ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: ବ୍ୟବସାୟୀ, ଯାତ୍ରୀ ଅସନ୍ତୁଷ୍ଟ

କୋରାପୁଟ,୨୮।୪(ସ୍ବ.ପ୍ର.): କୋରାପୁଟ ଜିଲା ସଦର ମହକୁମାସ୍ଥିତ ବସ୍‌ଷ୍ଟାଣ୍ଡରେ ଦୈନଦିନ ହଜାର ହଜାର ଯାତ୍ରୀ ଯାତାୟାତ କରୁଛନ୍ତି। ବିଭିନ୍ନ ସ୍ଥାନକୁ ଯିବାକୁ ସେମାନେ ବସ୍‌ ପାଇଁ ଏଠାରେ ଅପେକ୍ଷା କରନ୍ତି। କିନ୍ତୁ କୋରାପୁଟ ସହରର ମଧ୍ୟସ୍ଥଳରେ ଥିବା ବସ୍‌ଷ୍ଟାଣ୍ଡର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏ ନେଇ ବସ୍‌ଷ୍ଟାଣ୍ଡ ପରିସରରେ ଥିବା ବ୍ୟବସାୟୀ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।
କୋରାପୁଟ ବସ୍‌ଷ୍ଟାଣ୍ଡଟି ଜିଲାର ଏକ ମୁଖ୍ୟ ବସ୍‌ଷ୍ଟାଣ୍ଡ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ପୌର ପରିଷଦର। ବସ୍‌ଷ୍ଟାଣ୍ଡ ସହିତ ସହରର ସ୍ବଚ୍ଛତା ବଜାୟ ରଖିବା ପାଇଁ ପୌର ପ୍ରଶାସନ ପକ୍ଷରୁ ମାସକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ୫ ବର୍ଷ ପୂର୍ବେ ମ୍ୟୁନିସିପାଲିଟି ପକ୍ଷରୁ ବସ୍‌ଷ୍ଟାଣ୍ଡକୁ ଦୈନଦିନ ଝାଡୁ କରାଯିବା ସହ ସପ୍ତାହକୁ ଥରେ ବସ୍‌ଷ୍ଟାଣ୍ଡ ପରିସରକୁ ଫିନାଇଲରେ ସଫା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ବସ୍‌ଷ୍ଟାଣ୍ଡରେ ସପ୍ତାହକୁ ମାତ୍ର ଥରେ ଅଧେ ଝାଡୁ କରାଯାଉଛି ଏବଂ ଫିନାଇଲ ପକାଇ ବସ୍‌ଷ୍ଟାଣ୍ଟ ସଫା କରାଯିବା ପ୍ରାୟ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି। ଫଳରେ ବସ୍‌ଷ୍ଟାଣ୍ଡ ପରିସର ଅଳିଆ ଆବର୍ଜନା ପଡିରହୁଛି। ଏହି ଅବ୍ୟବସ୍ଥା ଯୋଗୁ ବର୍ତ୍ତମାନ ଗାଈ ଓ କୁକୁର ବସ୍‌ଷ୍ଟାଣ୍ଡ ପରିସରରେ ଆଡ୍ଡା ଜମାଉଛନ୍ତି। ସେହିପରି ବସ୍‌ଷ୍ଟାଣ୍ଡ ଉପର ମହଲାରେ ଥିବା ପୌର ପ୍ରଶାସନର ଗୋଦାମ ଗୃହ ମଧ୍ୟ ଭାଙ୍ଗିରୁଜି ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ କୋଠାରୁ ଅନେକ ସମୟରେ ଇଟା ସିମେଣ୍ଟ ଖଣ୍ଡ ଖସି ଯାତ୍ରୀଙ୍କ ଉପରେ ପଡିବାରୁ ସେମାନେ ଆହତ ହେଉଥିବା ଅଭିଯୋଗ ଆସିଛି। ଉପର ମହଲା ଗୃହ ଭୁଶୁଡି ପଡିବାର ଆଶଙ୍କା ରହିଛି। ବସ୍‌ଷ୍ଟାଣ୍ଡର ପରିମଳ ସମସ୍ୟା ଉପରେ ଦୃଷ୍ଟି ଦେଇ ପୌର ପ୍ରଶାସନ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ଯାତ୍ରୀ, ବ୍ୟବସାୟୀ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି। ଏ ନେଇ କୋରାପୁଟ ପୌର ପରିଷଦ ଅଧକ୍ଷ ଲଲାଟ ରଞ୍ଜନ ସେଠୀଙ୍କୁ ପଚାରିବାରୁ ବସ୍‌ଷ୍ଟାଣ୍ଡର ପରିମଳ ସମସ୍ୟାର ସମାଧାନ ନେଇ ଆଗକୁ ସ୍ବତନ୍ତ୍ର ଦୃଷ୍ଟି ଦେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri