ଘସିପୁରାରେ ବଢୁଛିି ବାଲି ଚୋରାଚାଲାଣ

ରାମଚନ୍ଦ୍ରପୁର,୨୩।୬(ଗଣେଶ୍ୱର ସା): କେନ୍ଦୁଝର ଜିଲା ଘସିପୁରା ତହସିଲ ଅଞ୍ଚଳରେ ବାଲି ଚୋରାଚାଲାଣ ବଢ଼ୁଛି। ବିଶେଷ କରି ତହସିଲ ଅନ୍ତର୍ଗତ ସାଇଁକୁଳ ସର୍କଲ ଅଧୀନରେ ଥିବା ବୈତରଣୀ ନଦୀର ବାତୋ ଘାଟରୁ ବେଧଡ଼କ ବାଲି ଉଠାଯାଇ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏ ନେଇ ସାଧାରଣ ଲୋକେ ଭୟରେ ମୁହଁ ଖୋଲୁ ନ ଥିଲେ ବି ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ପ୍ରକାଶ ଯେ, ବୈତରଣୀର ଅଞ୍ଜିରା ଘାଟ, କୁସେଇ ନଦୀ ଓ ବୈତରଣୀର ତିନିମୁହାଣି ନିକଟରୁ ମଧ୍ୟ ବେଧଡ଼କ ଭାବେ ବାଲି ଚୋରାଚାଲାଣ କରାଯାଉଛି। ମାଫିଆ ଦୈନିକ ଟ୍ରାକ୍ଟରରେ ଶହଶହ ଟ୍ରିପ୍‌ ବାଲି ଉଠାଇ ବିକ୍ରି କରୁଛନ୍ତି। ଏଥି ପ୍ରତି କାହାର ଦୃଷ୍ଟି ପଡୁ ନ ଥିବାରୁ ସରକାର ବହୁ ରାଜସ୍ବ ହରାଉଛନ୍ତି। ପ୍ରଶାସନ କବଳରୁ ରକ୍ଷା ପାଇବା ପାଇଁ ଗାଡ଼ି ନମ୍ବର ପ୍ଲେଟ୍‌ ଖୋଲି ନିର୍ଭୟରେ ବାଲିଚାଲାଣ କରୁଛନ୍ତି। ବାତୋ ବଜାର ଦେଇ ବାଲି ଗାଡ଼ି ଯାଉଥିବାରୁ ଛାତ୍ରୀଛାତ୍ରମାନଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଜିଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବସରପ୍ରାପ୍ତ ସେନା ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ ଦାବି କରିଛନ୍ତି। ଘସିପୁରା ତହସିଲଦାର ନୀଳକଣ୍ଠ ବେହେରା କହିଛନ୍ତି, ମାଇନିଂ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକଥା, ତଥାପି ଆମେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେଷ୍ଟା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମି ଉଚ୍ଛେଦ କରି ବସ୍‌ଷ୍ଟପ୍‌ ପାଇଁ ଦାବି

କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜଗନ୍ନାଥପୁର ମୌଜାରେ ସରକାରୀ ଜମି ଜବରଦଖଲ ହୋଇଥିବା ନେଇ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ...

ମୁଖ୍ୟମନ୍ତ୍ରୀଙ୍କୁ ବଜେଟ ପ୍ରସ୍ତାବ ଦେଲେ ବରିଷ୍ଠ ନାଗରିକ ମଞ୍ଚ

କେନ୍ଦୁଝର,୧୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାର ବଜେଟ ଆଗତ ପୂର୍ବରୁ ପ୍ରସ୍ତାବ ଆଗତ କରିଥିଲେ ା ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁବର୍ଗର ଲୋକ...

ନୂଆ ଜିଲା ଜଜ୍‌ ପରିସର ନିର୍ମାଣ ପାଇଁ ଜମି ଚିହ୍ନଟ, ହସ୍ତାନ୍ତର ଆରମ୍ଭ

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଜଜ୍‌ କୋର୍ଟର ନୂତନ ପରିସର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର ଏନେଇ ସ୍ଥାନୀୟ ଢାଙ୍ଗରପଡ଼ା ନିକଟରେ ଜିଲା...

ବର୍ଷାର ଆଗମନରେ ମେଲିଲାଣି ଛତୁ ପସରା

କେନ୍ଦୁଝର,୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବର୍ଷା ହେଲେ ବଣ ଜଙ୍ଗଲରେ ବିଭିନ୍ନ ପ୍ରକାର ଛତୁ ଫୁଟେ। ବଜାରର ରାସ୍ତାକଡ଼ରେ ଛତୁ ପସରା ମେଲିଲାଣି। ସେ ମଧ୍ୟରୁ ରୁଟୁକା...

ଗୁଣ୍ଡିଚା ମନ୍ଦିରକୁ ଗଲେ ବଳଦେବଜୀଉ

କେନ୍ଦୁଝର,୮।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଳନ ନେଇ କେନ୍ଦୁଝର ଜିଲା ଉତ୍ସବମୁଖର ହୋଇଉଠିଛି। କେନ୍ଦୁଝର ପୁରୁଣା ସହର ଓ ବଡ଼ଦାଣ୍ଡ ଉଛୁଳି ପଡୁଛି।...

ସାପକାମୁଡ଼ା ରୋଗୀଙ୍କ ମୃତ୍ୟୁ ପରେ ବି ଗୁଣିଆ ଲଗାଇ ଝଡ଼ାଫୁଙ୍କା

ପାଟଣା,୮ା୭(ବୀରକିଶୋର ଦାଶ): ବିଜ୍ଞାନ ଯୁଗରେ ଏବେ ବି କେତେକ ଲୋକ ଅନ୍ଧବିଶ୍ୱାସର ବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଥିବା ଦେଖିବାକୁ ମିଳୁଛି। ଏଭଳି କରୁଣ...

ଆଇନଗତ କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ପ୍ରଦାନ ପାଇଁ ଏଡିଏମ୍‌ଙ୍କୁ ନିବେଦନ

ହାଟଡିହୀ,୭ା୭(ଶୁଭକାନ୍ତ ନାୟକ): ସୂଚନା ଅଧିକାର ଆଇନ ଅନୁସାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତି ଏକ ସୂଚନା ସମ୍ପର୍କରେ ତଥ୍ୟ ପାଇବା ପାଇଁ...

ଝିଅ ବାହାଘର ପାଇଁ ରଖିଥିଲେ ସୁନା ଗହଣା, ସବୁ ଲୁଟିନେଲେ ଦୁର୍ବୃତ୍ତ

ହାଟଡିହୀ,୭ା୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଗୋପ ଗ୍ରାମରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ କେସ୍‌ ନଂ ୨୧୭/୨୦୨୪ରେ ଏକ ମାମଲା ରୁଜୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri