ସୂର୍ଯ୍ୟମନ୍ଦିର ପରିସରରୁ ବାଲି ଚୋରି

କୋଣାର୍କ,୧୦ା୧୨(ଡି.ଏନ୍‌.ଏ.):କୋଣାର୍କ ସୂର୍ଯ୍ୟମନ୍ଦିର ପରିସର ପୂର୍ବ ପାର୍ଶ୍ୱ ବାଲିବନ୍ତଠାରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ତେବେ ଏହି ଚୋରି ଆଉ କେହି ନୁହେଁ ଖୋଦ୍‌ ଏଏସ୍‌ଆଇ ଅଧିକାରୀଙ୍କ ନିର୍ଦ୍ଦେଶରେ ହେଉଥିବା କୋଣାର୍କର ୨ଟି ସଂଘ ଏହି ଅଭିଯୋଗ ଆଣିଛନ୍ତି। ତେବେ ଏହି ଘଟଣା ଜଣାପଡ଼ିବା ପରେ ବୁଧବାର ପ୍ରତ୍ନତତ୍ତ୍ୱ ବିଭାଗର କୋଣାର୍କ ଦାୟିତ୍ୱରେ ଥିବା ଅଧିକାରୀ ନିରୋଜ ସିଂ ଏକ ଟିମ୍‌ ସହ ଆସି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ସୂର୍ଯ୍ୟମନ୍ଦିରରେ ରାତି ଜଗୁଆଳି ଭାବେ ଏଏସ୍‌ଆଇର କଡ଼ା ସୁରକ୍ଷା ବାହିନୀ ନିୟୋଜିତ ଥିବାବେଳେ କିଛିଦିନ ତଳେ ସୂର୍ଯ୍ୟମନ୍ଦିର ପାର୍ଶ୍ୱରେ ଥିବା ଏକ ପୁରାତନ ଗଛ ପାର୍ଶ୍ୱରୁ ଅଧରାତିରେ ଟ୍ରିପ ଟ୍ରିପ ବାଲି ଖୋଳାଯାଇ ଚାଲାଣ ହେଉଥିବା ଦେଖିଥିଲେ। ଏହାସହ କିଛି ପୁରାତନ ଭଗ୍ନ ମୂର୍ତ୍ତି ଓ ପଥର ମଧ୍ୟ ନିଆଯାଉଥିଲା। ପରେ ଏହି କାର୍ଯ୍ୟ କେତେଜଣ ଏଏସ୍‌ଆଇ କର୍ମଚାରୀଙ୍କ ପ୍ରରୋଚନାରେ ହୋଇଥିବା ଚର୍ଚ୍ଚା ହୋଇଥିଲା। ତେବେ ଏହି ସ୍ଥାନଟି କୋଣାର୍କ ଥାନାର ୨୦୦ ମିଟର ମଧ୍ୟରେ ଥିବାବେଳେ କିଭଳି ରାତିରେ ବାଲିଚାଲାଣ ହେଉଥିବାର ପୋଲିସ ଜାଣିପାରିଲାନି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବାଲି ଚୋରି ସମ୍ପର୍କରେ କୋଣାର୍କ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସୁବାସ ଚନ୍ଦ୍ର ନାୟକ ଓ କୋଣାର୍କ ସୁରକ୍ଷା ସମିତିର ଆବାହକ ଭାଗୀରଥି ସ୍ବାଇଁ ପୃଥକ ଭାବେ ୨ଟି କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକ୍ରମେ ଥାନା ପକ୍ଷରୁ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ଠିକ ତଦନ୍ତ ନ ହେଲେ ଆଞ୍ଚଳିକ ବିକାଶ ପରିଷଦ ସମେତ କୋଣାର୍କର ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ କୋଣାର୍କ ଦାୟିତ୍ୱରେ ଥିବା ପ୍ରତ୍ନତତ୍ତ୍ୱ ଅଧିକାରୀ ନିରୋଜ ସିଂ କୁହନ୍ତି, ଏ ଖବର ମୋର ହସ୍ତଗତ ହୋଇଛି। ମଁୁ ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଏହା ସତ୍ୟ ଥିଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଗଜରାଜଙ୍କ ତାଣ୍ଡବ! ଜଣଙ୍କ ଜୀବନ ନେବା ପରେ ବି ଥମୁନି ଗୋଠଛଡ଼ା ଦନ୍ତାର ଉପଦ୍ରବ, ଚିନ୍ତାରେ ଗ୍ରାମବାସୀ

