Odisha Elections 2024
Posted inଖେଳ

ସମୀର ବର୍ମା ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୩ା୫(ପି.ଟି.): ସ୍ଲୋଭେନିଆର ମାରିବୋର୍‌ଠାରେ ଅନୁଷ୍ଠିତ ସ୍ଲୋଭେନିଆ ଓପନ୍‌ ପୁରୁଷ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ସମୀର ବର୍ମା ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ତାଇଓ୍ବାନ୍‌ର ସୁ ଲି ୟାଙ୍ଗ୍‌ଙ୍କୁ ୨୧-୧୮, ୨୧-୧୪ ହରାଇ ଦେଇଛନ୍ତି। ମିକ୍ସଡ ଡବଲ୍ସ ଇଭେଣ୍ଟରେ ରୋହନ କାପୁର ଓ ସିକ୍କି ରେଡ୍ଡୀ ରନରଅପ୍‌ ସହ ରୌପ୍ୟ ଜିତିଛନ୍ତି। କାପୁର ଓ ରେଡ୍ଡୀ ସେମିଫାଇନାଲରେ ଡେନ୍‌ମାର୍କର ମ୍ୟାଡ୍ସ ଭେଷ୍ଟରଗାର୍ଡ ଓ ଖ୍ରୀଷ୍ଟିନି ବସ୍କଙ୍କୁ ପରାଜିତ କରିଥିଲେ। ଫାଇନାଲରେ କିନ୍ତୁ ସେମାନେ ଡେନ୍‌ମାର୍କର ଅନ୍ୟ ଏକ ଯୋଡ଼ି ସେପର ଟଫ୍ଟ ଓ କ୍ଲାରା ଗ୍ରାଭେସେନ୍‌ଙ୍କଠାରୁ ୧୨-୨୧, ୧୩-୨୧ରେ ହାରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ମୁଖ୍ୟ ପ୍ରଶିକ୍ଷକ ପାଇଁ ବିସିସିଆଇ କୌଣସି ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ପ୍ରସ୍ତାବ ଦେଇ ନାହିଁ: ଜୟ ଶାହା

ମୁମ୍ବାଇ,୨୪ା୫: ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ ଭାରତୀୟ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ଭୂମିକା ପାଇଁ ସେ କୌଣସି ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ପ୍ରସ୍ତାବ...

ଦୀନେଶ କାର୍ତ୍ତିକଙ୍କ ପରେ ଏବେ ଶିଖର ଧଓ୍ବନ ନେବେ ସନ୍ୟାସ? ଆସିଲା ବଡ ଅପଡେଟ୍ସ

ନୂଆଦିଲ୍ଲୀ,୨୪।୫: ନିକଟରେ ଦୀନେଶ କାର୍ତ୍ତିକ କ୍ରିକେଟକୁ ବିଦାୟ ଦେଇଛନ୍ତି। ଏଥି ସହିତ, ଶିଖର ଧୱନଙ୍କ ସହ ଜଡିତ ବଡ ଖବର ଏବେ ସାମ୍ନାକୁ ଆସୁଛି। ସୂଚନାଯୋଗ୍ୟ,...

ଧୋନିଙ୍କ ରିଟାୟରମେଣ୍ଟକୁ ନେଇ ଆସିଲା ନୂଆ ଅପଡେଟ, CSK କହିଲା ମାହିଙ୍କ ଫ୍ୟୁଚର ପ୍ଲାନ

ନୂଆଦିଲ୍ଲୀ,୨୪।୫: ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ଯାତ୍ରା ଶେଷ ହୋଇଛି । ସିଏସକେକୁ ସେମାନଙ୍କର ଶେଷ ଲିଗ ମ୍ୟାଚରେ ଆରସିବି ହାତରେ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ କମାଲ କଲା ଆମେରିକା: ବାଂଲାଦେଶକୁ ଚଟେଇଲା ଧୂଳି

ନ୍ୟୁୟର୍କ,୨୪।୫: ଦ୍ୱିତୀୟ ଟି-୨୦ରେ ଆମେରିକା ବାଂଲାଦେଶକୁ ପରାସ୍ତ କରିଛି। ଆୟୋଜକ ଆମେରିକା ୩ ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ ଜିତିଛି। ଆମେରିକା ପ୍ରଥମ ଟି...

”୧୦୦୦ ଗୁଣା ଅଧିକ ରାଜନୀତି“: ରାହୁଲଙ୍କ କଥା ଶୁଣି ଭାରତୀୟ ଦଳର କୋଚ୍‌ ହେବାକୁ ଜଷ୍ଟିନ ଲାଙ୍ଗର ଅମଙ୍ଗ

ନୂଆଦିଲ୍ଲୀ, ୨୪ା୫: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର କହିଛନ୍ତି ଯେ, ଭାରତକୁ କୋଚିଂ କରିବା ଏକ ଚମତ୍କାର କାର୍ଯ୍ୟ, କିନ୍ତୁ ଏହି କାର୍ଯ୍ୟରେ ରହିଥିବା...

T20 World Cup: ଭାରତ-ପାକିସ୍ତାନ ମ୍ୟାଚର ଗୋଟିଏ ଟିକେଟ୍‌ ଦାମ୍‌ ୧୬ଲକ୍ଷରୁ ଅଧିକ, ଆଇପିଏଲର ପୂର୍ବ ଚେୟାରମ୍ୟାନ ICC ଉପରେ ଝାଡିଲେ ଅସନ୍ତୋଷ

ନୂଆଦିଲ୍ଲୀ,୨୩।୫: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଜୁନ ୫ରେ ଭାରତ ଆୟର୍ଲାଣ୍ଡକୁ ସାମ୍ନା କରିବ। ଏହା ପରେ ଜୁନ...

୧୭ ବର୍ଷର କ୍ୟାରିୟର ଶେଷ କରି କମେଣ୍ଟ୍ରିକୁ ପୁଣି ଫେରି ପାରନ୍ତି କାର୍ତ୍ତିକ

ନୂଆଦିଲ୍ଲୀ,୨୩ା୫: ଭାରତୀୟ କ୍ରିକେଟ ଇତିହାସର ଅନ୍ୟତମ ସଫଳ ଉଇକେଟ କିପର ବ୍ୟାଟର ଦୀନେଶ କାର୍ତ୍ତିକ ନିଜ ଆଇପିଏଲ କ୍ୟାରିୟର ଶେଷ କରିଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷ...

ଆଇପିଏଲ ୨୦୨୫ ଯାଏଁ ଖେଳିବେ ଧୋନି!

ନୂଆଦିଲ୍ଲୀ,୨୩।୫: ଯେତେବେଳେ ମେ ୧୮ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଆଇପିଏଲ ୨୦୨୪ ରୁ ହଟାଗଲା, ଅନେକ ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri