ଚର୍ଚ୍ଚାରେ ସାନଖେମୁଣ୍ଡି ୭ନଂ. ଜୋନ୍‌

ବ୍ରହ୍ମପୁର ଅଫିସ,୨୧।୨: ବ୍ରହ୍ମପୁର ଲୋକ ସଭା କ୍ଷେତ୍ରର ଗଞ୍ଜାମ ଜିଲାରେ ୫ ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ସେଥିରୁ ବ୍ରହ୍ମପୁର ଆସନରେ ଆଦୌ ପଞ୍ଚାୟତ ନ ଥିବା ବେଳେ ଛତ୍ରପୁର, ଗୋପାଳପୁର, ଚିକିଟି ଓ ଦିଗପହଣ୍ଡିର ୭ ବ୍ଲକ ଅଧୀନ ୨୨ ଜିଲା ପରିଷଦ ଜୋନ୍‌ ଅଛି। ବିଜେଡି ଓ ଭାଜପା ପକ୍ଷରୁ ସମସ୍ତ ଜୋନରେ ପ୍ରାର୍ଥୀ ଦିଆଯାଇଥିବା ବେଳେ କଂଗ୍ରେସରୁ ୨୧ ଜୋନରେ ପ୍ରାର୍ଥୀମାନେ ସମିତି ସଭ୍ୟ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଦିଗପହଣ୍ଡି ବ୍ଲକର ୨୫ ନଂ ଜୋନ୍‌ରେ ସିପିଆଇକୁ କଂଗ୍ରେସ ସମର୍ଥନ କରି ପ୍ରାର୍ଥୀ ଦେଇ ନ ଥିଲା ଓ ଚିକିଟିର ଗୋଟିଏ ଜୋନ୍‌ ପାଇଁ ପ୍ରାର୍ଥୀ ମିଳି ନ ଥିଲା। ମତଦାନର ତୃତୀୟ ପର୍ଯ୍ୟାୟ ରବିବାର ସୁଦ୍ଧା ସମସ୍ତ ଜୋନରେ ଭୋଟ ଗ୍ରହଣ ହୋଇଛି।
ଚଳିତ ନିର୍ବାଚନରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲେ ମଧ୍ୟ ସବୁଠି ବିଜେଡିକୁ ମୁକାବିଲା କରିଛି ଭାଜପା। ଶଙ୍ଖ-ପଦ୍ମ ଲଢ଼େଇରେ କଂଗ୍ରେସ ପଛରେ ଥିବା ଜଣାପଡ଼ିଛି। ୨୧ ଜୋନରୁ କେତୋଟି କଂଗ୍ରେସ ପାଇବ ସେ ନେଇ ଗଣତି ପୂର୍ବରୁ ଚର୍ଚ୍ଚା ଆରମ୍ଭ ହୋଇଛି। ଅପରପକ୍ଷରେ ଜିଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଦୁଇ ବ୍ଲକ ଧରାକୋଟ ଓ ସାନଖେମୁଣ୍ଡିର ୭ ଜିଲା ପରିଷଦ ଜୋନରେ ମତଦାନ ସରିଛି। ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରକୁ ଶାସକ ବିଜେଡି ଫୋକସ କରିଛି। ତେଣୁ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ ପରିଚାଳନା କରିଥିଲେ। କଂଗ୍ରେସ ଓ ବିଜେଡିର ଦୁଇ ଜେନାଙ୍କ ଘମାଘୋଟ ଲଢ଼େଇକୁ ଗ୍ରାମାଞ୍ଚଳ ଭୋଟର ତୀକ୍ଷ୍‌ଣ ନଜର ରଖିତ୍ଥଲେ।
ଧରାକୋଟର ୩ ଏବଂ ସାନଖେମୁଣ୍ଡିର ୪ ଜୋନରେ ଭୋଟ ଗ୍ରହଣ ସରିଥିବାରୁ କଂଗ୍ରେସ କେତୋଟିରେ ସଫଳତା ପାଇବ ସେନେଇ ଆଗୁଆ ଅଙ୍କକଷା ଆରମ୍ଭ ହୋଇଯାଇଛି। ସାନଖେମୁଣ୍ଡି ରାଜନୈତିକ ଚର୍ଚ୍ଚାକୁ ଆସିଛି।
ସୂଚନାଯୋଗ୍ୟ, ୨୦୧୭ ନିର୍ବାଚନରେ ଧରାକୋଟର ୩ ଏବଂ ସାନଖେମୁଣ୍ଡିର ୪ ଜୋନରୁ ୩ଟିରେ ବିଜେଡି ଜିତିଥିଲା। ଗୋଟିଏ ଜୋନ ଭାଜପା ଖାତାକୁ ଯାଇଥିଲା। ଗତ ନିର୍ବାଚନ ମଇଦାନରେ ରମେଶ ନ ଥିଲେ। ଏଥର ସକ୍ରିୟ ଅଛନ୍ତି। ୨୦୧୭ ନିର୍ବାଚନରୁ ଜିଲାରୁ ମାତ୍ର ଜଣେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ଏଥର କେତେ ତାହା ଚର୍ଚ୍ଚାକୁ ଆସିଛି। ଗତ ନିର୍ବାଚନରେ ବିଜେଡିରୁ ୬୪ ଜଣ ଜିଲା ପରିଷଦକୁ ନିର୍ବାଚିତ ହୋଇଥିଲେ। ଏଥର ମଧ୍ୟ ସମାନ ସ୍ଥିତି ରହିବ ବୋଲି ଜିଲା ବିଜେଡି ଆଶା ରଖିଛି। ସେହିପରି ଭାଜପା ଗତଥର ୪ ଜିଲା ପରିଷଦ ଜୋନ ପାଇଥିଲା। ଏଥର ବହୁ ଗୁଣ ବଢ଼ିବା ଭାଜପା କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri