Posted inଖେଳ

ବିବାହ ପରେ କାମକୁ ଫେରିଲେ ବୁମ୍‌ରାଙ୍କ ପତ୍ନୀ, ପ୍ରଶଂସକ ପଚାରିଲେ ଏଭଳି ପ୍ରଶ୍ନ

ପୁଣେ,୨୬।୩: ଭାରତୀୟ ଟିମ୍‌ର ଷ୍ଟାର ବୋଲର୍‌ ଜସପ୍ରିତ ବୁମ୍‌ରା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଟେଲିଭିଜନ ଆଙ୍କର ସଞ୍ଜନା ଗଣେଶନଙ୍କ ହାତ ଧରିଥିଲେ ସେ। ଏବେ ବିବାହକୁ ମାତ୍ର କେଇଟା ଦିନ ବିତିଥିବା ବେଳେ ସଞ୍ଜନା ଶନିବାର କାମକୁ ଫେରିଥିବା ଦେଖାଯାଇଛି। ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଦ୍ୱିତୀୟ ଦିନିକିଆ ପୂର୍ବରୁ ଆୟୋଜିତ ପ୍ରି-ମ୍ୟାଚ୍‌ ଶୋ’ରେ ସେ ଆଙ୍କରିଂ କରୁଥିବା ଦେଖାଯାଇଛି। ଷ୍ଟାରସ୍ପୋଟର୍‌ସରେ ଏହା ପ୍ରସାରିତ ହୋଇଛି। କାର୍ଯ୍ୟକ୍ରମରେ ପୂର୍ବ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଏବଂ ଇରଫାନ୍‌ ପଠାନ ସାମିଲ ଥିଲେ। ତେବେ ମ୍ୟାଚ୍‌ର ପ୍ରଥମ ଇନିଂସ ଶେଷ ହେବା ପରେ ସେ ପୁଣିଥରେ ଏକ୍ସପର୍ଟଙ୍କ ସହ ଆଲୋଚନା କରିବେ।

ସଞ୍ଜନା ପୁନର୍ବାର କାମକୁ ଫେରିଥିବା ଯୋଗୁ ସୋସିଆଲ ମିଡିଆରେ ବୁମ୍‌ରାଙ୍କ ପ୍ରଶଂସକ ତାଙ୍କୁ ମଜାଦାର ପ୍ରଶ୍ନ କରୁଛନ୍ତି। ଘରେ ସେ ଏକୁଟିଆ କ’ଣ କରୁଛନ୍ତି। କ’ଣ ପାଇଁ ସେ ପଡ଼ିଆକୁ ଫେରିନାହାନ୍ତି ବୋଲି କିଛି ପଚାରୁଛନ୍ତି।

ତେବେ ବିବାହ ପାଇଁ ବୁମ୍‌ରା ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ପୂର୍ବରୁ ଛୁଟି ନେଇଥିଲେ। ଗୋଆରେ ମାର୍ଚ୍ଚ ୧୫ରେ ଉଭୟ ବିବାହ କରିଥିଲେ। ଏଥିରେ କେବଳ ପରିବାର ତଥା ନିକଟ ସମ୍ପର୍କୀୟମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଶଂସକଙ୍କ ମୋବାଇଲରେ ନିଜ ନମ୍ବର ସେଭ୍‌ କରିଥିଲେ ସଚିନ: କିନ୍ତୁ ନିଜ ନାଁରେ ନୁହେଁ…

କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପ୍ରବଳ ସମର୍ଥକ ଭାବେ ସୁଧୀର ଗୌତମ ସାରା ବିଶ୍ବରେ ପ୍ରସିଦ୍ଧ। ସେ ସଚିନଙ୍କୁ ଈଶ୍ବରଙ୍କ ପରି ପୂଜା କରିଥାଆନ୍ତି। ୨୦୦୦...

ଓସିଏ: ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ

କଟକ ଅଫିସ, ୩ା୮- ଖେଳାଳି ଚୟନରେ ପୁଣି ହୋଇଛି ଅନିୟମିତତା। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଲୋଧା କମିଟିର ସୁପାରିସକୁ ଉଲ୍ଲଙ୍ଘନ କରିଛି। ବିନା ଟ୍ରାଏଲ ମ୍ୟାଚ୍‌...

ମୋହାଲି ଷ୍ଟାଡିୟମ ବଲବୀରଙ୍କ ନାମରେ ହେବ

ଚଣ୍ଡିଗଡ଼, ୨୬।୫(ପି.ଟି.)- ସୋମବାର ୯୬ ବର୍ଷରେ ମୃତ୍ୟୁବରଣ କରିଥିବା ହକି ଆଇକନ୍‌ ବଲବୀର ସିଂ ସିନିୟରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୋହାଲି ଷ୍ଟାଡିୟମକୁ ଉକ୍ତ କିମ୍ବଦନ୍ତୀ...

କ୍ରିକେଟର୍‌ଙ୍କୁ କରୋନା ଭୟ: ଆଇପିଏଲ୍‌ରୁ ଓହରିଲେ ଆଉ ୨ କ୍ରିକେଟର୍‌

ମୁମ୍ବାଇ,୨୬।୪: ଏବେ ଭାରତରେ କରୋନା କାୟା ବିସ୍ତାର କରିଛି। ଏହାର ପ୍ରଭାବ ଆଇପିଏଲ୍‌ରେ ଦେଖିବାକୁ ମିଳିଛି। କରୋନା ଭୟରେ ଜଣେ ପରେ ଜଣେ ଖେଳାଳି ଆଇପିଏଲ୍‌ରୁ...

ଭାରତୀୟ ଆର୍ଚେରୀ ଆସୋସିଏଶନ ସସ୍‌ପେଣ୍ଡ

କୋଲକାତା, ୯ା୮ (ପି.ଟି.)-ବିଶ୍ୱ ଆର୍ଚେରି (ଡବ୍ଲ୍ୟୁଆଇ) ଗୁରୁବାର ଭାରତୀୟ ଆର୍ଚେରି ଆସୋସିଏଶନ (ଏଏଆଇ)କୁ ସସ୍‌ପେଣ୍ଡ କରିଛି। ଏଏଆଇରେ ଦୁଇ ପରସ୍ପର ବିରୋଧୀ ଗୋଷ୍ଠୀ ସମାନ୍ତରାଳ ନିର୍ବାଚନ...

ଆଜିର ଦିନରେ ଇତିହାସ ରଚିଥିଲେ ଗାଙ୍ଗୁଲି-ଦ୍ରାଭିଡ ଯୋଡି

ନୂଆଦିଲ୍ଲୀ,୨୬।୫: ଏକଦିବସୀୟ କ୍ରିକେଟରେ ୧୦ ହଜାରରୁ ଅଧିକ ରନ ସଂଗ୍ରହ କରିଥିବା ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାଭିଡ ବିପକ୍ଷ ଦଳକୁ ଅନେକ ଥର ଟାର୍ଗେଟ...

ଭାରତୀୟଙ୍କୁ ଜନ ସିନାଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୧୫।୮: ଦେଶର ୭୩ତମ ସ୍ବାଧୀନତା ଦିବସ ଅବସରରେ ବହୁ ଅନ୍ତର୍ଜାତୀୟ ସେଲିବ୍ରେଟି ଶୁଭେଚ୍ଛା ଜଣାଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଡବ୍ଲୁଡବ୍ଲଇ ସୁପରଷ୍ଟାର ଜନ ସିନା। ସେ...

ପାକିସ୍ତାନ ଯିବାକୁ ଲାଗୁଛି ଡର

ଢାକା,୨୩।୧- ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଶୁକ୍ରବାରଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଆରମ୍ଭ ହେବ। ଏହି ସିରିଜ୍‌ ଲାଗି ବାଂଲାଦେଶ ଦଳ ପାକିସ୍ତାନରେ...

Advertisement
Ten Cric Info


Archives

Model This Week