Posted inଫୁରସତ

ମହାବାହୁଙ୍କ ସେବାରେ ହିଁ ସନ୍ତୋଷ

ପ୍ରାୟ ଦୁଇ ଦଶନ୍ଧି ଧରି ଶ୍ରୀମନ୍ଦିର ପ୍ରଶାସନରେ ସ୍ବତନ୍ତ୍ର ପଦାଧିକାରୀ ତଥା ବରିଷ୍ଠ ଉପପ୍ରଶାସକ ରୂପେ କାର୍ଯ୍ୟ କରିଥିବା ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ, ପ୍ରାବନ୍ଧିକ ଡ. ଭାସ୍କର ମିଶ୍ର। ଯିଏକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ବହୁ ବିରଳ ପୁସ୍ତକ ଓ ପୋଥି ସଂଗ୍ରହ କରିଛନ୍ତି। ଦୀର୍ଘ ୩୦ବର୍ଷ ଧରି ଶ୍ରୀଜଗନ୍ନାଥ ଚେତନା ଓ ମଠ ପରମ୍ପରା ସମ୍ପର୍କରେ ମଧ୍ୟ ଗବେଷଣା କରିଛନ୍ତି। ୨୦୨୧ମସିହା ସୁଦ୍ଧା ୬୪ଖଣ୍ଡ ଗବେଷଣାଭିତ୍ତିକ ଆଧ୍ୟାତ୍ମିକ ପୁସ୍ତକ ରଚନା କରିବା ସହ ମଠ ପରମ୍ପରାକୁ ନେଇ ଓଡ଼ିଶାର ପ୍ରଥମ ଗ୍ରନ୍ଥ ରଚନା କରିଛନ୍ତି।

ବାସେଳିସାହିରେ ତାଙ୍କ ଘର। ଜନ୍ମ ୧୯୬୧ମସିହାରେ। ପିତା ବୈଦ୍ୟନାଥ ମିଶ୍ର, ମା’କୁଞ୍ଜଲତା ଦେବୀ। ଏବେ ପରିବାର କହିଲେ ପତ୍ନୀ ରୁନୁ, ଗୋଟିଏ ପୁଅ ଅଜିତାଭ, ଗୋଟିଏ ଝିଅ ଅନିଶାକୁ ବୁଝାଏ। ସେ କୁହନ୍ତି, ‘ପିଲାଟିଦିନରୁ ବିଭିନ୍ନ ଦେବଦେବୀଙ୍କ ଆରାଧନା ସହ ପୁରାଣ ପଢ଼ୁଥିଲି, ଶ୍ଳୋକ ଉଚ୍ଚାରଣ କରୁଥିଲି। ପ୍ରାଥମିକ ଶିକ୍ଷା ଆରମ୍ଭ ହୁଏ ବାସେଳିସାହି ୟୁପି ସ୍କୁଲରେ। ପରେ ମ୍ୟୁନିସିପାଲିଟି ହାଇସ୍କୁଲ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ବିଏ ଏବଂ ଗଙ୍ଗାଧର ଆଇନ ମହାବିଦ୍ୟାଳୟରେ ଏଲ୍‌ଏଲ୍‌ବି କଲି। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବାରିପଦାରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପୁରୀର ମଠ ପରମ୍ପରା ଉପରେ ପିଏଚ.ଡି. କରିଛି। ତେବେ ପଢାପରେ ପ୍ରଥମେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ କାର୍ଯ୍ୟାଳୟଠାରେ ଲୋକସମ୍ପର୍କ ଅଧିକାରୀଭାବେ ଯୋଗଦେଇଥିଲି। ତାପରେ ୨୦୦୦ମସିହାରେ ରାଜ୍ୟ ଆଇନ ବିଭାଗରେ ଓଏସ୍‌ଡି ରୂପେ ଯୋଗଦାନ। ୨୦୦୬ରୁ ୨୦୧୨ଯାଏ ଶ୍ରୀମନ୍ଦିର ଉପପ୍ରଶାସକ ରୂପେ କାର୍ଯ୍ୟ ତୁଲାଇଥିଲି। ରାଜ୍ୟ ଆଇନ ବିଭାଗରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ୨୦୨୧ ମେ ୩୧ରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛି। କିନ୍ତୁ ୟା’ଭିତରେ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିଷୟରେ ମୋର ଲେଖାଲେଖି ଜାରି ରହିଛି। ଏଥିପାଇଁ ଶ୍ରୀମନ୍ଦିର ବୟୋଜ୍ୟେଷ୍ଠ ସେବକ, ପୁରାତନଗ୍ରନ୍ଥ, ମାଦଳାପାଞ୍ଜି ଓ ରାଜ୍ୟ ଅଭିଲେଖାଗାରର ସାହାଯ୍ୟ ନେଇଛି। ଦୀର୍ଘ ୨୨ ବର୍ଷ ଧରି ଶ୍ରୀମନ୍ଦିରର ବିଭିନ୍ନ ଯାତ୍ରା, ବିଶେଷ ନୀତିରେ ପ୍ରତ୍ୟକ୍ଷ ଭାବେ ଦାୟିତ୍ୱରେ ରହିବା ସମୟରେ ନିରୀକ୍ଷଣକରି ତଥ୍ୟ ସଂଗ୍ରହ କରୁଥିଲି। ଏହାସହ ‘ଶ୍ରୀମନ୍ଦିର ଓ ସମାଚାର’ ପତ୍ରିକାର ସମ୍ପାଦନା ଦାୟିତ୍ୱ ତୁଲାଇଥିଲି। ୧୯୯୬ ମସିହାଠାରୁ ୨୦୨୧ ମସିହା ମଧ୍ୟରେ ଓଡ଼ିଶା, ରାୟପୁର, ତିରୁପତି, ମୁମ୍ବାଇ, ନୂଆଦିଲ୍ଲୀ ସମେତ ନେପାଳର କାଠମାଣ୍ଡୁଠାରେ ଆୟୋଜିତ ଶ୍ରୀଜଗନ୍ନାଥ ଚେତନାଭିତ୍ତିକ ଉଭୟ ଅନ୍ତର୍ଜାତୀୟ, ଜାତୀୟ ଏବଂ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରଗୁଡ଼ିକରେ ଅଂଶଗ୍ରହଣ କରି ନିବନ୍ଧ ଉପସ୍ଥାପନ କରିଛି। ସମ୍ପ୍ରତି ନୀଳାଦ୍ରି ପତ୍ରିକାର ମୁଖ୍ୟ ସମ୍ପାଦକ ରୂପେ କାର୍ଯ୍ୟ ନିର୍ବାହ କରୁଛି। ଓଡ଼ିଶାର ଆଧ୍ୟାତ୍ମିକ ପତ୍ରପତ୍ରିକାଗୁଡ଼ିକରେ ନିୟମିତ ଭାବେ ଶ୍ରୀଜଗନ୍ନାଥ ଚେତନାଭିତ୍ତିକ ପ୍ରବନ୍ଧମାନ ପ୍ରକାଶ କରିବା ସହିତ ଆକାଶବାଣୀ, ଦୂରଦର୍ଶନ ଆଦିରେ କେତେକ ସ୍ବତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଏବଂ ରଥଯାତ୍ରା ଧାରାବିବରଣୀରେ ଅଂଶଗ୍ରହଣ କରିଆସୁଛି। ୨୦୨୧ରେ ଓଡ଼ିଶାର ନୀଳାଦ୍ରି ଆଧାତ୍ମିକ ଟ୍ରଷ୍ଟର ସାଧାରଣ ସମ୍ପାଦକ ରୂପେ ମନୋନୀତ ହୋଇ କାର୍ଯ୍ୟ କରୁଅଛି। ସମ୍ପ୍ରତି ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ରୂପେ ମନୋନୀତ। ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଅନେକ ପୁସ୍ତକ ରଚନା କରିଛି। ଅନ୍ୟପକ୍ଷେ ଜଗନ୍ନାଥ ସେବା ପାଇଁ ଶତାଧିକ ଅନୁଷ୍ଠାନ ତରଫରୁ ମତେ ମିଳିଛି ଅନେକ ସମ୍ମାନ। କିନ୍ତୁ ଯେଉଁ କଥା ଆଜି ବି ଅତ୍ମସନ୍ତୋଷ ଦିଏ ତାହା ହେୁଛି ଜଗନ୍ନାଥଙ୍କ ସେବା ଏବଂ ଜଗନ୍ନାଥଙ୍କୁ ନେଇ ଘଟିଥିବା ଅନେକ ଅଲୌକିକ ଘଟଣା। ସେଥିମଧ୍ୟରୁ ଗୋଟିଏ ହେଲା- ୧୯୯୬ ମସିହା ନବକଳେବର କଥା। ପ୍ରଶାସକ କହିଥିଲେ ବାଙ୍ଗାଲୋର ଯାଇ ଚନ୍ଦନ କାଠ ଆଣିବା ପାଇଁ। ଏହାପୂର୍ବରୁ ମୁଁ କେବେ ବାଙ୍ଗଲୋର ଯାଇ ନ ଥିଲି। ଘଟୁଆରୀ ସେବକ ଓ କଟକର ଜଣେ ଦାତାଙ୍କୁ ଧରି ମୁଁ ଯାଇଥିଲି। ମତେ ଜଣାଯାଇଥିଲା ଯେ, ଜଗନ୍ନାଥଙ୍କ ସେବା ପାଇଁ ଦୁଇ କୁଇଣ୍ଟାଲ ଚନ୍ଦନ କାଠ ମଞ୍ଜୁର ହୋଇଛି। ହେଲେ ସେଠାରେ ପହଞ୍ଚତ୍ବାପରେ କହିଲେ କହିଲେ ଚନ୍ଦeନ କାଠ ମଞ୍ଜୁର ହେଇଛି। ହେଲେ ନଥି ଖୋଲିବାବେଳେ ଦେଖିଲୁ ତାହା ବଦ୍ରୀନାଥ ଧାମର। ମୁଣ୍ଡରେ ବଜ୍ର ପଡିଲା ପରି ଲାଗିଲା। କ’ଣ କରିବି ଭାବି ପାରିଲିନି। ମହାପ୍ରଭୁଙ୍କ ପ୍ରଥମ କାମରେ ବିଫଳ ହୋଇ ଶ୍ରୀକ୍ଷେତ୍ର ଯିବି! ୧୯ ବର୍ଷ ପରେ ନବକଳେବର ପଡିଛି। ଅଫିସର ବାରଣ୍ଡାରେ ପଡିଥିବା ବେଞ୍ଚ ଉପରେ ବସି ସ୍ମରଣ ହେଲା ମହାପ୍ରଭୁଙ୍କର ନୀଳଚକ୍ର। ଆଉ ଏଇ କଥା ଭାବି ଭାବି ଆଖିରୁ ଦୁଇଟୋପା ଲୁହ ଗଡିଗଲା। ମହାପ୍ରଭୁ କେତେ ପରୀକ୍ଷା କରୁଛ? ଆମକୁ ସଫଳ କରାଅ। ଏଇ ସମୟରେ ଆମେ ଦେଇଥିବା ଦରଖାସ୍ତ ମିଳିଲା। ତାକୁ ମଞ୍ଜୁର କରିବାକୁଥିବା ଅଫିସର୍‌ ଦିଲ୍ଲୀରେ ଥିଲେ। ପୁଣି ମହାପ୍ରଭୁଙ୍କୁ ଡାକିଲି। ଶେଷରେ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରି ସନ୍ଧ୍ୟା ୭ଟାରେ ସେହି ଅଫିସର ପହଞ୍ଚତ୍ଲେ। ସେ ଯେତେବେଳେ ଶୁଣିଲେ ମୁଁ ପୁରୀ ଜଗନ୍ନାଥ ଧାମରୁ ଚନ୍ଦନ କାଠ ନେବାକୁ ଆସିଛି, ଆଉ ଦିନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କିଛି ନ ଖାଇ ବସିଛି। ମାତ୍ର ୫ ମିନିଟ ଭିତରେ ସେ ଚନ୍ଦନ କାଠ ମଞ୍ଜୁର କଲେ। କହିଲେ ମହୀଶୂରରେ ଚନ୍ଦନ କାଠ ଅଛି ନେଇକି ଯିବ। ତାପରଦିନ ଆମେ ମହୀଶୂର ଗଲୁ। ହେଲେ ଅର୍ଡର ନେଇ ମହୀଶୂରରେ ପହଞ୍ଚତ୍ଲା ପରେ ଜାଣିଲୁ ସେଠାରେ ବି ଚନ୍ଦନ କାଠ ନ ଥିଲା। ମହାପ୍ରଭୁ ପୁଣି ପରୀକ୍ଷା ନେଲେ। ସେଠାରେ ଜଣେ ମହିଳା ଡିଏଫ୍‌ଓ କହିଲେ ହାସାନ ଦ୍ୱୀପରେ ଚନ୍ଦନ କାଠ ଅଛି। ତେଣୁ ୧୩୫ କି.ମି. କାର୍‌ରେ ଗଲୁ। ଦ୍ୱୀପରେ ପହଞ୍ଚୁ ପହଞ୍ଚୁ ଚନ୍ଦନ କାଠର ମହ ମହ ବାସ୍ନାରେ ମନ ଆତ୍ମସନ୍ତୋଷରେ ଭରିଗଲା। ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି କହିଲୁ ଏତେ ପରୀକ୍ଷା ପରେ ତମ କାର୍ଯ୍ୟ ପାଇଁ ତମ ଜିନିଷ ମିଳିଗଲା। ପୂର୍ବରୁ ଚନ୍ଦନ କାଠ କଲିକତାରୁ ଆସୁଥିଲା। ପ୍ରଥମଥର ପାଇଁ ମହୀଶୂରର ଚନ୍ଦନ କାଠ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା। ଏହି ଘଟଣା ଏବେ ବି ଆଖିରେ ଲୁହ ଆଣିଦିଏ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri