ଓସିଏସ୍‌ ପରୀକ୍ଷାରେ ସତ୍ୟଜିତ୍‌ଙ୍କ ସଫଳତା

କେନ୍ଦୁଝର,୮ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର ମାଇନିଂ ରୋଡ୍‌ସ୍ଥିତ ସତ୍ୟଜିତ୍‌ ପଟ୍ଟନାୟକ ୧୩୦ ର଼୍ୟାଙ୍କ ରଖି ଚଳିତ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିରରୁ ମାଟ୍ରିକ ପାସ୍‌ ପରେ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ରେ ପାସ୍‌ କରିବା ପରେ ଯୁକ୍ତ ୩ରେ ଭୂତତ୍ତ୍ୱରେ ଅନର୍ସ ନେଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ଧାନବାଦ ଆଇଆଇଟି (ଆଇଏସ୍‌ଏମ୍‌)ରେ ଏମ୍‌ଏସ୍‌ସି କରି ସ୍ଥାନୀୟ କେନ୍ଦୁଝରରେ ଏକ ଘରୋଇ ଯୁକ୍ତ ୩ କଲେଜରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ବାପା ସରୋଜ ପଟ୍ଟନାୟକ ବନ ବିଭାଗରେ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରି ଅବସରଗ୍ରହଣ କରିଛନ୍ତି। ମା’ ସନ୍ଧ୍ୟାରାଣୀ ପଟ୍ଟନାୟକ ଗୃହିଣୀ ଅଟନ୍ତି। ସେ ବିନା କୋଚିଂରେ ଦ୍ୱିତୀୟ ଥର ପରୀକ୍ଷା ଦେଇ ଏଭଳି କୃତିତ୍ୱ ହାସଲ କରିଥିବା କହିଛନ୍ତ। ସେ ପାଠ ପଢ଼ାଇବା ସହିତ ପିଲାମାନଙ୍କୁ ଅନ ଲାଇନ୍‌ରେ ମଧ୍ୟ ଜିଲା ଏବଂ ଜିଲା ବାହାର ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଥିଲେ। ଆହୁରି ମଧ୍ୟ ସେ ପିଲାଙ୍କୁ ଆଇଆଇଟି କୋଚିଂ ଦେଉଥିଲେ। ତାଙ୍କର ଏହି ସଫଳତା ପାଇଁ ପରିବାରର ସଦସ୍ୟମାନଙ୍କୁ ସତ୍ୟଜିତ୍‌ ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀ, ଗ୍ରାମବାସୀଙ୍କୁ ମାସ୍କ ବାଣ୍ଟିଲା କଣିହାଁ ଏନଟିପିସି

ତାଳଚେର, ୫ା୪(ନି.ପ୍ର.)- ଏନଟିପିସି କଣିହାଁ ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଏହାର କର୍ମଚାରୀ, ଠିକା ଶ୍ରମିକ, ଟାଉନଶିପ୍ ଏବଂ ଏହାର ଆଖପାଖ ଅଞ୍ଚଳବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ...

ବିରୂପା ସେତୁ ନିର୍ମାଣରେ ନିମ୍ନମାନର ବାଲି

ଯାଜପୁର ଅଫିସ/ଚଣ୍ଡିଖୋଲ (ଡି.ଏନ.ଏ.),୧୧ା୧: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଭିନ୍ନ ନଦୀନାଳରେ ବ୍ରିଜ୍‌ ନିର୍ମାଣ କରାଯାଉଛି। ଏଥିପାଇଁ ସାଧାରଣ ଲୋକଙ୍କ...

ନବରଙ୍ଗପୁର ଜିଲା ଗସ୍ତରେ ୫-ଟି ସଚିବ

ଉମରକୋଟ, ୧୮।୩(ଡି.ଏନ୍‌.ଏ.): ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଶୁକ୍ରବାର ନବରଙ୍ଗପୁର ଜିଲା ଗସ୍ତରେ ଆସିଛନ୍ତି। ସେ ଶନିବାର ଉମରକୋଟ, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ...

ନନ୍ଦନକାନନକୁ ଆସିବ ଜିରାଫ, ହଳଦିଆ ଆନାକୋଣ୍ଡା

ବାରଙ୍ଗ,୬ା୬(ଡି.ଏନ୍‌.ଏ.): ନନ୍ଦନକାନନ ପାଇଁ ଖୁସି ଖବର। ଖୁବଶୀଘ୍ର ନନ୍ଦନକାନନକୁ ଆସିବାକୁ ଯାଉଛି ହଳେ ଜିରାଫ ଓ ହଳେ ହଳଦିଆ ଆନାକୋଣ୍ଡା। ଗ୍ରୀଷ୍ମପ୍ରବାହ କମିଲେ ଏହି ଅତିଥିଙ୍କୁ...

ମହାନଦୀ ପଠାରେ ପ୍ୟାକିଂ, ଡମ୍ପିଂ ନେଇ ଅସନ୍ତୋଷ: ସାମାନ୍ୟ ବର୍ଷାରେ ଖସିିଲା ପଥର

ଖଣ୍ଡପଡ଼ା,୫ା୭(ସ୍ବ.ପ୍ର.)-କଣ୍ଟିଲୋ ମହାନଦୀ କୂଳରେ ଗତ ଜାନୁୟାରୀ ମାସରୁ ଆରମ୍ଭ ହୋଇଥିବା ପଥର ପ୍ୟାକିଂ, ଡମ୍ପିଂ ଓ ଲଚିଂ କାମ ସାମାନ୍ୟ ବର୍ଷାରେ ଦବି ଯାଇଥିବା ଓ...

ମାଓବାଦୀ, ବିଏସଏଫ୍‌ ଜବାନଙ୍କ ମଧ୍ୟରେ ଗୁଳି ବିନିମୟ

ଚିତ୍ରକୋଣ୍ଡା,୨୭।୧୦(ଡି.ଏନ୍‌.ଏ.): ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ରାଲେଗାଡା ପଞ୍ଚାୟତ ଜୁମଡାଙ୍ଗ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ବିଏସଏଫ୍‌ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ...

ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଖଇରା, ୧୦।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ଅଧୀନ ମାଟିଆଳପଦା ଗ୍ରାମର ବାସିନ୍ଦା ଏକ ନିତିଦିନିଆ ରାସ୍ତାଟିଏ ପାଇଁ ବର୍ଷ ବର୍ଷ ହେଲା ଦହଗଞ୍ଜ...

ରଥକାଠ ପୂଜାର୍ଚ୍ଚନା

ପୁରୀ ଅଫିସ,୧୭।୨:ପବିତ୍ର ଶ୍ରୀପଞ୍ଚମୀରେ ମଙ୍ଗଳବାର ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥକାଠ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀନଅର ସମ୍ମୁଖ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଏହି ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି।...

Advertisement
Archives

Model This Week