କାଠ ଉପରେ ଚାଲିବେ ସଂକ୍ରିଡ଼ାବାସୀ

ବନ୍ତଳା, ୧୨ା୧୦ (ଡି.ଏନ୍‌.ଏ.):  ଶିଳ୍ପାୟନରେ ଆଗୁଆ ଅନୁଗୋଳ। ରାଜ୍ୟର ସର୍ବାଧିକ ରାଜସ୍ବ ମଧ୍ୟ ଆଦାୟ ହେଉଛି ଏହି ଜିଲାରୁ। ହେଲେ ଜିଲାରେ ଏମିତି ବି ଗଁା ଅଛି ଯେଉଁଠି ଯାତାୟାତ ପାଇଁ ଲୋକଙ୍କୁ ଜଙ୍ଗଲରୁ କାଠ କାଟି ପଙ୍କ କାଦୁଅ ରାସ୍ତା ଉପରେ ବିଛାଇବାକୁ ପଡ଼ୁଛି। ବର୍ଷ ବର୍ଷ ଧରି ସରକାରୀ ଯୋଜନାରେ ସଡ଼କଟିଏ ପାଇଁ ଦାବି କରି ନିରାଶ ହେବା ପରେ ନିଜ ସମସ୍ୟାର ସମାଧାନ ନିମନ୍ତେ ଲୋକଙ୍କୁ ଏପରି ଭିନ୍ନ ପନ୍ଥା ଆପଣାଇବାକୁ ପଡ଼ିଛି। ରବିବାର ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା କୋଠଭୂଇଁ ପଞ୍ଚାୟତର ସଂକ୍ରିଡ଼ା ଗ୍ରାମରେ।
ଜଙ୍ଗଲ ଅଧ୍ୟୁଷିତ ଗ୍ରାମ ସଂକ୍ରିଡ଼ାର ଲୋକ ସଂଖ୍ୟା ପ୍ରାୟ ୩୫୦। ହେଲେ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ। ଫଳରେ ବର୍ଷ ବର୍ଷ ହେଲା ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ବିଶେଷକରି ବର୍ଷାଦିନେ ପଞ୍ଚାୟତ ମୁଖ୍ୟାଳୟଠାରୁ ଗ୍ରାମକୁ ଲମ୍ବିଥିବା ୬ କିଲୋମିଟର ରାସ୍ତାର ପଙ୍କୁଆ ମାଟିରେ ଚାଲିକରି ଯିବା ଅତି କଷ୍ଟକର ହୋଇପଡ଼ୁଛି। ଅନେକ ସ୍ଥାନରେ ଆଣ୍ଠୁଏ ଲେଖାଏ କାଦୁଅ ରହୁଛି। ଏ ନେଇ ବାରମ୍ବାର ଦାବି ପରେ ପୂର୍ତ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଟେଣ୍ଡର ମଧ୍ୟ କରାଯାଇଥିଲା। କିନ୍ତୁ ଦାୟିତ୍ୱ ନେଇଥିବା ଠିକାଦାର ଦେଢ଼ବର୍ଷ ହେବ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁନାହାନ୍ତି। ଏପରିକି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ରାସ୍ତାରେ ମାଟି ପକାଯାଇଥିଲେ ମଧ୍ୟ ତାହା ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରିପାରି ନାହିଁ। ତେଣୁ ଯାତାୟାତରେ ସୁବିଧା ପାଇଁ ସେମାନେ ବାଧ୍ୟ ହୋଇ ଶୁକ୍ରବାରଠାରୁ ଜଙ୍ଗଲରୁ କାଠ କାଟି ରାସ୍ତାର ପଙ୍କ କାଦୁଅ ଉପରେ ବିଛାଉଥିବା ଗ୍ରାମ ସଭାପତି ଜିତେନ୍ଦ୍ର ପ୍ରଧାନ, ସମ୍ପାଦକ ପ୍ରଶାନ୍ତ ସାହୁ, ବଟ କିଶୋର ପ୍ରଧାନ, ନାରାୟଣ ପ୍ରଧାନ, ଭକ୍ତ ବନ୍ଧୁ ବିଶ୍ୱାଳ, ଦୋଳଗୋବିନ୍ଦ ପ୍ରଧାନ, ଭାସ୍କର ସାହୁ, ମୀନକେତନ ପ୍ରଧାନ, ବୈକୁଣ୍ଠ ସାହୁ, ପ୍ରମୋଦ ମଙ୍ଗରାଜ, ରବୀନ୍ଦ୍ର