ସରକାରଙ୍କ ଉପରେ ବର୍ଷିଲା ସରପଞ୍ଚ ମହାସଂଘ, କହିଲା ଆମ ହକ୍‌ ପାଇଁ ଆମେ…

ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): ଓଡ଼ିଶା ରାଜ୍ୟ ସରପଞ୍ଚ ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ରାଣୀଦୁର୍ଗା କଲ୍ୟାଣମଣ୍ଡପଠାରେ କନ୍ଧମାଳ ଜିଲା ସଭାପତି ରୋହିତ କହଁରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରୁ ଥଣ୍ଡା ପାଗରେ ସୃଷ୍ଟି ହୋଇଥିଲା ଗରମ ଆଲୋଚନା। ସମସ୍ତ ସରପଞ୍ଚ ଓ ରାଜ୍ୟସ୍ତରୀୟ ନେତାମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସରକାର ଶହ ଶହ ଯୋଜନା କରନ୍ତୁ ଆମେ ବିରୋଧ କରୁନାହୁଁ କିନ୍ତୁ ତାକୁ ସଠିକ ଦିଗରେ ପରିଚାଳନା କରନ୍ତୁ ବିଶେଷ କରି ପଞ୍ଚାୟତ ଅଞ୍ଚଳର ବିକାଶ ପାଇଁ କରାଯାଉଥିବା କାର୍ଯ୍ୟକୁ ସଠିକ୍‌ ଭାବେ ଗ୍ରାମସଭା ପାଇଁ ପଦକ୍ଷେପ ନିଆଯାଉ, ଗ୍ରାମସଭାକୁ ୧୫ ଦିନ ପୁର୍ବରୁ ଚିଠି ହୋଇ ସଭା କରାଯିବା ଆବଶ୍ୟକ ସ୍ଥଳେ ଏହା କରା ନ ଯାଇ ରାତି ଅଧରେ ଚିଠି ଆସୁଛି ସକାଳୁ ସଭା ହେଉଛି ବୋଲି ଅଭିଯୋଗ ହୋଇଥିଲା। ସେହିପରି ଏବେକାର ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାକୁ ଗାଁ ଓ ପଞ୍ଚାୟତରେ ଯୋଜନା ସଠିକ ଭାବେ କାର୍ଯ୍ୟ କରାଇଦେଉ ନ ଥିବା ଅଭିଯୋଗ ହୋଇଥିଲା। ଏମ୍‌ଜିଏନ୍‌ଆର୍‌ଇଜିଏଏସ୍‌ ଯୋଜନାର ନାମ ପରିବର୍ତ୍ତନ କଲେ କିନ୍ତୁ ଶ୍ରମିକଙ୍କ ମୁଲ୍ୟ ବୃଦ୍ଧି ହେଉ ନ ଥିବା ଅଭିଯୋଗ ହୋଇଥିଲା। ଏହାର ଆବଶ୍ୟକତା ନ ଥିଲା ବୋଲି କୁହାଯାଇଥିଲା। ସେହିପରି ଯଦି ନେତା, ବିଧାୟକ ପେନ୍‌ସନ୍‌ ପାଉଛନ୍ତି ଆମେ କାହିଁକି ନୁହଁ ବୋଲି ପ୍ରଶ୍ନ ଉଠାଇଛି ମହାସଂଘ। ସରପଞ୍ଚମାନଙ୍କୁ ଜନସାଧାରଣ ମତଦାନ କରନ୍ତି କିନ୍ତୁ ଓ୍ବାର୍ଡସଭ୍ୟାସଭ୍ୟମାନେ ଅନାସ୍ଥା ଆଣି ଅନେକ ସମୟରେ ସରପଞ୍ଚମାନଙ୍କ ବିକାଶ ଚିନ୍ତାକୁ ବାଧକ ସୃଷ୍ଟି ହେଉଛି। ଏମିତିକି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସରପଞ୍ଚଙ୍କୁ ମଧ୍ୟ ଅନାସ୍ଥାର ଶିକାର କରାଯାଇଥିବା ନଜିର ରହିଛି। ଅନାସ୍ଥା ଆସିଲା ବେଳେ ପ୍ରଶାସନ ପଦକ୍ଷେପ ପୂର୍ବରୁ ଭଲ ଭାବେ ତଦନ୍ତ କରାଯିବାକୁ ସରପଞ୍ଚମାନେ ବୈଠକରେ କହିଥିଲେ। ଏଥି ସହ ଅନାସ୍ଥା ପ୍ରସ୍ତାବ ନିୟମକୁ ସଂଶୋଧନ ଦାବି କରାଯିବା ସହ ଦରମା ବୃଦ୍ଧି ଓ ପେନ୍‌ସନ୍‌ ଲାଗୁ ପାଇଁ ଦାବି ହୋଇଛି। ଏହି ସବୁ ସମସ୍ୟାର ସମାଧାନ ପାଇଁ ଲଢେଇ ଦରକାର ତେଣୁ ଆମ ହକ୍‌ ପାଇଁ ଲଢେଇ କରିବା, ସଂଗଠନକୁ ମଜବୁତ କରିବା ଆମେ କୌଣସି ରାଜନୈତିକ ଦଳ ନୁହଁ ବୋଲି କହିଲେ ରାଜ୍ୟ ସରପଞ୍ଚ ମହାସଂଘ ଆଗକୁ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି।

ପ୍ରକାଶ ଯେ, ବୈଠକରେ ରାଜ୍ୟ ମହାସଂଘର ସଭାପତି ରୋମାଞ୍ଚ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ କାର୍ଯ୍ୟକାରିଣୀ ସଭାପତି ବୀରବର ସାହୁ,ରାଜ୍ୟ ସଂଘର ଉପସଭାପତି ତଥା ଗଞ୍ଜାମ ଜିଲା ସଭାପତି ମନୋରଞ୍ଜନ ଗୌଡ଼, ଉପଦେଷ୍ଟା ତଥା ପୁରୀ ଜିଲା ସଭାପତି ଉପେନ୍ଦ୍ର କୁମାର କାନୁନଗୋ,ରାଜ୍ୟ ଉପସଭାନେତ୍ରୀ ସଂଘମିତ୍ରା ଶବର, ପଶ୍ଚିମାଞ୍ଚଳ ଜୋନ୍‌ ସଭାପତି ତଥା ସୁନ୍ଦରଗଡ଼ ଜିଲା ସଭାପତି ଉଗ୍ରସେନ କିଷାନ, ରାଜ୍ୟ ସମ୍ପାଦିକା ତଥା କେନ୍ଦୁଝର ଜିଲା ପ୍ରତିନିଧି ଦୀପ୍ତି ସାହୁ, ବରଗଡ଼ ଜିଲା ସଭାପତି ଗୋବିନ୍ଦ ପ୍ରଧାନ, କୋରାପୁଟ ଜିଲା ସଭାପତି ନବ ମୁଦୁଲି, ନବରଙ୍ଗପୁର ଜିଲା ସଭାପତି କୃଷ୍ଣଚନ୍ଦ୍ର ଭଦ୍ରା, ମୟୂରଭଞ୍ଜ ଜିଲା ସଭାପତି ଖଗେଶ୍ୱର ସିଂ, ରାଜ୍ୟ ମହାସଂଘର ଉପଦେଷ୍ଟା ଶିରିଶ ରଞ୍ଜନ ନାୟକ, ବୌଦ୍ଧ ଜିଲା ସଭାପତି ଅରୁଣ ବାଘ, ସୋନପୁର ଜିଲାର ଉପଦେଷ୍ଟା ହିମଚାନ୍ଦ ସିଂ ଦେଓ, କନ୍ଧମାଳ ଜିଲାର ଉପଦେଷ୍ଟା ବନ ପଟ୍ଟନାୟକଙ୍କ ସମେତ ଅନ୍ୟ ଜିଲା ଓ ରାଜ୍ୟର ପ୍ରତିନିଧିମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ କନ୍ଧମାଳ ଜିଲା ସମ୍ପାଦକ ସଞ୍ଜୟ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri