ସତ୍ୟଜିତ ମହାନ୍ତି ହେଲେ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ

ଭୁବନେଶ୍ୱର,୧ା୩(ବ୍ୟୁରୋ): ଭାରତୀୟ ପୋଲିସ ସେବାରୁ ରବିବାର ସ୍ବେଚ୍ଛାକୃତ ଅବସର ନେବା ପରେ ସୋମବାର ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି ଡକ୍ଟର ସତ୍ୟଜିତ୍‌ ମହାନ୍ତି।
ସେ ୧୯୮୮ ମସିହାରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ। ତାଙ୍କର ଏହି ୩୩ ବର୍ଷ ବୃତ୍ତିଗତ ଜୀବନକାଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଜିଲା ତଥା ରେଞ୍ଜରେ ଆରକ୍ଷୀ ଅଧୀକ୍ଷକ, ଆରକ୍ଷୀ ଉପ-ମହାନିରୀକ୍ଷକ ଏବଂ ଆରକ୍ଷୀ ମହାନିରୀକ୍ଷକ ଭାବରେ ଅବସ୍ଥାପିତ ହୋଇ ଦକ୍ଷତାପୂର୍ଣ୍ଣ, କୃତିତ୍ୱ ଏବଂ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହା ବ୍ୟତୀତ ସେ ବିଭିନ୍ନ ପଦବୀରେ ନିଯୁକ୍ତି ପରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ପରିବହନ ବିଭାଗ, ରାଜ୍ୟ ପୋଲିସ ଗୃହ ନିର୍ମାଣ ନିଗମ, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ, ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଏବଂ ଟୁଇନ୍‌ ସିଟିରେ ପୋଲିସ କମିଶନର ଭାବେ ଅବସ୍ଥାପିତ ହୋଇ ବେଶ୍‌ ସଫଳତାର ସହ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି।

ସେ ମହାନିର୍ଦ୍ଦେଶକ, ରାଜ୍ୟ ଗୁଇନ୍ଦା ବିଭାଗ ଏବଂ ପରିଶେଷରେ ଓଡ଼ିଶା ଅଗ୍ନିଶମ ସେବା,ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସଂସ୍ଥାର ମହାନିର୍ଦ୍ଦେଶକ ରୂପେ ଦାୟିତ୍ୱ ନିଷ୍ଠାପର ଓ ଦକ୍ଷତାର ସହ ତୁଲାଇ ସମ୍ପ୍ରତି ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଗୁଳିରେ ଟଳିଲେ ହାର୍ଡକୋର ମାଓବାଦୀ

ମାଲକାନଗିରି,୬।୧୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲାର ମେଘନାର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଶନିବାର ଗୁଳି ବିନିମୟ ହୋଇଛି। ପୋଲିସ ଗୁଳିରେ ଜଣେ ହାର୍ଡକୋର...

ବିଧାନସଭା ନିର୍ବାଚନ ଫଳ: ପ୍ରଥମ ବିଜୟୀ ହେଲେ ନବରଙ୍ଗପୁରର ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ

ନବରଙ୍ଗପୁର, ୨୩।୫(ବି.ପ୍ର.)- ନବରଙ୍ଗପୁର ବିଧାନସଭା ଆସନରେ ଶେଷ ରାଉଣ୍ଡ ଗଣତି ସରିବା ପରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଥିବା ଜଣାପଡିଛି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

ବିମାନ କ୍ରିଉ ମେମ୍ବରଙ୍କ ପାଇଁ ଭୁବନେଶ୍ୱରରେ ହୋଟେଲ ଖୋଲିବାକୁ ଅନୁମତି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଏୟାରଲାଇନ୍ସ କ୍ରିଉ ମେମ୍ବରଙ୍କ ରହଣି ପାଇଁ ରାଜଧାନୀରେ ଖୋଲିପାରିବ ହୋଟେଲ। ଏନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁମତି...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ଓଏଏସ ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ଏହି ପ୍ରକ୍ରିୟାରେ ୬ ଜଣ ଓଏଏସ ଅଧିକାରୀଙ୍କୁ ରାଜ୍ୟ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି । କଳ୍ପତରୁ...

ବାଲୁକା କଳାରେ ବିଗ୍‌ ବିଙ୍କୁ ଜନ୍ମଦିନ ଶୁଭେଚ୍ଛା

ପୁରୀ ଅଫିସ ୧୧।୧୦: ବଲିଉଡ ସୁପରଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ଆଜି ଜନ୍ମଦିନ। ତାଙ୍କର ଏହି ଜନ୍ମ ଦିବସ ଅବସରରେ ଫ୍ୟାନ, ଫଲୋର୍ସଙ୍କଠାରୁ ଆରମ୍ଭ କରି...

ଆତଙ୍କବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି

ଖୋର୍ଦ୍ଧା ଅଫିସ,୨୫ା୨: କର୍ନାଟକ ଶିବଗଙ୍ଗା ଜିଲାରେ ବଜରଙ୍ଗ ଦଳର ଜନୈକ କାର୍ଯ୍ୟକର୍ତ୍ତାଙ୍କୁ ଜେହାଦୀମାନେ ଛୁରି ଭୁସି ଅତି ନିର୍ମମ ଭାବେ ଭାବେ ହତ୍ୟା କରିଛନ୍ତି। ଏହି...

ପ୍ରକଳ୍ପ ପାଇଁ ଉଜୁଡୁଛି ସବୁଜ ବଳୟ

ଭୁବନେଶ୍ୱର,୬।୬(ବ୍ୟୁରୋ): ବିକାଶ ନାଁରେ  ରାଜ୍ୟରେ ଛାରଖାର ହୋଇଯାଉଛି ଜଙ୍ଗଲ ସମ୍ପଦ। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ସକାଶେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା...

ଉପବାଚସ୍ପତି ପ୍ରସ୍ତାବ ଆସିଲେ ବିଚାର କରାଯିବ: ପିନାକୀ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଉପବାଚସ୍ପତିି ପାଇଁ ପ୍ରସ୍ତାବ ଆସିଲେ ଏ ନେଇ ବିଚାର କରାଯିବ। ଲୋକ ସଭା ଉପବାଚସ୍ପତି ପଦ ନେଇ ବିଜେଡି ପକ୍ଷରୁ ସଂସଦୀୟ ଦଳ...

Advertisement
Archives

Model This Week