ଆନ୍ଧ୍ରକୁ ଋଷିକୂଲ୍ୟା ନଦୀରୁ ବାଲି ଚୋରା ଚାଲାଣ: ଚଢାଉରେ ୩୦ ଗାଡ଼ି ଜବତ

ଛତ୍ରପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଛି। ଏହି ଚୋରା ଚାଲାଣ ପ୍ରାୟ ରାତ୍ର ସମୟରେ ଚାଲୁଥିବା କୁହାଯାଉଛି। ଏନେଇ ବାରମ୍ବାର ଜିଲାପ୍ରଶାସନ ନିକଟରେ ଅଭିଯୋଗ ହେବା ପରେ କିଛି ଦିନ ତଳେ ପୋଲିସ ପକ୍ଷରୁ ଚଢାଉ କରାଯାଇ କେତେକ ଟ୍ରକ ଜବତ ହୋଇଥିଲା। ହେଲେ କିଛି ଦିନର ନିରବତା ପରେ ପୁଣି ବାଲି ମାଫିଆମାନେ ମାତିଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନର ଫାଇଦା ନେଇ ବାଲି ମାଫିଆମାନେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ କରୁଥିବା ଜଣାପଡ଼ିଛି। ଫଳରେ ସୋମବାର ବିଳମ୍ବିତ ରାତିରେ ଗଞ୍ଜାମ ହୁମ୍ମା ନିକଟରେ ଏକ ବାଲି ଗାଡି ଉପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ପ୍ରାୟ ୩୦ ଗାଡ଼ି ଜବତ କରାଯାଇଛି। ଏହି ସମୟରେ ଛତ୍ରପୁର ଉପଜିଲାପାଳ, ତହସିଲଦାର ଓ ପୋଲିସ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପଟେ ଜବତ ହୋଇଥିବା ଗାଡ଼ି ମଧ୍ୟରେ ଅନେକ ଗାଡ଼ି ଆନ୍ଧ୍ରର ନମ୍ବର ରହିଥିବା ଜଣାପଡିଛି। ଏହି ଚୋରା ଚାଲାଣ ପଛରେ ମାଷ୍ଟର ମାଇଣ୍ଡ କିଏ ରହିଛି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ

ପାଲଲହଡ଼ା, ୭ା୪(ଡି.ଏନ.ଏ.)- କରୋନା ମୁକାବିଲା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର ମାଲ୍ୟଗିରି ମହାବିଦ୍ୟାଳୟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।...

ଇଟାଭାଟି ଭାଙ୍ଗିବାରେ ପ୍ରଶାସନ ଫେଲ୍‌

ସଜନାଗଡ଼,୨୩।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନରେ ଗଢ଼ିଉଠିଥିବା ୧୪ଟି ଚିମିନି ଇଟାଭାଟି କୁଲଡିହା ଇକୋ ସେନ୍‌ସିଟିଭି ଜୋନ୍‌ ମଧ୍ୟରେ ଆସୁଥିବାରୁ ତାହାକୁ ଭାଙ୍ଗିବା ପାଇଁ ପ୍ରଶାସନ...

ଗିରଫ ହେଲେ ୮ ମାଓବାଦୀ

ମାଲକାନଗିରି,୬ା୧୧(ଡି.ଏନ.ଏ.): ଜଙ୍ଗଲରେ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଶୁକ୍ରବାର ସୁକ୍‌ମା ପୋଲିସ ହାତରେ ୮ ମାଓବାଦୀ ଧରାପଡିଛନ୍ତି। ଜିଲାର ଚିନ୍ତଲନାର ଥାନା ଅନ୍ତର୍ଗତ ମୋରାପାଲ୍ଲି, ତିମ୍ମାପୁରମ...

ବିଲରେ ପଚୁଛି ତରଭୁଜ

ଦେବଗଡ,୨୬ା୩(ଡି.ଏନ.ଏ.): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି ।...

ଚର୍ଚ୍ଚାରେ ଶିବଲିଙ୍ଗ ଆକୃତିର ପଣସ

ବୈପାରୀଗୁଡ଼ା,୧୮।୪(ଡି.ଏନ୍‌.ଏ.): ମହାଦେବଙ୍କ ଲିଙ୍ଗ ଆକୃତିର ପଣସକୁ ନେଇ ଏବେ ବୈପାରୀଗୁଡ଼ା ଅଞ୍ଚଳରେ ଚର୍ଚ୍ଚା । ବୈପାରୀଗୁଡ଼ା ବ୍ଲକ ଦୋରାଗୁଡ଼ା ପଞ୍ଚାୟତ ମୁଣ୍ଡାଗୁଡ଼ାର ଜଣେ ଯୁବକଙ୍କ ବଗିଚାରେ...

ବିଞ୍ଝାରପୁର ବ୍ଲକକୁ ଛୁଇଁଲା କରୋନା: କୋଲକାତା ଫେରନ୍ତା ବୃଦ୍ଧ ଆକ୍ରାନ୍ତ

ବିଞ୍ଝାରପୁର,୨।୫(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଶୁକ୍ରବାର ପ୍ରଥମ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେ ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ଗ୍ରାମର ୬୩ ବର୍ଷିୟ...

କିଲୋ ପିଛା ବଢ଼ିଲା ୧୦ ଟଙ୍କା

କଟକ ଅଫିସ,୫ା୬: ବଜାରରେ ଏବେ ଆଳୁ ଦର ବଢ଼ିବାରେ ଲାଗିଛି। ଦୁଇ ଦିନ ଭିତରେ କିଲୋ ପିଛା ୧୦ ଟଙ୍କା ବଢ଼ିଲାଣି। ବାତ୍ୟା ଅମ୍ଫନ ପ୍ରଭାବ...

ନାବାଳିକା ବିବାହ ରୋକିଲା ଚାଇଲ୍ଡଲାଇନ ଟିମ୍‌

ଖଣ୍ଡପଡ଼ା,୧୨ା୩(ସ୍ବ.ପ୍ର.): ନୟାଗଡ଼ ଚାଲ୍ଡଲାଇନ ଟିମ୍‌ ବୁଧବାର ଖଣ୍ଡପଡା ଅଞ୍ଚଳରେ ଏକ ନାବାଳିକା ବିବାହ ବନ୍ଦ କରାଇଛି। ଖଣ୍ଡପଡା ସହରରସ୍ଥିତ ମା’ ଉମାଦେବୀଙ୍କ ମନ୍ଦିର ପରିସରରେ ୧୭...

Advertisement
Archives

Model This Week