ମତ ବଦଳାଇଲେ ସଞ୍ଜୟ

ପୁରୀ ଅଫିସ,୮ା୬: ପୁରୀ ପୋଲିସ ଏବଂ ଅବକାରୀ ବିଭାଗ ଅଧୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ମଙ୍ଗଳବାର ନିଜ ମତ ବଦଳାଇଛନ୍ତି। ସଞ୍ଜୟ ନିଜ ଭୁଲ ସ୍ବୀକାର କରିବା ସହ ମାନସିକ ଓ ଶାରୀରିକ ଅସୁସ୍ଥତା କାରଣ ଦର୍ଶାଇ ୧୫ଦିନିଆ ଛୁଟି ଆବେଦନ କରିଛନ୍ତି। ତେବେ ଅସୁସ୍ଥତା କାରଣରୁ ପଣ୍ଡାଙ୍କୁ ତୁରନ୍ତ ଛୁଟି ମଞ୍ଜୁର କରାଯାଇଛି। ସେ ପୁରୀ ଛାଡ଼ି ଭୁବନେଶ୍ୱର ଚିକିତ୍ସା ପାଇଁ ଯାଇଛନ୍ତି। ଛୁଟି ଆବେଦନ ସହ ମାନସିକ ରୋଗୀ ହୋଇଥିବା ପ୍ରମାଣପତ୍ର ମଧ୍ୟ ସେ ଦାଖଲ କରିଛନ୍ତି ବୋଲି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅମରେନ୍ଦ୍ର ଜେନା କହିଛନ୍ତି। ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଇନ୍‌ସପେକ୍ଟର ସଞ୍ଜୟ ଗୁରୁତର ଅଭିଯୋଗ ଆଣିବା ପରେ ପ୍ରଶାସନିକସ୍ତରରେ ତାଙ୍କ କାର୍ଯ୍ୟ ରେକର୍ଡ ଯାଞ୍ଚ କରାଯାଇଥିଲା। ଆଉ ଏହାର ୨୪ଘଣ୍ଟା ମଧ୍ୟରେ ସଞ୍ଜୟ ନିଜେ କହିଥିବା କଥାକୁ ଭୁଲ୍‌ ବୋଲି କହି ନିଜର ମାନସିକ ସ୍ଥିତି ଠିକ୍‌ ନ ଥିବା କହିବା ସହଜରେ ସାଧାରଣରେ ଗ୍ରହଣୀୟ ହୋଇପାରିନାହିଁ। ମଙ୍ଗଳବାର ସକାଳୁ ୨ଟି ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଇନ୍‌ସପେକ୍ଟର ସଞ୍ଜୟ କହିଛନ୍ତି ଯେ, ମୋ ଦ୍ୱାରା ଏକ ଅପ୍ରୀତିକର ଘଟଣା ଘଟିଛି। କରୋନା ସମୟରେ ମୋର ଶାରୀରିକ ଓ ମାନସିକ ସ୍ଥିତି ଖରାପ ଥିଲା। ମୁଁ ଦେଇଥିବା ମନ୍ତବ୍ୟ ମୋ ମାନସିକ ଅସୁସ୍ଥତାର ପ୍ରତିଫଳନ। ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଓ ପୁରୀ ପୋଲିସ ଦକ୍ଷତାର ସହ କାର୍ଯ୍ୟ କରୁଛନ୍ତି। ୨୦୨୦ ଅକ୍ଟୋବରରୁ ଡାକ୍ତର ନୀଳମାଧବ ରଥଙ୍କ ପାଖରେ ଚିକିତ୍ସିତ ଥିଲି। ଗତ ମାସେ ହେବ ଔଷଧ ନ ମିଳିବାରୁ ମୁଁ ଖାଇପାରି ନ ଥିଲି। ତେଣୁ ମାନସିକ ଅସୁସ୍ଥତା ଯୋଗୁ ମୋ ପାଟିରୁ ଭୁଲ କଥା ବାହାରି ଯାଇଛି। ପୁରୀ ପୋଲିସ, ଅବକାରୀ ବିଭାଗର ସବୁ ଅଧିକାରୀଙ୍କୁ ସମ୍ମାନ କରେ। ମୋର ମାନସିକତା ଯୋଗୁ ମୁଁ ଏଭଳି ଦୁର୍ବ୍ୟବହାର କରିଛି। ଆଉ ଏକ ଭିଡିଓରେ ସଞ୍ଜୟଙ୍କ ସ୍ତ୍ରୀ ଏଲିନା କହିଛନ୍ତି ଯେ, କୋଭିଡ୍‌ ସମୟରୁ ସ୍ବାମୀ ଗୁରୁତର ଥିଲେ। ଏହାପରେ ସେ ଡିପ୍ରେଶନ୍‌ ଭିତରକୁ ଚାଲିଯାଇଥିଲେ। ତାଙ୍କର ନିଦ ମଧ୍ୟ ସମ୍ପୂର୍ଣ୍ଣ ରୂପେ କମିଯାଇଥିଲା। ଲଗାତର ୧୫ ଦିନ ସେ ଶୋଇ ନ ଥିଲେ। ସେବେଠାରୁ ତାଙ୍କ ମାନସିକ ଚିକିତ୍ସା କରାଯାଉଥିଲା। ବର୍ଷେ ହେଲା ସେ ମେଡିସିନ୍‌ ଖାଉଥିବାବେଳେ ଗତ ମାର୍ଚ୍ଚରୁ ମେଡିସିନ୍‌ ଖାଇ ନ ଥିଲେ। ତେଣୁ ଏଭଳି ମନଇଚ୍ଛା ପ୍ରତିକ୍ରିୟା ରଖିଛନ୍ତି। ତାଙ୍କୁ କ୍ଷମା କରାଯାଉ। ଅନ୍ୟପକ୍ଷରେ ସମ୍ପୃକ୍ତ ଦୁଇଟି ଭିଡିଓରେ କେହି ଜଣେ କ୍ୟାମେରାର ପଛପାର୍ଶ୍ୱରୁ ପ୍ରମ୍ପଟିଂ କରୁଥିବା ଜଣାପଡ଼ୁଛି। ପୋଲିସ ସହଯୋଗିତାରେ ଅବକାରୀ ବିଭାଗ କାର୍ଯ୍ୟ କରୁଛି ବୋଲି କହିବା ପାଇଁ ପଛ ପାର୍ଶ୍ୱରେ ଥିବା ବ୍ୟକ୍ତି ତାଙ୍କୁ କହୁଥିବା ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି। ସଞ୍ଜୟ ଓ ତାଙ୍କ ସ୍ତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆକୁ ଆସିବା ପରେ ପୋଲିସ ଓ ଅବକାରୀ ବିଭାଗର ଭୂମିକା ସନ୍ଦେହଘେରକୁ ଆସିଛି। କ୍ୟାମେରା ପଛରେ କିଏ ପ୍ରମ୍ପଟିଂ କରୁଥିଲେ ଓ କାହା ଚାପରେ ରହି ପଣ୍ଡା ଏଭଳି ପ୍ରତିକ୍ରିୟା ଦେଇଛନ୍ତି ତାହା ଏବେ ସନ୍ଦେହ ଘେରରେ। ଅନ୍ୟପକ୍ଷରେ ଅଧୀକ୍ଷକ ଜେନା କହିଛନ୍ତି ଯେ, ଇନ୍ସପେକ୍ଟର ପଣ୍ଡା ଜଣେ ମାନସିକ ରୋଗୀ। ତାଙ୍କୁ ଚାପ ଦିଆଯାଇନାହିଁ। ସେ ମାନସିକ ରୋଗୀ ହୋଇଥିବା ହେତୁ ତାଙ୍କ ଉପରେ ବିଭାଗ ତରଫରୁ କୌଣସି ଚାପ ପକାଯାଉନାହିଁ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉନାହିଁ। ସେ ସୁସ୍ଥ ମାନସିକ ସ୍ଥିତିକୁ ଫେରି କାର୍ଯ୍ୟକ୍ଷେତ୍ରରେ ଯୋଗଦେବେ। ଉଲ୍ଲେଖଯୋଗ୍ୟ ଯେ, ସୋମବାର ରାତ୍ର ୯ଟାରେ ସଞ୍ଜୟ ଅବକାରୀ କାର୍ଯ୍ୟାଳୟ ଛାଡ଼ି ଚାଲିଯାଇଥିଲେ। ପୋଲିସ ବିଭାଗର ଚାପରେ ସଞ୍ଜୟ ମନ୍ତବ୍ୟ ବଦଳାଇଥିବା ଆଲୋଚନା ହେଉଛି। ରଥଯାତ୍ରା ପୂର୍ବରୁ ପୋଲିସ ନିଜ ଛବି ସୁଧାରିବା ପାଇଁ ଏଭଳି କରିଥିବା ସାଧାରଣରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri