ଓସିଏସ୍‌ ପରୀକ୍ଷାରେ ସତ୍ୟଜିତ୍‌ଙ୍କ ସଫଳତା

କେନ୍ଦୁଝର,୮ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର ମାଇନିଂ ରୋଡ୍‌ସ୍ଥିତ ସତ୍ୟଜିତ୍‌ ପଟ୍ଟନାୟକ ୧୩୦ ର଼୍ୟାଙ୍କ ରଖି ଚଳିତ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିରରୁ ମାଟ୍ରିକ ପାସ୍‌ ପରେ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ରେ ପାସ୍‌ କରିବା ପରେ ଯୁକ୍ତ ୩ରେ ଭୂତତ୍ତ୍ୱରେ ଅନର୍ସ ନେଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ଧାନବାଦ ଆଇଆଇଟି (ଆଇଏସ୍‌ଏମ୍‌)ରେ ଏମ୍‌ଏସ୍‌ସି କରି ସ୍ଥାନୀୟ କେନ୍ଦୁଝରରେ ଏକ ଘରୋଇ ଯୁକ୍ତ ୩ କଲେଜରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ବାପା ସରୋଜ ପଟ୍ଟନାୟକ ବନ ବିଭାଗରେ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରି ଅବସରଗ୍ରହଣ କରିଛନ୍ତି। ମା’ ସନ୍ଧ୍ୟାରାଣୀ ପଟ୍ଟନାୟକ ଗୃହିଣୀ ଅଟନ୍ତି। ସେ ବିନା କୋଚିଂରେ ଦ୍ୱିତୀୟ ଥର ପରୀକ୍ଷା ଦେଇ ଏଭଳି କୃତିତ୍ୱ ହାସଲ କରିଥିବା କହିଛନ୍ତ। ସେ ପାଠ ପଢ଼ାଇବା ସହିତ ପିଲାମାନଙ୍କୁ ଅନ ଲାଇନ୍‌ରେ ମଧ୍ୟ ଜିଲା ଏବଂ ଜିଲା ବାହାର ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଥିଲେ। ଆହୁରି ମଧ୍ୟ ସେ ପିଲାଙ୍କୁ ଆଇଆଇଟି କୋଚିଂ ଦେଉଥିଲେ। ତାଙ୍କର ଏହି ସଫଳତା ପାଇଁ ପରିବାରର ସଦସ୍ୟମାନଙ୍କୁ ସତ୍ୟଜିତ୍‌ ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ

ଭୁବନେଶ୍ୱର,୧୦ା୬(ତ୍ରିନାଥ ମହାନ୍ତି): ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଓ ତାଙ୍କ…

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ) – ସିନେ ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri