ସରିଲା ଛତ୍ରପୁର ମହୋତ୍ସବ: ମନ ଜିଣିଲେ ଅଙ୍କିତା-ପ୍ରଜ୍ଞା-ସଚିନ

ଛତ୍ରପୁର,୬।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ପାଞ୍ଚଦିନଧରି ମହାଆଡମ୍ବରରେ ଚାଲିଥିବା ଛତ୍ରପୁର ମହୋତ୍ସବ ଶେଷ ହୋଇଛି। ଶେଷ ଦିନ ହୋଇଥିବା ହେତୁ ଆଜି ପ୍ରବଳ ଜନଗହଳି ପରିଲିକ୍ଷିତ ହୋଇଥିଲା।
ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ତଥା ସୁପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନାୟକଙ୍କ ସମେତ ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ,
ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଓ ଦେବଦତ୍ତ ପଣ୍ଡା ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଆଇ ଏ ଏସ ଶିକ୍ଷାନବୀସ ସୁଶ୍ରୀ ସାରାନ୍ୟା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅଂଚଳ ବାସୀଙ୍କ ମଙ୍ଗଳ କାମନା କରିଛନ୍ତି।

ଅତିଥି ମାନେ ପଲ୍ଲିଶ୍ରୀ ମେଳା , ଜିଲାସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା, କୃଷି ଯନ୍ତ୍ରପାତି ମେଳା, ଖାଦ୍ୟ ମେଳା ଓ ସୁଭଦ୍ରା ଶକ୍ତି ମେଳା ବୁଲି ଦେଖିବା ସହିତ ଉତ୍ପାଦକ, ବିକ୍ରୀକର୍ତ୍ତା, ଅଧିକାରୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଛତ୍ରପୁର ମହୋତ୍ସବ ଓ ଗଞ୍ଜାମ ଜିଲାର ଅନୁଭୂତି ତାସହିତ ତାଙ୍କର ବ୍ୟବସାୟ ସମ୍ପର୍କରେ ପଚାରି ବୁଝିଥିଲେ। ଛତ୍ରପୁର ମହୋତ୍ସବରେ ଭଲ ବ୍ୟବସାୟ ହେବା ସହ ଆଗାମୀଦିନରେ ମଧ୍ୟ ଏଠାକୁ ଆସିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି।
ପଞ୍ଚମ ତଥା ଶେଷ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅଙ୍କିତା ଭଟ୍ଟାଚାର୍ଯ୍ୟ, ପ୍ରଜ୍ଞା ହୋତା, ସଚିନ ରାଉତଙ୍କ ସୁମଧୁର ସଂଗୀତ ଓ ଆର ଡି ଏକ୍ସ ଡ୍ୟାନ୍ସ ଗ୍ରୁପର ଦମଦାର ଡ୍ୟାନ୍ସ ସହିତ ଛତ୍ରପୁର ଶ୍ରୀ ନଟରାଜ ନୃତ୍ୟ ଏକାଡେମୀର ସେମି କ୍ଲାସିକାଲ, ବ୍ରହ୍ମପୁର ସଙ୍ଗୀତ ଆରାଧନା ଡ୍ୟାନ୍ସ ଆଣ୍ଡ ମ୍ୟୁଜିକ ଏକାଡେମୀର ସମ୍ବଲପୁରୀ, ବ୍ରହ୍ମପୁର ଉତ୍କଳିକା କଳା ନିକେତନର ସେମି କ୍ଲାସିକାଲ, ଛତ୍ରପୁର ସମୀର ନୃତ୍ୟ କେନ୍ଦ୍ରର କାଳୀ ନୃତ୍ୟ, ଛତ୍ରପୁର ଜୟ ଗଣେଶ କଳା ବିକାଶ କେନ୍ଦ୍ରର ବାର ମାସ ତେର ଯାତ, କଳାହାଣ୍ଡି ମାଁ ସାନ ସ୍ମୃତି ଯୁବ ଅନୁଷ୍ଠାନର ବଜାଶାଲ, ବ୍ରହ୍ମପୁର ଓଡ଼ିଶୀ ନୃତ୍ୟାୟନର ମାହାରୀ, ବ୍ରହ୍ମପୁର ଶ୍ରୁତି ଡ୍ୟାନ୍ସ ଏକାଡେମୀର ସମ୍ବଲପୁରୀ ନୃତ୍ୟ, ଦିଗପହଣ୍ଡି ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦର ପଶୁ ମୁଖା ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଜୟା ଗୌଡ଼, କୁକୁଡ଼ା ପାଳନରେ ବି. ରାଧିକା, ଛେଳି ପାଳନ ରେ ଅଳକା ସ୍ବାଇଁ, ନାରୀ ଶକ୍ତି ଶ୍ରୀ ଜଗନ୍ନାଥ ସୱୟଂ ସହାୟିକା ଗୋଷ୍ଠୀ( କୁକୁଡ଼ା ପାଳନ), ଉନ୍ନତମାନର ମତ୍ସ୍ୟ ଯାଆଳା ଚିତ୍ତ ରଞ୍ଜନ ବେହେରା, ମତ୍ସ୍ୟ ପୋଖରୀ ଯୋଜନାରେ ଶାନ୍ତି ଲତା ସ୍ବାଇଁ, ମାଛ ଚାଷ କାହ୍ନୁ ପାଢ଼ୀ, ଜୟ ଜଗନ୍ନାଥ ସୱୟ ସହାୟିକା ଗୋଷ୍ଠୀ, ମା’ ରମାୟାଣାମ୍ମା ଠାକୁରାଣୀ ଯାତ୍ରା କମିଟିର ମ୍ୟାନଜର ସିଏଚ. ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଡ ମ୍ୟାନଜର ଏମ ସମରେନ୍ଦ୍ର ସେନାପତି,ସମ୍ପାଦକ ପି. ରାଜୁ ରେଡ୍ଡୀ, ସଭ୍ୟ ଶ୍ରୀନିବାସ, ଏବଂ ତାଙ୍କ ଟିମ, ଗ୍ରାସୀମ ଇଣ୍ଡଷ୍ଟ୍ରି, ଟାଟା ଷ୍ଟିଲ ସିଏସଆର, ଆଇଆର ଇଏଲ, ଆଦାନୀ ପୋର୍ଟ, ଇଭେଣ୍ଟ ମ୍ୟାନଜମେଣ୍ଟ ଟିମ ଜେନେସ ର ନିହାର ତାଙ୍କ ସହଯୋଗୀ, ଛତ୍ରପୁର ଆଡିସନାଲ ସବକଲେକ୍ଟର ପାର୍ଥ ସାରଥୀ ହାଁସଦା, ଡେପୁଟି କଲେକ୍ଟର କସ୍ତୁରୀ ସ୍ବାଇଁ, ଜିଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ, ଏନ. ରବି ପ୍ରଧାନ ଓ ସୁଚିତ୍ରା ବେହେରା, ଓରମାସ ଡେପୁଟି ସିଇଓ ଡ଼ଃ ରାଜଗୋପାଳ ଦାଶ, ଛତ୍ରପୁର ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଗଞ୍ଜାମ ଜିଲା ପରିଷଦର ସୌମ୍ୟ ହୋତା, ସୋରେନ ପଲାଇଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l

ପାଞ୍ଚଦିନଧରି ଛତ୍ରପୁର ମହୋତ୍ସବକୁ ଶାନ୍ତି ଓ ଶୃଙ୍ଖଳା ସହିତ ଉପଭୋଗ କରିଥିବାରୁ ଅଞ୍ଚଳବାସୀଙ୍କୁ ତା ସହିତ ଜିଲାପ୍ରଶାସନ, ପୋଲିସ ପ୍ରଶାସନ,ସମସ୍ତ ବିଭାଗ, ଗଣମାଧ୍ୟମ, ବୁଦ୍ଧିଜୀବୀ ଓ ସମ୍ପୃକ୍ତ ସମସ୍ତଙ୍କୁ ମହୋତ୍ସବର ସମସ୍ତ ସହଯୋଗ ଓ ସଫଳତା ପାଇଁ ଜିଲାପାଳ ଓ ଛତ୍ରପୁର ବିଧାୟକ ସାଧୁବାଦ ଜ୍ଞାପନ କରିଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?