ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: ବ୍ୟବସାୟୀ, ଯାତ୍ରୀ ଅସନ୍ତୁଷ୍ଟ

କୋରାପୁଟ,୨୮।୪(ସ୍ବ.ପ୍ର.): କୋରାପୁଟ ଜିଲା ସଦର ମହକୁମାସ୍ଥିତ ବସ୍‌ଷ୍ଟାଣ୍ଡରେ ଦୈନଦିନ ହଜାର ହଜାର ଯାତ୍ରୀ ଯାତାୟାତ କରୁଛନ୍ତି। ବିଭିନ୍ନ ସ୍ଥାନକୁ ଯିବାକୁ ସେମାନେ ବସ୍‌ ପାଇଁ ଏଠାରେ ଅପେକ୍ଷା କରନ୍ତି। କିନ୍ତୁ କୋରାପୁଟ ସହରର ମଧ୍ୟସ୍ଥଳରେ ଥିବା ବସ୍‌ଷ୍ଟାଣ୍ଡର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏ ନେଇ ବସ୍‌ଷ୍ଟାଣ୍ଡ ପରିସରରେ ଥିବା ବ୍ୟବସାୟୀ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।
କୋରାପୁଟ ବସ୍‌ଷ୍ଟାଣ୍ଡଟି ଜିଲାର ଏକ ମୁଖ୍ୟ ବସ୍‌ଷ୍ଟାଣ୍ଡ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ପୌର ପରିଷଦର। ବସ୍‌ଷ୍ଟାଣ୍ଡ ସହିତ ସହରର ସ୍ବଚ୍ଛତା ବଜାୟ ରଖିବା ପାଇଁ ପୌର ପ୍ରଶାସନ ପକ୍ଷରୁ ମାସକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ୫ ବର୍ଷ ପୂର୍ବେ ମ୍ୟୁନିସିପାଲିଟି ପକ୍ଷରୁ ବସ୍‌ଷ୍ଟାଣ୍ଡକୁ ଦୈନଦିନ ଝାଡୁ କରାଯିବା ସହ ସପ୍ତାହକୁ ଥରେ ବସ୍‌ଷ୍ଟାଣ୍ଡ ପରିସରକୁ ଫିନାଇଲରେ ସଫା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ବସ୍‌ଷ୍ଟାଣ୍ଡରେ ସପ୍ତାହକୁ ମାତ୍ର ଥରେ ଅଧେ ଝାଡୁ କରାଯାଉଛି ଏବଂ ଫିନାଇଲ ପକାଇ ବସ୍‌ଷ୍ଟାଣ୍ଟ ସଫା କରାଯିବା ପ୍ରାୟ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି। ଫଳରେ ବସ୍‌ଷ୍ଟାଣ୍ଡ ପରିସର ଅଳିଆ ଆବର୍ଜନା ପଡିରହୁଛି। ଏହି ଅବ୍ୟବସ୍ଥା ଯୋଗୁ ବର୍ତ୍ତମାନ ଗାଈ ଓ କୁକୁର ବସ୍‌ଷ୍ଟାଣ୍ଡ ପରିସରରେ ଆଡ୍ଡା ଜମାଉଛନ୍ତି। ସେହିପରି ବସ୍‌ଷ୍ଟାଣ୍ଡ ଉପର ମହଲାରେ ଥିବା ପୌର ପ୍ରଶାସନର ଗୋଦାମ ଗୃହ ମଧ୍ୟ ଭାଙ୍ଗିରୁଜି ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ କୋଠାରୁ ଅନେକ ସମୟରେ ଇଟା ସିମେଣ୍ଟ ଖଣ୍ଡ ଖସି ଯାତ୍ରୀଙ୍କ ଉପରେ ପଡିବାରୁ ସେମାନେ ଆହତ ହେଉଥିବା ଅଭିଯୋଗ ଆସିଛି। ଉପର ମହଲା ଗୃହ ଭୁଶୁଡି ପଡିବାର ଆଶଙ୍କା ରହିଛି। ବସ୍‌ଷ୍ଟାଣ୍ଡର ପରିମଳ ସମସ୍ୟା ଉପରେ ଦୃଷ୍ଟି ଦେଇ ପୌର ପ୍ରଶାସନ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ଯାତ୍ରୀ, ବ୍ୟବସାୟୀ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି। ଏ ନେଇ କୋରାପୁଟ ପୌର ପରିଷଦ ଅଧକ୍ଷ ଲଲାଟ ରଞ୍ଜନ ସେଠୀଙ୍କୁ ପଚାରିବାରୁ ବସ୍‌ଷ୍ଟାଣ୍ଡର ପରିମଳ ସମସ୍ୟାର ସମାଧାନ ନେଇ ଆଗକୁ ସ୍ବତନ୍ତ୍ର ଦୃଷ୍ଟି ଦେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?