ବଞ୍ଚୋ,୧୭।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଗଜରାଜଙ୍କ ଉପଦ୍ରବ ଥମିବାର ନାଁ ନେଉନାହିଁ । ପୁଣିଥରେ ଜନବସତି ମୁହାଁ ହୋଇଛି ଗୋଠଛଡ଼ା ଦନ୍ତା…

ଗମ୍ଭୀର ସ୍ନାୟୁ ରୋଗ ସହିତ ସଂଘର୍ଷ କରୁଛନ୍ତି ସୋନୁ ନିଗମ, ଯନ୍ତ୍ରଣାଦାୟକ ଭିଡ଼ିଓ ସେୟାର କରି….

ଗାୟକ ସୋନୁ ନିଗମ ଦୀର୍ଘ ଦିନ ଧରି ତାଙ୍କର ସୁମଧୁର କଣ୍ଠସ୍ୱର ପାଇଁ ଲୋକଙ୍କ ପ୍ରିୟ ହୋଇଆସିଛନ୍ତି, କିନ୍ତୁ ସେ ବର୍ତ୍ତମାନ ଏକ କଷ୍ଟକର ପର୍ଯ୍ୟାୟ ଦେଇ…

ବାରିପଦାରେ ଲଭ୍‌ ଜିହାଦ୍‌କୁ ନେଇ ଉତ୍ତେଜନା: କୋର୍ଟ ମ୍ୟାରେଜ ପୂର୍ବରୁ ବର, ବରଯାତ୍ରୀକୁ ଟେକିନେଲା ପୋଲିସ

ବାରିପଦା,୧୭।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ମଙ୍ଗଳବାର ‘ଲଭ୍‌ ଜିହାଦ୍‌’ ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।…

ଚାଷୀଙ୍କ ପ୍ରଶ୍ନବାଣରେ ଘାଇଲା ମନ୍ତ୍ରୀ: ଆଜିଠାରୁ ସବୁ ମଣ୍ଡିରୁ ଉଠିବ ଧାନ

ନୂଆପଡ଼ା,୧୭ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ଗସ୍ତରେ ଆସିଥିବା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଚାଷୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିଛି। ଜିଲାରେ…

ଧାନବିକ୍ରି ଟୋକନ ନ ମିଳିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ମାତ୍ର ଏପର୍ଯ୍ୟନ୍ତ ଟୋକନ ସମସ୍ୟା ଯୋଗୁ ଚାଷୀମାନେ ଗତ ରବିରେ ଅମଳ କରିଥିବା ଧାନ…

ନାବାଳିକା ଝାଡ଼ୁବିକାଳିଙ୍କୁ ଗଣବଳାତ୍କାର: ରାତିରେ ଉଠିଥିବା ବେଳେ…

କେନ୍ଦ୍ରାପଡ଼ା, ୧୭।୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଜଜାଙ୍ଗଠାରେ ଜଣେ ନାବାଳିକା ଝାଡୁ ବିକାଳି ଗଣବଳାତ୍କାରର ଶିକାର ହୋଇଛନ୍ତି। ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି।…

ଟୋଲ୍ ଟ୍ୟାକ୍ସ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି! ଏମାନଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ନୂଆଦିଲ୍ଲୀ,୧୭।୬: ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଲମ୍ବା ଧାଡ଼ି ଏବଂ ବାରମ୍ବାର ଟୋଲ୍ ଦେୟ ଦେବାର ଅସୁବିଧାରୁ ମୁକ୍ତି ପାଇବାକୁ ଯାଉଛି । କେନ୍ଦ୍ର ସରକାର ଉନ୍ନତ ପ୍ରଯୁକ୍ତିବିଦ୍ୟା…

ମୋଦିଙ୍କ ସହ ସମ୍ପର୍କକୁ ନେଇ କହୁ କହୁ ଏମିତି କହିଲେ ମେଲୋନି: ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ୍‌,୧୭।୬: ବିଶ୍ୱ ନେତାମାନେ ଜି-୭ ଶିଖର ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଫରାସୀ ସହର ଏଭିଆନରେ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri