ଧନୁଯାତ୍ରାର ଶୂନ୍ୟସ୍ଥାନ ପୂରଣ କଲା ସଞ୍ଚାର

ବରଗଡ଼ ଅଫିସ୍‌,୨୪।୧: ସଞ୍ଚାର ଏକ ପ୍ରାଚୀନ ଲୋକକଳା। ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଏହା ମୂଳ ଅଙ୍ଗ। ତଥାପି ଆଜିକାର କମ୍ପ୍ୟୁଟର, ପ୍ରଯୁକ୍ତିବିଦ୍ୟା ଯୁଗରେ ଆଧୁନିକ ପିଢ଼ି ଏଭଳି ଏକ ଲୋକକଳା ଉପରେ ସେତେ ଅବଗତ ନୁହଁନ୍ତି । ଏଥର କରୋନା କଟକଣା ଯୋଗୁ ଧନୁଯାତ୍ରା ହୋଇପାରିନାହିଁ। ଏଭଳି ସମୟରେ ସର୍ବଭାରତୀୟ ସଞ୍ଚାର ସମ୍ମିଳନୀ ଆୟୋଜନ ଧନୁଯାତ୍ରାର ଉପଲବ୍ଧିକୁ ପରିସ୍ଫୁଟ କରି ପାରିଛି । ରବିବାର ବରଗଡ଼ ପୁରୁଣା କଚେରୀ ପରିସରରେ ଆୟୋଜିତ ସର୍ବଭାରତୀୟ ସଞ୍ଚାର ସମ୍ମିଳନୀ ତଥା ଗାହାକ୍‌ ବାହାକ୍‌ (ସଞ୍ଚାର ପରମ୍ପରାରେ କୃଷ୍ଣଲୀଳା) କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ବକ୍ତାମାନେ ଏହା ମତ ପ୍ରକାଶ କରିଛନ୍ତି ।
ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ବରଗଡ଼ ପଞ୍ଚାୟତ କଲେଜ ଅଧ୍ୟାପକ ଶେଷନ ବିଶି ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଲୁପ୍ତପ୍ରାୟ ସଞ୍ଚାର ଲୋକକଳାକୁ ଉଜ୍ଜୀବିତ କରି ପାରିଛି ବୋଲି ମତପ୍ରକାଶ କରିଥିଲେ। ବରଗଡ଼ ସାମ୍ବାଦିକ ସଂଘର ଉପସଭାପତି ଉମେଶ ବିଶ୍ୱାଳ କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ଜିଲା ସୂଚନା ଓ ଲୋକସମ୍ପର୍କ ତଥା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାଶ ସଭା ପରିଚାଳନା କରିଥିଲେ। ୪ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଦିବସରେ ଜୟନ୍ତୀ ଦୀପ୍‌, ପିଙ୍କି ଭୋଇ, ଗୋପେଶ ବେହେରା, ଅଲେଖ ସାହୁ, ଅଚ୍ୟୁତ ବେହେରା, ହରିଲାଲ ସାହୁ, ପ୍ରହଲ୍ଲାଦ ଦୀପ ଏବଂ ସାଥୀମାନେ ସଞ୍ଚାର ପରିବେଷଣ କରିଥିଲେ। ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ମିଳିତ ସମରାଭ୍ୟାସ ଆରମ୍ଭ

ପାରାଦୀପ,୧।୧୨(ସ୍ବ.ପ୍ର.): ଓଡ଼ିଶାର ଉପକୂଳ ଅଞ୍ଚଳରେ ମଙ୍ଗଳବାର ଦୁଇ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ୨୩ ତମ ସମରାଭ୍ୟାସର ନାମ ସାଗର କବଚ ୨୦୨୧...

ରାଜନଗରରେ ବିଜୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ, ମୁଣ୍ଡ କାଟିନେଲେ ଦୁର୍ବୃତ୍ତ

ରାଜନଗର,୧୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ତ୍ରିନାଥ ବଜାରସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଛି। ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିରୁ ମୁଣ୍ଡ...

ରାଜଧାନୀରେ ଏକ ଆପାର୍ଟମେଣ୍ଟକୁ ସିଲ୍‌ କଲା ବିଏମ୍‌ସି, ୧୦ ଦିନ ଯାଏ ପ୍ରବେଶ-ପ୍ରସ୍ଥାନ ମନା

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ବିଏମ୍‌ସି ପକ୍ଷରୁ ରାଜଧାନୀର ଏକ...

ଦୀପାଳିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍‌ ଯୋଗେ...

ଦାଦନ ଖଟିବାକୁ ଯାଇ ୪ ଯୁବକ ନିର୍ଯାତନାର ଶିକାର

ପାଟଣା,୧୦।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ବଡ଼ବିଲ ପଞ୍ଚାୟତ ଟଭାସରୁଆ ଗ୍ରାମର ୪ଜଣ ଯୁବକ ୩ ଜଣ ଦଲାଲଙ୍କ ଜରଆରେ ଦିଲ୍ଲୀ ଯାଇ ପରେ ରାଜସ୍ଥାନର ଆଇସ୍କ୍ରିମ...

୨୪ ଘଣ୍ଟା ନ ପୁରୁଣୁ ଓଡ଼ିଶାକୁ ମିଳିଲା ୫୦୦ କୋଟି

ଭୁବନେଶ୍ୱର,୨୩।୫(ବ୍ୟୁରୋ): ୨୪ ଘଣ୍ଟା ନ ପୁରୁଣୁ ରାଜ୍ୟକୁ ଅମ୍ଫନ ସହାୟତା ମିଳିଛି। ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୫୦୦ କୋଟି ଟଙ୍କା ଓଡ଼ିଶାକୁ ମିଳିଛି। କେନ୍ଦ୍ର ଗୃହ...

ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ରହୁନି ଆବଶ୍ୟକ ଔଷଧ

ରାଉରକେଲା,୧୬।୭(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ ଔଷଧ ଉପଲବ୍ଧ ହେଉ ନ ଥିବାରୁ ଗୃହପାଳିତ ପ୍ରାଣୀ ରଖିଥିବା ଲୋକେ ସମସ୍ୟାରେ ପଡ଼ୁଛନ୍ତି। ଏପଟେ...

ବଢ଼ିଲା ବଡ଼କମର-ଖଡ଼ଗପ୍ରସାଦ ସେତୁ ଆଶା

ପରଜଙ୍ଗ, ୧୧ା୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସହ ଓଡ଼ାପଡ଼ା ବ୍ଲକକୁ ସିଧାସଳଖ ଯୋଡିବାକୁ ବ୍ରାହ୍ମଣୀ ନଦୀ ଉପରେ ସେତୁଟିଏ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ...

Advertisement
Archives

Model This Week