ବିଷ୍ଣୁ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବିନୟ କୁମାର ପାଢୀ କହିଛନ୍ତି, ସଂକ୍ରିଡା ଗ୍ରାମକୁ ରାସ୍ତା ଜରୁରୀ। ୧୫ ମାସ ହେଲା ଠିକାଦାର କାମ କରୁନାହାନ୍ତି। ବାରମ୍ବାର ଚିଠି କରାଯିବା ପରେ ସେ ଉତ୍ତର ଦେଉ ନ ଥିବାରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଟେଣ୍ଡର କ୍ୟାନସେଲ କରାଯିବ। ନୂତନ ଟେଣ୍ଡର ଡାକିବା ପାଇଁ ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ଚିଠି କରାଯାଇଛି ବୋଲି ସହକାରୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି।
୩ ଦିନ ହେଲା କାମରେ ଲାଗିଛୁ
ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ଲୋକ ପ୍ରତିନିଧି, ଜିଲାପାଳଙ୍କୁ ଜଣାଇବା ସତ୍ତ୍ୱେ କେବଳ ପ୍ରତିଶ୍ରୁତି ମିଳିଛି। ବାଧ୍ୟହୋଇ ଗ୍ରାମର ସମସ୍ତେ ଏକାଠି ହୋଇ ୩ ଦିନ ହେଲା ଜଙ୍ଗଲରୁ କାଠ ସଂଗ୍ରହ କରି ରାସ୍ତାକୁ ଯାତାୟାତ ଉପଯୋଗୀ କରିବାକୁ ଚେଷ୍ଟା କରିଛୁ।
-ଜିତେନ୍ଦ୍ର ପ୍ରଧାନ, ଗ୍ରାମ ସଭାପତି
ସରକାରୀ ଯୋଜନାର ସୁଫଳ ପାଉନୁ
ଜଙ୍ଗଲ ମଧ୍ୟରେ ରହୁଥିବାରୁ ଅନେକ ସମସ୍ୟା ଭୋଗୁଛୁ। ପିଇବା ପାଇଁ ବର୍ଷଯାକ ନଳକୂଅ ପାଣି ମଧ୍ୟ ମିଳୁନି। ପ୍ରାଥମିକ ବିଦ୍ୟାଳୟରେ ମାତ୍ର ୨ ଜଣ ଶିକ୍ଷକ ରହିଛନ୍ତି। କେବେ ସରକାରୀ ଯୋଜନାର ସୁଫଳ ଆମକୁ ମିଳିବ ତାହାକୁ ଅପେକ୍ଷା।
-ଘଟ କିଶୋର ପ୍ରଧାନ, ଗ୍ରାମ ସମ୍ପାଦକ
ପରିବା ମୁଣ୍ଡେଇ ବଜାର ଯାଉଛୁ
ଜମିରେ କରୁଥିବା ପରିବା ବିକ୍ରି ପାଇଁ ବଜାରକୁ ନେଇପାରୁନୁ। ଯେତିକି ମୁଣ୍ଡରେ ବୋହିପାରୁଛୁ ସେତିକି ବଡ଼ କଷ୍ଟରେ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛୁ। ଭଲ ରାସ୍ତାଟିଏ ଥିଲେ ଗାଡ଼ିରେ ଏସବୁ ସାମଗ୍ରୀ ନେଇ ଅଧିକ ଆୟ କରିପାରିଥାନ୍ତୁ।
-ଭକ୍ତବନ୍ଧୁ ବିଶ୍ୱାଳ, ଗ୍ରାମବାସୀ
ସରକାର ଏଯାଏ ମଜୁରି ଦେଇନାହାନ୍ତି
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଗ୍ରାମବାସୀ ୨ ମାସ ହେଲା ରାସ୍ତାରେ ମାଟି ପକାଇଥିଲେ। କିନ୍ତୁ ଶ୍ରମ ବାବଦ ୬୦ ହଜାର ଟଙ୍କା ଏ ପର୍ଯ୍ୟନ୍ତ ଶ୍ରମିକଙ୍କୁ ମିଳିନାହିଁ। ରାସ୍ତା କାମ ବି ଆଗେଇପାରୁନି। ସରକାର ଦୃଷ୍ଟି ଦେଇ ସମସ୍ୟା ବୁଝନ୍ତୁ।
-ନାରାୟଣ ପ୍ରଧାନ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri