ଅତଡ଼ା ଖସୁଛି, ସାନମଙ୍ଗ ପଞ୍ଚାୟତବାସୀ ଆତଙ୍କିତ

କେନ୍ଦ୍ରାପଡ଼ା ଅଫିସ, ୨୯ା୪: କେନ୍ଦ୍ରାପଡ଼ା ଜିଲା ଦେଇ ୭ ନଦୀ, ୨୭ ଶାଖା ନଦୀ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛି। ଏଥିମଧ୍ୟରୁ କାଣୀ ଓ ବ୍ରାହ୍ମଣୀ ନଦୀର ଗତିପଥ ବଦଳୁଥିବାରୁ ପଠା ଏବଂ ବନ୍ଧ କଡ଼ରୁ ମାଟି ଅତଡାମାନ ଖସିବାରେ ଲାଗିଛି। ଫଳରେ ବନ୍ଧ ପାର୍ଶ୍ୱବର୍ତ୍ତୀ ଗଁାର ଲୋକେ ଚିନ୍ତାରେ ପଡିଛନ୍ତି। ଏହିକ୍ରମରେ ବ୍ରାହ୍ମଣୀ ନଦୀ ବନ୍ଧରୁ ଅତଡ଼ା ଖସୁଥିବାରୁ ଆଳି ବ୍ଲକ ସାନମଙ୍ଗ ପଞ୍ଚାୟତବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପଞ୍ଚାୟତର ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ନଦୀ କୂଳର ଅର୍ଜୁନପୁର ଓ ପଞ୍ଚପଡା ଗ୍ରାମବାସୀଙ୍କୁ ବନ୍ୟା ଭୟ ଘାରିଛି। ଗତ ୟାସ୍‌ ବାତ୍ୟାରେ ଏହି ନଦୀର କେତେକ ସ୍ଥାନରେ ଅତଡା ଖସିଥିଲା। ଏ ନେଇ ବିଭାଗୀୟ ଅଧିକାରୀ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସୁଫଳ ମିଳିପାରିନାହିଁ।
ଏ ସମ୍ପର୍କରେ ପୂର୍ବତନ ସରପଞ୍ଚ ପ୍ରତିରଞ୍ଜନ ଘଡାଇ କହିଛନ୍ତି, ବ୍ରାହ୍ମଣୀ ନଦୀ ଏବେ ଗଁା ମୁହଁା ହୋଇଛି। ପ୍ରତିବର୍ଷ ନଦୀ ପଠାରୁ ଅତଡା ଖସୁଥିବାରୁ ଗ୍ରାମ ଆଡକୁ ମାଡି ଚାଲିଛି। ନଦୀକୂଳବର୍ତ୍ତୀ ଗ୍ରାମର ଲୋକେ ଏବେ ସଙ୍କଟାପର୍ଣ୍ଣ ସ୍ଥିତିରେ ରହିଥିବାରୁ ବନ୍ଧ କଡ଼ରେ ପଥର ପ୍ୟାକିଂ କରାଯିବା ଦରକାର ପଡିଛି। ଏ ସମ୍ପର୍କରେ ପ୍ରଶାସନିକ ଅଧିକାରୀ ସବୁ ଜାଣି ନୀରବଦ୍ରଷ୍ଟା ସାଜିଛନ୍ତି। ଗ୍ରାମର ଅଧିକାଂଶ ଘର ନଦୀ ଗର୍ଭରେ ଲୀନ ହେବା ପୂର୍ବରୁ ବନ୍ଧକୁ ସୁଦୃଢ କରାଯିବା ଜରୁରୀ ହୋଇପଡ଼ିଛି। ଅର୍ଜୁନପୁର ଗଁାର ବାସୁଦେବ ଜେନା କହିଛନ୍ତି, ନଦୀର ଦିଗ ପରିବର୍ତ୍ତନ ଯୋଗୁ ବହୁ ଚାଷଜମି ଓ ଘରବାଡି ନଦୀ ଗର୍ଭକୁ ଚାଲିଗଲାଣି। ଦୀର୍ଘ ଗୋଟିଏ ଦଶନ୍ଧି ଧରି ଏହି ସମସ୍ୟା ଜାରି ରହିଛି। ଫଳରେ ଗ୍ରାମର ୩ଟି ମନ୍ଦିର ଓ ୨ଟି ସ୍କୁଲ ଇତିମଧ୍ୟରେ ନଦୀଗର୍ଭକୁ ଚାଲିଯାଇଛି। ସେହିପରି ବାସୁଦେବଙ୍କ ଘରଠାରୁ ମାତ୍ର ୭୦ ମିଟର ଦୂରରେ ରହିଥିବାରୁ ପ୍ରତିବର୍ଷ ବନ୍ୟା ସମୟରେ ରାତ୍ରି ଉଜାଗର ରହିବାକୁ ପଡୁଛି ବୋଲି ସେ ପ୍ରକାଶ କରିଛନ୍ତି। ପଞ୍ଚପଡାର ଅବସରପ୍ରାପ୍ତ ଶିକ୍ଷକ ଜୀବନ ପ୍ରସାଦ ଦାଶ ଓ ସାନମଙ୍ଗର କ୍ଷୀରୋଦ କୁମାର ବେହେରା କହିଛନ୍ତି, ବ୍ରାହ୍ମଣୀ ନଦୀରେ ଗତବର୍ଷ ଭୀଷଣ ବନ୍ୟା ଆସିଥିଲା। ଏହି ସମୟରେ ନଦୀପଠାରୁ ବଡ ଅଂଶ ଅତଡା ଖସି ଗର୍ଭକୁ ଚାଲିଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ଅଧିବାସୀ ଗତ ୫ ବର୍ଷ ଧରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ହେଲେ କେହି ସେମାନଙ୍କ ସମସ୍ୟାର ସମାଧାନ କରୁନାହାନ୍ତି। ଚାଷଜମି ନଦୀକୁ ଚାଲି ଯାଉଥିବାରୁ ଚାଷୀ ବର୍ଷକର ଆହର ସଂଗ୍ରହ କରିପାରୁନାହିଁ। ଚାଷୀ ମୁଣ୍ଡରେ ହାତ ଦେଇ ଅସହାୟ ଭାବେ ସବୁ କିଛି ଦେଖିବା ସାର ହେଉଛି। ନିର୍ବାଚନ ସମୟରେ ରାଜନେତାଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ଏହାର ସମାଧାନ କରାଯିବ ବୋଲି କେବଳ ପ୍ରତିଶ୍ରୁତି ମିଳୁଛି। ମୌସୁମୀ ପୂର୍ବରୁ ନଦୀବନ୍ଧରେ ପଥର ପ୍ୟାକିଂ ନ ହେଲେ ଗ୍ରାମବାସୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି। କାଣୀ ଓ ବ୍ରାହ୍ମଣୀ ନଦୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ପାଲଟି ଥିବା ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଆଳିର ଲୁଣା ତଟବନ୍ଧ ନିର୍ବାହୀଯନ୍ତ୍ରୀ ସରୋଜକାନ୍ତ ମହାନ୍ତି କହିଛନ୍ତି, ସମସ୍ୟା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଅବଗତ ଅଛନ୍ତି। ଅର୍ଜୁନପୁରଠାରେ ୮୧୦ ମିଟର ବନ୍ଧକୁ ପଥର ପ୍ୟାକିଂ କରାଯିବା ବ୍ୟବସ୍ଥା ହୋଇଛି। ଏଥିପାଇଁ ୩.୬୮ କୋଟି ଟଙ୍କା ବ୍ୟୟ ମଞ୍ଜୁରି ହୋଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri