୭ କ୍ଷୁଦ୍ର କାଳୀମୂର୍ତ୍ତି ନିର୍ମାଣ କଲେ ସତ୍ୟ

ବ୍ରହ୍ମପୁର ଅଫିସ,୧୪ ।୧୧: ଗଞ୍ଜାମ ଜିଲାର ବାଲୁକା ଶିଳ୍ପୀ ସତ୍ୟ ମହାରଣା ନିଆରା କଳାକୃତି କରି ବିଶ୍ୱସ୍ତରରେ ପରିଚିତ ହୋଇଛନ୍ତି। ୨୦୧୭ ମସିହାରେ ସେ ନିର୍ମାଣ କରିଥିବା କ୍ଷୁଦ୍ର କାଳୀମୂର୍ତ୍ତି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିଲା। ଏବେ ସେ ଆହୁରି କ୍ଷୁଦ୍ର କାଳୀମୂର୍ତ୍ତି ନିର୍ମାଣ କରି ନିଜର ପୂର୍ବ ରେକର୍ଡ ଭାଙ୍ଗିଛନ୍ତି। ଏଥର ସେ କାଠରେ ୨ଟି, ଚକ୍‌ରେ ୩ଟି, ପଥର ଓ ମାଟିରେ ଗୋଟିଏ ଲେଖାଏ କ୍ଷୁଦ୍ର କାଳୀମୂର୍ତ୍ତି ଗଢ଼ିଛନ୍ତି। ଚକ୍‌ରେ ୫ ମିଲିମିଟର, ୧.୫ ସେଣ୍ଟିମିଟର ଓ ୨ ସେଣ୍ଟିମିଟର ଉଚ୍ଚତାର କାଳୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ କାଠ ମୂର୍ତ୍ତିର ଉଚ୍ଚତା ୧.୮ ସେଣ୍ଟିମିଟର ଓ ୩ ସେଣ୍ଟିମିଟର। ସେହିପରି ପଥର ମୂର୍ତ୍ତିର ଉଚ୍ଚତା ୧ ସେଣ୍ଟିମିଟର ରହିଥିବା ବେଳେ ମାଟି ମୂର୍ତ୍ତିର ଉଚ୍ଚତା ୩ ଇଞ୍ଚ ରହିଛି। ସତ୍ୟ ପୂର୍ବରୁ ଅନେକ ରେକର୍ଡ କରିଛନ୍ତି। ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ସେ ୩୦ରୁ ଅଧିକ ରେକର୍ଡ କରି ଗଞ୍ଜାମ ଜିଲା ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା, ଜଗନ୍ନାଥପ୍ରସାଦ ଶଟ୍‌ଡାଉନ୍‌

ଜଗନ୍ନାଥପ୍ରସାଦ,୨୫ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ କାର୍ଯ୍ୟରତ ୨ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଶନିବାର ରାତିରେ ରିପୋର୍ଟ...

ମୟୂରଭଞ୍ଜ ମହୋତ୍ସବ ପାଇଁ କାର୍ନିଭାଲ ଶୋ’

ବାରିପଦା ଅଫିସ,୨୫।୧୧- ମୟୂରଭଞ୍ଜ ଜିଲାର କଳା ଓ ସଂସ୍କୃତି ନିଆରା। ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଏହିି କଳା ଓ ସଂସ୍କୃତିର ପ୍ରଚାର...

ବଢୁଛି ଗଞ୍ଜେଇ ଚାଷ, ଅବକାରୀ ବିଭାଗ ନୀରବ୭୧୨୮ ଏକର ଜମିରୁ ଗଛ ନଷ୍ଟ, ଗିରଫ ଶୂନ

ଫୁଲବାଣୀ ଅଫିସ, ୯ା୭ ରାକେଶ କୁମାର ରାଉତ କନ୍ଧମାଳ ଜିଲାରେ ବ୍ୟାପକ ଗଞ୍ଜେଇ ଚାଷ ହେବା ଘଟଣା କାହାରିକୁ ଅଛପା ନାହିଁ। ଜିଲାରୁ ରାଜ୍ୟ ଓ...

ଛତ୍ରପୁର ବିଡିଓଙ୍କ ପରେ ପାତ୍ରପୁର ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୨୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ଯୋଦ୍ଧାଙ୍କୁ ଅସମ୍ମାନ ଏବଂ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଡାକ୍ତର, ଆଶାକର୍ମୀ, ଶିକ୍ଷକ, ମହିଳା ସଂଘ ସଦସ୍ୟ...

ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଦାବିପତ୍ର ପ୍ରଦାନ କଲା ଗ୍ରାମ୍ୟ ପରିଚାଳନା କମିଟି

ଗଞ୍ଜାମ,୬ା୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ବିରୁଳି କାଇଁଚପୁର ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନା ଠିକ୍‌ରେ ହୋଇ ନ ଥିବା ଗ୍ରାମବାସୀଙ୍କ ପକ୍ଷରୁ...

ମଦ ସହ ୪ ବାଇକ ଜବତ, ୩ ଗିରଫ

ଖଲ୍ଲିକୋଟ,୧୪ା୪(ଡି.ଏନ୍‌.ଏ.)- ଖଲ୍ଲିକୋଟ ପୋଲିସ ଗୁଣ୍ଡୁରିପଲି ମାଳ ଅଞ୍ଚଳରେ ଚଢ଼ାଉ କରି ୬୦୦ ଲିଟର ଦେଶୀ ମଦ ସହ ୪ ବାଇକ ଜବତ କରି ମଦ ବିକ୍ରି...

କୀଟନାଶକ ଗନ୍ଧରେ ୨ ଭଉଣୀଙ୍କ ମୃତ୍ୟୁ

ଦିଗପହଣ୍ଡି,୨୮ା୧୨(ଡିଏନଏ)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମ ତଳସାହିରେ ରହୁଥିବା ମୋହନ ରେଡ୍ଡୀଙ୍କ ୨ ନାତୁଣୀ ଟିକିନା (୬) ଓ ସୋମା(୯)ଙ୍କର ଶୁକ୍ରବାର...

ବାୟୁ ସେନା ପ୍ରତିରକ୍ଷା ବାହିନୀକୁ ରାଷ୍ଟ୍ରପତି କଲର୍ସ ସମ୍ମାନ ଏକତା, ଅଖଣ୍ଡତା, ସାର୍ବଭୌମତ୍ୱ ରକ୍ଷାରେ ସେନା ଭୂମିକା ପ୍ରଶଂସନୀୟ:ରାଷ୍ଟ୍ରପତି

ବ୍ରହ୍ମପୁର ଅଫିସ୍‌,୨୯ା୯-ଗଞ୍ଜାମ ଜିଲା ଗୋପାଳପୁର ସେନା ଷ୍ଟେଶନ୍‌ସ୍ଥିତ ସେନା ବାୟୁ ପ୍ରତିରକ୍ଷା ବାହିନୀ(ଆର୍ମି ଏୟାର୍‌ ଡିଫେନ୍ସ)କୁ ଶନିବାର ରାଷ୍ଟ୍ରପତି କଲର୍ସ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି...

Advertisement

BGU

Archives

Model This Week

Why Dharitri