇଡ୍ରୋଜେନ ରହୁଛି ଯାହାକୁ ଇନ୍ଧନର ଏକ ଭଲ ସ୍ରୋତ ବୋଲି କୁହାଯାଉଛି । ବ୍ଲୁ ଆମୋନିଆ ପାଇଁ ପ୍ରଥମେ ହାଇଡ୍ରୋକାର୍ବନକୁ ହାଇଡ୍ରୋଜେନ ଓ ଆମୋନିଆରେ ପରିବର୍ତ୍ତନ କରାଯାଇଥାଏ । ଏହା ସିଧାସଳଖ ଭାବେ ପାୱାର ଷ୍ଟେଶନରେ କାମରେ ଲାଗିଥାଏ । ବ୍ଲୁ ଆମୋନିଆକୁ ଜଳାଇଲେ ଏଥିରେ କାର୍ବନ ଡାଇଅକ୍ସାଇଡ୍ ମିଳି ନ ଥାଏ । ସେଥିପାଇଁ ଏହାକୁ ବିଶ୍ୱର କାର୍ବନ ମୁକ୍ତ ଗ୍ୟାସ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନରେ ହୋଇପାରେ ବିଶ୍ୱର ସବୁଠାରୁ ବଡ ପରମାଣୁ ବିସ୍ଫୋରଣ

ଲଣ୍ଡନ,୧୫।୭: ଏବେ ବିଶ୍ୱର ପ୍ରାୟ ସବୁଦେଶ ନ୍ୟୁକ୍ଲିୟର ଶକ୍ତି ବୃଦ୍ଧି ପାଇଁ ପ୍ରୟାସ ଜାରି ରଖିଛନ୍ତି। ସେଥିପାଇଁ ଲୁଚାଛପାରେ ସମସ୍ତେ ଏହାର ପରୀକ୍ଷଣ ମଧ୍ୟ କରୁଛନ୍ତି।...

ବାଲୁଚିସ୍ତାନରେ ଭୂକମ୍ପ

ଇସଲାମାବାଦ,୨୬ା୩: ରବିବାର ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି। ବାଲୁଚିସ୍ତାନ ପ୍ରଦେଶର ଝାଲ ମଗାସି ଜିଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ତେବେ ସମଗ୍ର...

କରୋନା ପାଇଁ ଔଷଧ: ଲାଗିପାରେ ବର୍ଷେରୁ ଦେଢ଼ ବର୍ଷ; ଲକ୍‌ଡାଉନ୍‌ରେ ରହି ହେବ କି ଏତେ ଦିନ !

ଓ୍ବାଶିଂଟନ,୨୪।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କରୋନା ଭୂତାଣୁ ଭିନ୍ନ ଭିନ୍ନ ପରିବେଶରେ ଅଲଗା ଅଲଗା କ୍ରିୟାଶୀଳତା ଦେଖାଉଥିବାରୁ ଏହାକୁ...

ତୁର୍କୀ, ସିରିଆ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୩୦୦କୁ ବୃଦ୍ଧି

ଇସ୍ତାନବୁଲ୍‌,୬।୨: ତୁର୍କୀ ଓ ସିରିଆରେ ରବିବାର ବିଳମ୍ବିତ ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଲୋକମାନେ ଶୋଇଥିବା ସମୟରେ ଭୂକମ୍ପ ହେବାରୁ ୨,୩୦୦ରୁ ଊର୍ଦ୍ଧ୍ୱ...

ୟୁନେସ୍କୋ ସମ୍ମିଳନୀରେ ଭାରତର ସମାଲୋଚନା: ଆତଙ୍କବାଦ ସହ ସମ୍ପର୍କ ପାକ୍‌କୁ ବିଫଳ ରାଷ୍ଟ୍ରରେ ପରିଣତ କରିଛି

ପ୍ୟାରିସ୍‌ ,୧୬ା୧୧(ପି.ଟି.): ଅନ୍ତର୍ଜାତୀୟ ବ୍ୟାପାରକୁ ନେଇ ପାକିସ୍ତାନର ଅପରିପକ୍ୱ ପ୍ରଚାରକୁ ୟୁନେସ୍କୋ ସମ୍ମିଳନୀରେ ଭାରତ କଡ଼ା ସମାଲୋଚନା କରିଛି। ଏହାର ବିକ୍ଷିପ୍ତ ବ୍ୟବହାର ଏବଂ ଆତଙ୍କବାଦ...

ବାଂଲାଦେଶର ଆଗାମୀ ରାଷ୍ଟ୍ରପତି ହେବେ ମହମ୍ମଦ ସହାବୁଦ୍ଦିନ ଚୁପ୍ପୁ

ଢାକା,୧୨।୨: ବାଂଲାଦେଶର ୨୨ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମହମ୍ମଦ ସହାବୁଦ୍ଦିନ ଚୁପ୍ପୁ। ପାର୍ଲାମେଣ୍ଟରେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ଥିବା ଶାସକ ଦଳ ଆଓ୍ବାମି ଲିଗ୍‌ ଚୁପ୍ପୁଙ୍କୁ ଦେଶର...

ବିରୋଧ ନୁହେଁ ବିଦ୍ରୋହ: ବାଇଡେନ୍‌

ଓ୍ବାଶିଂଟନ,୭।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମର୍ଥକଙ୍କ ପକ୍ଷରୁ ଆମେରିକା ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡକୁ ନେଇ ଜୋ ବାଇଡେନ୍‌ ମୁହଁ ଖୋଲିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ...

୩ ଲକ୍ଷ ନାଟୋ ସୈନ୍ୟଙ୍କୁ ହାଇ ଆଲର୍ଟ, ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇଲା…

ମାଦ୍ରିଦ୍‌, ୨୮।୬ : ୟୁକ୍ରେନ ଯୁଦ୍ଧ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ଦୃଷ୍ଟିରେ ରଖି ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଏହାର ୩ ଲକ୍ଷ...

Advertisement
Archives

Model This Week