ଶାସନ ଶ୍ରୀରାମଚନ୍ଦ୍ରପୁରକୁ ଐତିହ୍ୟ ଗ୍ରାମ ମାନ୍ୟତା ଦିଆଯାଉ

ସାକ୍ଷୀଗୋପାଳ,୧୩।୨(ସ୍ବ.ପ୍ର./ଡି.ଏନ୍‌.ଏ.):ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦଙ୍କ ମିଳିତ ସହଯୋଗରେ ଆଚାର୍ଯ୍ୟ ହରିହର ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ରବିବାର ସାରେ ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର ଶାସନରେ ଏକ ସାରସ୍ବତ ସଭାର ଆୟୋଜନ କରାଯାଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡ. ପ୍ରତିଭା ମହାରଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ମିଶ୍ର ଯୋଗ ଦେଇଥିଲେ। ସମ୍ମାନନୀୟ ଅତିଥି ଏମ୍‌ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ କୁମାର ମହାପାତ୍ର, ସମ୍ମାନନୀୟ ବକ୍ତା ଅବସରପ୍ରାପ୍ତ ପ୍ରଫେସର ଡା. ପ୍ରେମାନନ୍ଦ ମହାପାତ୍ର, ବରିଷ୍ଠ ଆଇନଜୀବୀ ଉମାବଲ୍ଲଭ ମହାପାତ୍ର, ଶ୍ରୀଜଗନ୍ନାଥ ଗବେଷକ ଡ. ସୁରେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଆଚାର୍ଯ୍ୟଙ୍କ ଜୀବନୀ ଦର୍ଶନ ଉପରେ ମତ ରଖିଥିଲେ। ଏହି ଅବସରରେ ଆଚାର୍ଯ୍ୟ ଯୁବ ପରିଷଦ ଶ୍ରୀରାମଚନ୍ଦ୍ରପୁର ଓ ସତ୍ୟବାଦୀ ସେବାଟ୍ରଷ୍ଟ ଆନୁକୂଲ୍ୟରେ ଏକ ସାରସ୍ବତ କବିଙ୍କୁ ନେଇ କବିତା ଆସର ଓ ମାଗଣାରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମକୁ ଏକ ଐତିହ୍ୟ ଗ୍ରାମ ଓ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ନିମନ୍ତେ ଦସ୍ତଖତ ଅଭିଯାନ କରାଯାଇଥିଲା। ରବୀନ୍ଦ୍ର ନାଥ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉପସ୍ଥିତ ଅତିଥିଙ୍କ ଦ୍ୱାରା କବିରାଜ ଲୋକନାଥ ମିଶ୍ରଙ୍କ ସ୍ବରଚିତ ଏକ ଲଘୁକାବ୍ୟ ‘ବକୁଳବନ’ ଉନ୍ମୋଚନ କରାଯାଇଥିଲା। ସେବା ଟ୍ରଷ୍ଟର ସମ୍ପାଦକ ସୁଶାନ୍ତ କୁମାର ରଥ, ସଭାପତି ସୁଦର୍ଶନ ପ୍ରଧାନ, ନୀଳକଣ୍ଠ ବାରିକ ଓ ରିତା ତ୍ରିପାଠୀ ପ୍ରମୁଖ ଏହି ସ୍ବାସ୍ଥ୍ୟ ସେବା ଶିବିର ପରିଚାଳନା କରିଥିଲେ। ପ୍ରମୋଦ ନନ୍ଦ, ଆଦିତ୍ୟ ପ୍ରସାଦ ମିଶ୍ର, ଶ୍ରୀରାମ ନନ୍ଦ, ଅଖିଳ ମିଶ୍ର, ପ୍ରଶାନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri