Posted inଫୁରସତ

ସୌନ୍ଦର୍ଯ୍ୟର ଗନ୍ତାଘର ସାପୁତାରା ଶୈଳନିବାସ

ସାପୁତାରା ହିଲ୍‌ ଷ୍ଟେଶନଟି ଗୁଜରାଟର ଏକମାତ୍ର ଶୈଳନିବାସ। ଏହା ଗୁଜରାଟ ଓ ମହାରାଷ୍ଟ୍ର ସୀମା ମଧ୍ୟସ୍ଥ ପଶ୍ଚିମଘାଟ ପର୍ବତମାଳାର ସୈୟାଦ୍ରୀ ପାହାଡ଼ ଶୃଙ୍ଖଳା ଅନ୍ତର୍ଭୁକ୍ତ ଅତ୍ୟନ୍ତ ସୁନ୍ଦର ସ୍ଥାନଟିଏ। ଗୁଜରାଟର ପର୍ଯ୍ୟଟନ ମାନଚିତ୍ରରେ ଏହା ଶ୍ରେଷ୍ଠ ସ୍ଥାନରେ ରହିଛି। ରାମାୟଣର ପୌରାଣିକ ତଥ୍ୟ ଅନୁସାରେ ଘନଜଙ୍ଗଲ ଭରା ଏହି ପାହାଡ଼ରେ ତ୍ରେତୟାଯୁଗରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ତାଙ୍କର ବନବାସ କାଳରେ ବାସ କରୁଥିଲେ। ଏଇଠି ଜଙ୍ଗଲରେ ବାସ କରୁଥିବା ଶବରୀ ଶ୍ରବଣା ତାଙ୍କୁ ସ୍ନେହରେ ଅଇଁଠା କୋଳି ଖୁଆଇଥିଲା। ଭକ୍ତ ଆଉ ଭଗବାନଙ୍କର ସେହି ଅପୂର୍ବ ସ୍ମୃତିର ସାକ୍ଷୀ ବହନକରି ଏଠାରେ ଗଢ଼ାହୋଇଛି ଶବରୀମାତା ମନ୍ଦିର। ବଡ଼ ବଡ଼ ପର୍ବତ କଟାହୋଇ ତିଆରି ହୋଇଛି ସର୍ପିଳ ରାସ୍ତା। ରାସ୍ତାର ଦୁଇକଡ଼େ ଲମ୍ବା ଲମ୍ବା ଗଛ, ମଝିରେ ମଝିରେ ପାହାଡ଼ର ସୁନ୍ଦର ଶୋଭା ଦେଖି ଦେଖି ମୁଗ୍ଧ ହେଉଥାନ୍ତି ପର୍ଯ୍ୟଟକ। ପାହାଡ଼ର ପାଦଦେଶରୁ ଶୀର୍ଷ ପର୍ଯ୍ୟନ୍ତ ଯିବା ପାଇଁ ରୋପ୍‌ୱେ ଅଛି ସେଠାରେ। ଗୁଜରାଟ ସରକାରଙ୍କ ପର୍ଯ୍ୟଟନ ବିଭାଗର ସୌଜନ୍ୟରୁ ପାହାଡ଼ର ଶୀର୍ଷଦେଶରେ ପାହାଡ଼ ଚୂଡାକୁ ସମତୁଲ କରି ତିଆରି ହୋଇଛି ବିସ୍ତୀର୍ଣ୍ଣ ପ୍ରାନ୍ତରଟିଏ। ସେଠାରେ ପିଲାମାନଙ୍କ ଖେଳିବା ସହ ବଡ଼ମାନଙ୍କ ଖାଇବା ପିଇବା ଓ ମନୋରଞ୍ଜନର ବନ୍ଦୋବସ୍ତ ରହିଛି। ସେହି ପାହାଡ଼ ଉପରେ ଅନତିଦୂରରେ ରହିଛି ସାପୁତାରା ଲେକ୍‌। ଲେକ୍‌ର ଶୋଭା ଅତୀବ ସୁନ୍ଦର, ସେଠାରେ ପର୍ଯ୍ୟଟକମାନଙ୍କ ପାଇଁ ବୋଟିଂର ବ୍ୟବସ୍ଥା ଓ ପାରା ଗ୍ଲାଇଡିଂ ସେଣ୍ଟର ଅଛି। ସେଠାରେ ରହି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତର ଶୋଭା ସନ୍ଦର୍ଶନ କରିବା ପାଇଁ ପାହାଡ଼ ଉପରେ ସନ୍‌ ରାଇଜ୍‌ ଏବଂ ସନ୍‌ ସେଟ୍‌ ପଏଣ୍ଟ ମଧ୍ୟ ରହିଛି, ଆଉ ପାହାଡ଼ର ଉତ୍ତର ଦିଗରେ ରହିଛି ସୁନ୍ଦର କାରୁକାର୍ଯ୍ୟଭରା ଜୈନ ମନ୍ଦିରଟିଏ। ସେଠାରେ ମଧ୍ୟ ରହିଛି ଗୋଟିଏ ଷ୍ଟେପ୍‌ ଗାର୍ଡେନ୍‌। ବଗିଚାଟିକୁ ପ୍ରାକୃତିକ ରୂପ ଦେବାପାଇଁ ଖୁବ୍‌ ଚେଷ୍ଟା କରିଛନ୍ତି କାରିଗରମାନେ।
ସାପୁତାରା ଶୈଳନିବାସ ଯିବା ବାଟରେ ପଡ଼େ ୱାଘାଇ ଗାର୍ଡେନ୍‌। ଏହା ଗୁଜରାଟର ଜାତୀୟ ଉଦ୍ଭିଦ ଉଦ୍ୟାନ। ଗୋଲାକାର ସେଇ ଉଦ୍ୟାନଟି ସମ୍ପୂର୍ଣ୍ଣ ବୁଲି ଦେଖିବା ଲାଗି ଦର୍ଶକମ୍‌କୁ ହାରାହାରି ୨ଘଣ୍ଟା ଲାଗିଯିବ।

ଗୁଜରାଟ ଓ ମହାରାଷ୍ଟ୍ର ସୀମାରେ ଅବସ୍ଥିତ ସପ୍ତଶୃଙ୍ଗୀ ମାତାଙ୍କ ମନ୍ଦିର। ସାପୁତାରା ଦେଖିବାକୁ ଯାଉଥିବା ପର୍ଯ୍ୟଟକମାନେ ନିଶ୍ଚିତ ଭାବରେ ଯାଆନ୍ତି ସପ୍ତଶୃଙ୍ଗୀ ଗଡ଼ର ସେହି ଶକ୍ତିପୀଠଟି ଦେଖିବାକୁ । ଜାତୀୟ ରାଜପଥରେ ରାସ୍ତାକଡରେ ରହିଛି ଏକର ଏକର ବ୍ୟାପୀ ଆଖୁ ଏବଂ ଅଙ୍ଗୁରର କ୍ଷେତ। ଏହାପରେ ମହାରାଷ୍ଟ୍ରରେ ପ୍ରବେଶ ପାଇଁ ଆରମ୍ଭ ହୁଏ ପାହାଡ଼ୀ ରାସ୍ତା । ଏମିତି ଯାଇ ଯାଇ ପହଞ୍ଚିବାକୁ ପଡ଼େ ସପ୍ତଶୃଙ୍ଗୀ ଗଡ଼ରେ। ସାତୋଟି ପର୍ବତର ଘେରା ମଧ୍ୟରେ ଗୋଟିଏ ସୁଉଚ୍ଚ ପର୍ବତର ଶୀର୍ଷଦେଶରେ ମାଆ ସପ୍ତଶୃଙ୍ଗୀଙ୍କର ଆବାସସ୍ଥଳୀ। ପାହାଡ଼ୀ ଆଦିବାସୀ ମହିଳାମାନେ ସେଠାର ଜଙ୍ଗଲରୁ ଗୋଟାଇଥିବା ଲୋଭନୀୟ ଆଲ୍‌ଫାନ୍ସୋ ଆମ୍ବସବୁ ଟୋକେଇରେ ଧରି ବିକ୍ରିକରିବା ପାଇଁ ବସିଥାନ୍ତି । ଗୋଲ୍‌ ଗୋଲ୍‌ ବୁଲି ବୁଲି ଗାଡ଼ି ପାହାଡ଼ର ଶୀର୍ଷରେ ପହଞ୍ଚିଥାଏ । ସେଠାରେ ରହିଛି ପ୍ରସ୍ତର ନିର୍ମିତ ଗୋଟିଏ ବଡ଼ ସୁନ୍ଦର ଶିବମୂର୍ତ୍ତି ଏବଂ କାର୍‌ ପାର୍କିଂ।
ସେଇଠୁ ରୋପ୍‌ ୱେରେ ଚାଲୁଥିବା ଟ୍ରେନ୍‌ରେ ବସି ଯିବାକୁ ହୁଏ ମନ୍ଦିର ପାଖକୁ । ସେଠାରେ ଗୋଟିଏ ପଟରେ ରହିଛି ଏକ ସୁବ୍ୟବସ୍ଥିତ ଭୋଜନାଳୟ, କେତେକ ମନୋହରୀ ଦୋକାନ ବଜାର, ଆର ପଟେ ରହିଛି ମାଆଙ୍କର ଦର୍ଶନ କରିବା ପାଇଁ ଯିବାର ରାସ୍ତା ଓ ଅଳ୍ପ କିଛି ପାହାଚ। ସେଥିରେ ଯାଇ ଦର୍ଶକମାନଙ୍କ ଲମ୍ବା ଧାଡ଼ିରେ ଠିଆ ହୋଇ ଧାଡ଼ିରେ ଧାଡ଼ିରେ ଯାଇ ପହଞ୍ଚିବ ପାହାଡ଼ ଖୋଲରେ ଯେଉଁଠି ରହିଛି ମାଆଙ୍କର ଆସ୍ଥାନ। ଦେବୀଙ୍କ ବିଷୟରେ ଦେବୀ ଭାଗବତ ଏବଂ ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି। ମା’ ସତୀଙ୍କ ଶରୀରରୁ ଗଠିତ ୫୧ଟି ଶକ୍ତିପୀଠ ମଧ୍ୟରୁ ଏହି ପୀଠଟି ଅନ୍ୟତମ। ଏହା ଏକ ପ୍ରସିଦ୍ଧ ଶକ୍ତି ପୀଠ, ଯେଉଁଠି ଦେବୀଙ୍କର ମୂର୍ତ୍ତିଟି ସ୍ବୟମ୍ଭୁ ଅର୍ଥାତ୍‌ ନିଜ ଦ୍ବାରା ନିଜେ ନିର୍ମିତ । କିନ୍ତୁ ଭକ୍ତମାନଙ୍କ ପ୍ରଦତ୍ତ କୌଣସି ଭୋଗ ଲାଗି ହୁଏ ନାହିଁ ଦେବୀଙ୍କଠାରେ। କେବଳ ସିନ୍ଦୂର ଦେବୀଙ୍କର ପାଦରେ ଲାଗି ହୁଏ, ବାକି ଜିନିଷ ସେଠାରେ ଥିବା ରୌପ୍ୟ ନିର୍ମିତ ଦେବୀଙ୍କର ପାଦଚିହ୍ନ ଆସ୍ଥାନରେ ଛୁଆଁଇ ଫେରାଇ ଅଣାଯାଏ। ତଳକୁ ଆସିବା ରାସ୍ତାରେ ରହିଛି ନାଗେଶ୍ୱର ଶିବମନ୍ଦିର । ଭକ୍ତମାନେ ମାନସିକ ରଖି ସେଠାରେ ପୂଜାର୍ଚ୍ଚନା କରିଥାନ୍ତି। ଏଠାକୁ ଯିବା ପାଇଁ ନିକଟତମ ଏୟାରପୋର୍ଟଟି ହେଉଛି ମୁମ୍ବାଇର ଛତ୍ରପତି ଶିବାଜୀ ବିମାନବନ୍ଦର। ଏହା ସାପୁତାରାଠାରୁ ପ୍ରାୟ ୩୬୦ କି.ମି. ଦୂର। ଟ୍ରେନ୍‌ରେ ଗଲେ ସାପୁତାରାରୁ ୬୦ କି.ମି. ଦୂରତାରେ ଥିବା ୱାଘାଇ ରେଳଷ୍ଟେଶନରେ ଓହ୍ଲାଇ ସେଠାରୁ ଟ୍ୟାକ୍ସି କିମ୍ବା ବସ୍‌ ଧରି ଯାଇ ହୁଏ ସାପୁତାରା ଶୈଳନିବାସ । ସମସ୍ତ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରୁ ଟୁରିଷ୍ଟ ବସ୍‌ ପ୍ରତିଦିନ ପହଞ୍ଚିଥାଏ ସାପୁତାରା ଶୈଳନିବାସରେ। ଦେଶ ବିଦେଶରୁ ଅନେକ ଟୁରିଷ୍ଟ ସେଠାରେ କିଛିଦିନ ରହି ପ୍ରକୃତିର ନୈସର୍ଗିକ ଶୋଭାସମ୍ଭାର ଉପଭୋଗ କରିବା ସହ ଦେବଦେବୀଙ୍କର ଦର୍ଶନକରି ଐଶୀ କୃପା ଲାଭ କରିଥାନ୍ତି।

-ସୁଷମା ପରିଜା, ଶାରଳା ଭବନ,
ପୋତାପୋଖରୀ, ନୂଆବଜାର, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri