ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ଏମିତି କହିଲେ ସଂତୃପ୍ତ

ଭୁବନେଶ୍ୱର,୨୮।୨: ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ କୃତଜ୍ଞତା ଜଣାଇଲେ ସଂତୃପ୍ତ ମିଶ୍ର। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ମୋତେ ମିଳିଥିବା ଗୁରୁ ଦାୟିତ୍ୱ ସମ୍ପାଦାନ କରିବି ବୋଲି କହିଛନ୍ତି। ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ। ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ୱର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।

BJD Rajya Sabha candidates

ଏହି ଘୋଷଣା ନବୀନ ନିବାସରେ ବିଜେଡିର ରାଜନୈତିକ ବ୍ୟାପାର କମିଟି (PAC) ବୈଠକ ଓ ବିଧାୟକମାନଙ୍କ ଆଲୋଚନା ପରେ ହୋଇଛି। ଓଡ଼ିଶାରେ ୪ଟି ରାଜ୍ୟ ସଭା ଆସନ ଖାଲି ହେଉଛି, ଯେଉଁଥିପାଇଁ ମାର୍ଚ୍ଚ ୧୬ରେ ନିର୍ବାଚନ ହେବ।

ଡାକ୍ତର ଦତ୍ତେଶ୍ୱର ହୋତା ହେଉଛନ୍ତି ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି। ଏସ୍‌ସିବି ମେଡିକାଲର ୟୁରୋଲୋଜି ବିଭାଗର ମୁଖ୍ୟ ଥିଲେ ଦତ୍ତେଶ୍ୱର। ସେ ଏସ୍‌ସିବି ମେଡିକାଲ କଲେଜର ଡିନ୍‌ ଓ ପ୍ରିନ୍ସିପାଲ ଥିଲେ। କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ, ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ପ୍ରତିଷ୍ଠାରେ ତାଙ୍କର ଅବଦାନ ବହୁତ ରହିଛି।

ସେହିପରି ସଂତୃପ୍ତ ମିଶ୍ର ୧୯୯୪ରେ ହିନ୍ଦୁସ୍ତାନ ଇଉନି ଲିଭର୍‌ରେ ଯୋଗ ଦେଇଥିଲେ। ୧୯୯୬ରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ।  ଚାକିରିରୁ ସ୍ବେଚ୍ଛାକୃତ ଭାବରେ ଅବସର ନେଇ ୨୦୨୪ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ସେ କାର୍ବନ ବ୍ଲାକର ଜଣେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଭାବରେ କାର୍ଯ୍ୟ କରୁଛନ୍ତି । ସେ କଟକ ଲୋକ ସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ଏଥିରେ ୫୭,୦୭୭ ଖଣ୍ଡ ଭୋଟ୍‌ରେ ଭାଜପାର ଭର୍ତ୍ତୃହରି ମହତାବଙ୍କଠାରୁ ପରାସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri