Posted inଜାତୀୟ

ପଶ୍ଚିମବଙ୍ଗରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖ

କୋଲକାତା,୨୯।୨: ପଶ୍ଚିମବଙ୍ଗ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଦୀର୍ଘ ୫୫ ଦିନ ପରେ ଗିରଫ ହୋଇଛନ୍ତି ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଟିଏମ୍‌ସି ନେତା ଶାହଜାହାନ ଶେଖ। ତାଙ୍କୁ ବୁଧବାର ରାତି ୩ଟାରେ ମୀନାଖାନର ଏକ ଅଜ୍ଞାତ ସ୍ଥାନରୁ ଗିରଫ କରାଯାଇଛି। ତେବେ ସେ ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା।

ଶାହାଜାହାନ ଉତ୍ତର ୨୪ ପରଗାନା ଜିଲା ପରିଷଦର ମତ୍ସ୍ୟ ଓ ପଶୁ ସମ୍ପଦ ଅଧିକାରୀ ତଥା ସନ୍ଦେଶଖାଲିର ବ୍ଲକ ସଭାପତି ଅଟନ୍ତି। ସେ ମମତା ସରକାରରେ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କ ନିକଟତର ବୋଲି କୁହାଯାଏ। ତେବେ ତାଙ୍କ ଗିରଫଦାରୀକୁ ନେଇ ମୀନାଖାନ ଏସ୍‌ଡିପିଓ ଅମିନୁଲ ଇସଲାମ ଖାଁ କହିଛନ୍ତି ଯେ ଶାହାଜାହାନଙ୍କୁ ପଶ୍ଚିମବଙ୍ଗ ପୋଲିସ ଉତ୍ତର ୨୪ ପରଗାନାର ମିନାଖାନ ଅଞ୍ଚଳରୁ ଗିରଫ କରିଛି । ତାଙ୍କୁ ବସିରହାଟ କୋର୍ଟକୁ ନିଆଯାଇଛି। ପଶ୍ଚିମବଙ୍ଗ ପୋଲିସ ବ୍ୟତୀତ ସିବିଆଇ ଏବଂ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଶାହାଜାହାନଙ୍କୁ ଗିରଫ କରିପାରିବ ବୋଲି କୋଲକାତା ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ସେ ଦୀର୍ଘଦିନରୁ ଫେରାର ଥିଲେ। ଏହା ପରେ ତାଙ୍କୁ ଗିରଫ କରିବା ପାଇଁ ସିବିଆଇ ଏବଂ ଇଡି ମଧ୍ୟ ମୁକ୍ତ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜାନୁଆରୀ ୫ ରେ, ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାର ସନ୍ଦେଶଖାଲିରେ ପ୍ରାୟ ଏକ ହଜାର ଲୋକଙ୍କ ଭିଡ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲା। ରାଜ୍ୟରେ ଥିବା ରାସନ ବଣ୍ଟନ ଦୁର୍ନୀତିର ତଦନ୍ତ ସଂପର୍କରେ ଇଡି ଟିମ ଶାହାଜାହାନ ଶେଖଙ୍କ ଘରକୁ ଚଢ଼ାଉ କରିବାକୁ ଯାଇଥିଲେ। ଶାହାଜାହାନଙ୍କ ଘରର ତାଲା ଭଙ୍ଗାଯିବା ସମୟରେ ଲୋକମାନେ ଆକ୍ରମଣ କରିଥିଲେ। ଏହାପୂର୍ବରୁ ଫୋନରେ ଶାହାଜାହାନଙ୍କୁ ଡାକିବାକୁ ଅନେକଥର ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ଆସ ନ ଥିଲେ। ଜିଲ୍ଲାର ଏସପିଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ମଧ୍ୟ କଥାବାର୍ତ୍ତା କରି ନ ଥିଲେ। ଏହି ଘଟଣା ପରେ ଶାହାଜାହାନ ଏବଂ ତାଙ୍କ ସମର୍ଥକଙ୍କ ଉପରେ ସ୍ଥାନୀୟଲୋକେ ଜମି ହଡ଼ପ ଏବଂ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାକୁ ନେଇ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ। ସେବେଠାରୁ ସନ୍ଦେଶଖାଲି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ଉଦ୍ୟୋଗରେ ତିହାରର ୭୦୦ କଏଦୀ ନିଯୁକ୍ତ

ନୂଆଦିଲ୍ଲୀ, ୧୭।୪: ତିହାର ଜେଲ୍‌ର ପ୍ରାୟ ୭୦୦ କଏଦୀ ହୋଟେଲ ଉଦ୍ୟୋଗରେ ନିଯୁକ୍ତି ପାଇଛନ୍ତି। ସେହିପରି ୧୨୦୦ରୁ ଅଧିକ କଏଦୀ ଜେଲରୁ ମୁକୁଳିବା ପରେ ବିଭିନ୍ନ...

ବ୍ୟବସ୍ଥା ବିଗାଡ଼ିବାକୁ ଉଦ୍ୟମ କରନାହିଁ

ନୂଆଦିଲ୍ଲୀ,୧୭ା୪: ନିର୍ବାଚନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌) ଜାଲିଆତି ନେଇ ଅଭିଯୋଗ ବଢ଼ିବାରେ ଲାଗିଛି। ଇଭିଏମ୍‌ ସହ ଭୋଟର ଭେରିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ୍‌...

ସଲମାନଙ୍କୁ ହତ୍ୟା ପାଇଁ ଚଳାଇଥିଲେ ଗୁଳି

ମୁମ୍ବାଇ, ୧୭।୪: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ଘର ସାମ୍‌ନାରେ ଗୁଳି ଚାଳନା ମାମଲାରେ ଅଭିଯୁକ୍ତ ଭିକି ଗୁପ୍ତା ଓ ସାଗର ପାଲ୍‌ଙ୍କୁ ୧୦ ଦିନିଆ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

ନିର୍ବାଚନ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ପ୍ରଚାର କରିପାରିବେନି ଏହି କଂଗ୍ରେସ ଏମପି

ନୂଆଦିଲ୍ଲୀ,୧୬।୪: କଂଗ୍ରେସର ଜଣେ ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର। ରାଜ୍ୟ ସଭା ଏମପି ରଣଦୀପ ସୂର୍ଯ୍ୟେୱାଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri