ବିଗ୍‌ବସ୍‌ ପାଇଁ ସନା ପ୍ରସ୍ତୁତ

ମୁମ୍ବାଇ: ପ୍ରସିଦ୍ଧ ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ ସନା ମକ୍‌ବୁଲ୍‌ ଖାନ୍‌ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ‘ବିଗ୍‌ବସ୍‌ ଓଟିଟି ସିଜନ ୩’ରେ ତାଙ୍କୁ ଦେଖିବାକୁ ମିଳିବ। ବିଗ୍‌ବସ୍‌ର ଏହି ସିଜନରେ ସନାଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଛୋଟ ପରଦାର ବିଭିନ୍ନ ଧାରାବାହିକ ଓ ରିୟଲିଟି ଶୋ’ ବ୍ୟତୀତ ସନା କେତେକ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ପ୍ରଥମଥର ପାଇଁ ୨୦୦୯ରେ ରିୟଲିଟି ଶୋ’ ‘ଟିନ୍‌ ଡିଭା’ରେ ଭାଗ ନେଇଥିଲେ। ଏହାବ୍ୟତୀତ ସନା ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛନ୍ତି। ‘କିତ୍‌ନି ମହବତ୍ତ ହେ ୨’, ‘ଇସ୍‌ ପ୍ୟାର୍‌ କା କ୍ୟା ନାମ ଦୁଁ’ ଓ ‘ଆଦତ ସେ ମଜବୁର୍‌’ ଭଳି ଧାରାବାହିକରେ କାମ କରିଛନ୍ତି। ତେବେ କିଛିଦିନ ଧରି ସନା ହେପାଟାଇଟିସ୍‌ରେ ପୀଡ଼ିତ ଥିବାରୁ ତାଙ୍କୁ ଅନେକ ଧାରାବାହିକ ଓ ଶୋ’ ହରାଇବାକୁ ପଡିଥିଲା। ତାଙ୍କୁ ଶେଷଥର ପାଇଁ ୨୦୨୧ରେ ‘ଫିଅର ଫ୍ୟାକ୍ଟର: ଖତ୍‌ରୋ କେ ଖିଲାଡି ୧୧’ରେ ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ପରେ ସେ ‘ବିଗ୍‌ବସ୍‌ ଓଟିଟି ୩’ ସହ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏଥର ଅନିଲ କାପୁର ‘ବିଗ୍‌ବସ୍‌ ଓଟିଟି ୩’ର ଆୟୋଜନ କରୁଥିବା ଦେଖିବାକୁ ମିଳିବ। ବିଗ୍‌ବସ୍‌ର ଏହି ସିଜନରେ ସନାଙ୍କ ବ୍ୟତୀତ ବିଭିନ୍ନ ଟିଭି ଅଭିନେତା, ସଂଗୀତଜ୍ଞ ଓ କ୍ରୀଡ଼ା ତାରକା ମଧ୍ୟ ଅଂଶଗ୍ରହଣକାରୀ ଭାବେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଫେରୁଛନ୍ତି ଦିବ୍ୟାଙ୍କା

ରୋମ୍‌: ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଦହିୟା ଓ ତାଙ୍କ ସ୍ବାମୀ ବିବେକ ଦହିୟା ଟିଭି ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଦମ୍ପତି ଭାବେ ଜଣାଶୁଣା। ଦୁହେଁ କିଛି...

ବାହାଘର କଥା, ଭୁଲ୍‌କୁ କ୍ଷମା କରିଦେବେ, ହାତଯୋଡ଼ି କହିଲେ ନୀତା ଅମ୍ବାନୀ

ମୁମ୍ବାଇ,୧୫ା୭: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବୋହୂ ରାଧିକା ମର୍ଚାଣ୍ଟଙ୍କ ବିବାହ ଚର୍ଚ୍ଚାରେ ରହିଛି। ଅମ୍ବାନୀ ପରିବାର ଦ୍ୱାରା...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଆସିଲା ବଡ଼ ଖବର: ସମ୍ପର୍କରେ…

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ୱେଡିଂରେ ଦେଶ ବିଦେଶର ବହୁ କଳାକାର ଓ ସେଲିବ୍ରିଟି ଯୋଗ ଦେଇଥିଲେ। ମୁମ୍ବାଇର ଜିଓ ୱାଲର୍‌ଡ କନ୍‌ଭେନ୍‌ସନ୍‌...

ଆଜି ଅନନ୍ତ-ରାଧିକାଙ୍କ ରିସେପ୍ସନ, ଯୋଗ ଦେବେ ବଲିଉଡ୍‌ର ନାମୀଦାମୀ କଳାକାର, ତାଲିକାରେ ଅଛନ୍ତି…

ମୁମ୍ବାଇ,୧୪ା୭: ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବୋହୂ ରାଧିକା ମର୍ଚାଣ୍ଟଙ୍କ ବିବାହର ରବିବାର ହେଉଛି ତୃତୀୟ ଦିନ। ଏନେଇ ଅମ୍ବାନୀ ପରିବାର ଆଜି...

ବିବାହ ପରେ ବଦଳିଗଲା ସୋନାକ୍ଷୀଙ୍କ ମୁଡ୍‌, ଏବେ ଏହି ସିନ୍‌ରେ କରିବେନି ଅଭିନୟ

ମୁମ୍ବାଇ,୧୩।୭: ସୋନାକ୍ଷୀ ସିହ୍ନା ତାଙ୍କ ବିବାହକୁ ନେଇ କିଛିଦିନ ଧରି ଲାମ ଲାଇଟରେ ଥିଲେ। ଜହିର ଇକବାଲଙ୍କ ସହ ବିବାହ ପରେ ଅଭିନେତ୍ରୀ ଏବେ ନିଜ...

ମା’ ହେବାକୁ ଯାଉଛନ୍ତି କଟ୍ରିନା !

ବମ୍ବେ: ଗର୍ଭବତୀ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌। ଖୁବ୍‌ଶୀଘ୍ର ଅଭିନେତା ବିକ୍କି କୌଶଲ ବାପା ହେବେ। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ...

ନଣନ୍ଦ ଶ୍ୱେତାଙ୍କ ଯୋଗୁ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ସମ୍ପର୍କରେ ଫାଟ ! ଅଲଗା ହେବା ଚର୍ଚ୍ଚା ବଢ଼ିଲା…

ବମ୍ବେ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ଯାହା ଆଖିକୁ ନଜର ଆସିଥାଏ ତାହା ସତ ହୋଇ ନ ଥାଏ। ବରଂ ଯାହା...

ମୁସଲମାନ୍‌ ବୋଲି ଲୋକେ ଆତଙ୍କବାଦୀ ଭାବନ୍ତି, ଲକି ଅଲିଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା…

ବମ୍ବେ: ବଲିଉଡ୍‌ ଗାୟକ ଲକି ଅଲିଙ୍କୁ କିଏ ବା ନଜାଣେ। ସେ ନିଜର ସ୍ବରର ଯାଦୁଗରୀରେ ଶ୍ରୋତାଙ୍କୁ ବାନ୍ଧି ରଖନ୍ତି। ଆଜି ବି ତାଙ୍କ ଗୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri