ଲୁଣ-ହୀରା-ବ୍ରାଗ୍‌ ନିୟମ

କ୍ଷୁଦ୍ରାତି କ୍ଷୁଦ୍ର ଅଣୁ-ପରମାଣୁକୁ ନେଇ ପଦାର୍ଥ ଗଠିତ ହୋଇଥାଏ। ସବୁ ପଦାର୍ଥରେ ନ ହେଲେ ବି କେତେକ ପଦାର୍ଥ ଭିତରେ ସେହି ଅଣୁ-ପରମାଣୁଗୁଡ଼ିକ ସୁନ୍ଦର ଭାବରେ ସଜ୍ଜିତ ହୋଇ ରହିଥାନ୍ତି। ପଦାର୍ଥ ଭିତରେ ଯେ କୌଣସି ଦିଗରେ ଗଲେ ଗୋଟିଏ ନିର୍ଦ୍ଦିଷ୍ଟ ଢଞ୍ଚା (ପାଟର୍ଣ୍ଣ)ର ଯୋଡ଼ି ଯୋଡ଼ି ରହିଥିବାର ଦେଖିବା। ଅବଶ୍ୟ ସବୁ ଦିଗରେ ଏକପ୍ରକାର ଢଞ୍ଚା ନଥାଏ। ଭିନ୍ନ ଭିନ୍ନ ଦିଗରେ ଢଞ୍ଚାଗୁଡିକ ଅଲଗା ଅଲଗା ଦେଖାଯାଏ। ସେହି ଢଞ୍ଚାକୁ ପଦାର୍ଥ ବିଜ୍ଞାନ ଭାଷାରେ ବେସିସ୍‌ (ଆଧାର) ବୋଲି କୁହାଯାଏ। କେତେକ ଅଣୁ ଓ ପରମାଣୁକୁ ନେଇ ଗୋଟିଏ ନିର୍ଦ୍ଦିଷ୍ଟ ବେସିସ୍‌ ତିଆରି ହୋଇଥାଏ। ଆମେ ଖାଉଥିବା ଲୁଣ ଓ ହୀରା ଭିତରେ ଏପରି ଢଞ୍ଚାରହିଛି। ସେହି ପଦାର୍ଥଗୁଡିକୁ ସ୍ପଟିକ (କ୍ରିଷ୍ଟାଲ) ବୋଲି କୁହାଯାଏ। ହୀରା ହେଉଛି ପ୍ରାକୃତିକ ସ୍ପଟିକ। ତୁଷାରକଣା ମଧ୍ୟ ସ୍ପଟିକ ବର୍ଗର। ସ୍ପଟିକ ଭିତରେ କଣିକାଗୁଡିକ ଗୋଟିଏ ଗୋଟିଏ ସମତଳରେ ରହିଥାନ୍ତି। ସ୍ପଟିକର କଣିକାଗୁଡିକ ଯେଉଁ ସମତଳ ଗଠନ କରନ୍ତି ସେହି ସମତଳଗୁଡିକ ପରସ୍ପର ସମାନ୍ତର ହୋଇ ରହନ୍ତି, ଅର୍ଥାତ୍‌ ଦୁଇଟା ସମତଳ ଭିତରେ ଦୂରତା ସବୁଠି ସମାନ ରହିଥାଏ। ସ୍ପଟିକର ଦୁଇଟା ସମତଳ ଭିତରେ ଦୂରତା ଏତେ କମ୍‌ ଯେ, ଆମ ଆଖି ବାଳ ମୋଟେଇରେ ସେମିତି ହଜାର ହଜାର ସମତଳ ରହିପାରିବେ।
ଦର୍ପଣ ଉପରେ ଆଲୋକ ରଶ୍ମି ପଡ଼ିଲେ ରଶ୍ମିର ପ୍ରତିଫଳନ ହୁଏ। ସ୍ପଟିକର ସମତଳ ଉପରେ ରଞ୍ଜନ ରଶ୍ମି ପଡ଼ିଲେ ମଧ୍ୟ ପ୍ରତିଫଳିତ ହୁଏ। ସେହି ପ୍ରତିଫଳିତ ରଶ୍ମିଗୁଡିକ ସହାୟତାରେ ଦୁଇଟା ସମତଳ ଭିତରେ ରହିଥିବା ବ୍ୟବଧାନକୁ ମାପ କରିହେବ। ସେହି ମାପ ପାଇଁ ଯେଉଁ ସୂତ୍ର ଦରକାର, ସେହି ସୂତ୍ରକୁ ଉଇଲିୟମ୍‌ ହେନ୍‌ରି ବ୍ରାଗ୍‌ ଓ ଉଇଲିୟମ୍‌ ଲରେନ୍‌ସ୍‌ ବ୍ରାଗ୍‌ ନାମକ ଦୁଇ ଜଣ ପଦାର୍ଥ ବିଜ୍ଞାନୀ ବାହାର କରିଥିଲେ। ଅସଲରେ ସେ ଦୁହେଁ ବାପ-ପୁଅ। ବାପା ହେନ୍‌ରି ବ୍ରାଗ୍‌ ଓ ପୁତ୍ର ଲରେନ୍‌ସ ବ୍ରାଗ୍‌ ମିଶି ଯେଉଁ ସୂତ୍ର ବାହାର କଲେ, ତାହାକୁ ଆମେ ଆଜି ‘ବ୍ରାଗ୍‌ ନିୟମ’ ନାମରେ ଜାଣିଛୁ। ସମତଳ ବ୍ୟବଧାନ ଜଣାଥିଲେ ଏହି ନିୟମ ରଞ୍ଜନରଶ୍ମିର ତରଙ୍ଗ ଦୈର୍ଘ୍ୟ ନିରୂପଣ କରିବାରେ ସହାୟତା କରିପାରିଲା। ଯଦି ସ୍ପଟିକର ଦୁଇଟି ସମତଳ ମଧ୍ୟରେ ବ୍ୟବଧାନକୁ ଡି ଓ ରଞ୍ଜନରଶ୍ମିର ତରଙ୍ଗ ଦୈର୍ଘ୍ୟକୁ ଲାମ୍ବଡା ନିଆଯିବ ଏବଂ ସମତଳ ସହିତ ଆପତିତ ରଞ୍ଜନ ରଶ୍ମି ଥିଟା କୋଣ କରିବ, ତେବେ ବ୍ରାଗ୍‌ ନିୟମ ହେବ ‘n/lambada =2d/sin/theta’।
ନୋବେଲ୍‌ ପୁରସ୍କାର କଥା ଆମେ ସମସ୍ତେ ଜାଣିଛୁ। ୧୯୦୧ ମସିହାରୁ ଏହି ପୁରସ୍କାର ଦିଆଯାଇ ଆସୁଛି। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଚିକିତ୍ସାଶାସ୍ତ୍ର, ସାହିତ୍ୟ, ବିଶ୍ୱଶାନ୍ତି ପ୍ରତିଷ୍ଠା ଓ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସାଧାରଣରେ ଯାହା ଲକ୍ଷ୍ୟକରୁ, ନୋବେଲ୍‌ ବିଜେତାଙ୍କର ବୟସ ୪୦-୫୦ ବର୍ଷରୁ କମ୍‌ ହୋଇ ନଥାଏ। କିନ୍ତୁ ଉଇଲିୟମ୍‌ ଲରେନ୍‌ସ ବ୍ରାଗ୍‌ ମାତ୍ର ୨୫ ବର୍ଷ ବୟସରେ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେିତ ହୋଇଥିଲେ। ସେ ୧୮୯୦ ମସିହା ମାର୍ଚ୍ଚ ୩୧ ତାରିଖରେ ଅଷ୍ଟ୍ରେଲିଆରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୦୮ ମସିହାରେ ଗ୍ରାଜୁଏଶନ୍‌ କରିବା ପରେ ଇଂଲଣ୍ଡର କେମ୍ବ୍ରିଜ୍‌ ଟ୍ରିନିଟି କଲେଜରେ ଗଣିତରେ ନାମ ଲେଖେଇଥିଲେ। କାରଣ ଗଣିତ ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତି ରହିଥିଲା। କିନ୍ତୁ ତାଙ୍କର ପିତା ଉଇଲିୟମ୍‌ ହେନ୍‌ରି ବ୍ରାଗ୍‌ ଥିଲେ ସେତେବେଳର ଜଣେ ବିଖ୍ୟାତ ପଦାର୍ଥ ବିଜ୍ଞାନୀ। ବାପାଙ୍କ କଥାରେ ସେ ଗଣିତ ବଦଳରେ ପଦାର୍ଥ ବିଜ୍ଞାନରେ ଏମ୍‌. ଏସ୍‌ଏସ୍‌ସି. (ସ୍ନାତକୋତର) କଲେ। ଲରେନ୍‌ସ ୧୯୧୨ ମସିହାରେ ବ୍ରିଟିଶ୍‌ ପଦାର୍ଥ ବିଜ୍ଞାନୀ ଯୋଶେଫ୍‌ ଜନ୍‌ ଟମସନ୍‌ଙ୍କ ନିର୍ଦ୍ଦେଶନାରେ ଗବେଷଣା ଆରମ୍ଭ କଲେ। ସେତେବେଳକୁ କ୍ରିଷ୍ଟାଲ୍‌ ପୃଷ୍ଠରେ ରଞ୍ଜନରଶ୍ମି ପକେଇ ଜର୍ମାନୀ ପଦାର୍ଥ ବିଜ୍ଞାନୀ ମାକ୍‌ସ୍‌ ଥିଓଡୋର୍‌ ଫେଲିକ୍‌ସ୍‌ ବନ୍‌ ଲାଉ ଅନେକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରିସାରି ଥାଆନ୍ତି। ତାହାରି ଉପରେ ଲରେନ୍‌ସ୍‌ ବ୍ରାଗ୍‌ ଓ ତାଙ୍କର ବାପା ହେନ୍‌ରି ବ୍ରାଗ୍‌ ଅଧିକ ଗବେଷଣା ଆରମ୍ଭ କଲେ। ପିତାପୁତ୍ରଙ୍କର ଲକ୍ଷ୍ୟ ଥିଲା ଲାଉଙ୍କ ଦ୍ୱାରା ଆବିଷ୍କୃତ ତଥ୍ୟକୁ ଗାଣିତିକ ରୂପ ଦେବା ଓ ସରଳ ଭାବରେ ଉପସ୍ଥାପନା କରିବା। ସେମାନେ ସଫଳତାର ସହିତ ତା’ ଉପରେ ଏକ ସହଜ ସୂତ୍ର ବାହାର କଲେ, ଯାହାର ନାମ ‘ବ୍ରାଗ୍‌ ନିୟମ’। ରଞ୍ଜନରଶ୍ମିକୁ ନେଇ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏଭଳି ଉଲ୍ଲେଖନୀୟ ଆବିଷ୍କାର ନିମନ୍ତେ ବ୍ରାଗ୍‌ ପିତାପୁତ୍ରଙ୍କୁ ୧୯୧୫ ମସିହାର ଗୌରବମୟ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ନୋବେଲ୍‌ ପୁରସ୍କାର ଘୋଷଣା ଶୁଣିବା ପରେ ଲରେନ୍‌ସ୍‌ ପ୍ରଥମେ ତାଙ୍କର ପିତାଙ୍କୁ କୃତଜ୍ଞତା ଜଣାଇଥିଲେ। କାରଣ ତାଙ୍କ ପିତା ଯଦି ଠିକ୍‌ ସମୟରେ ତାଙ୍କୁ ଠିକ୍‌ ପରାମର୍ଶ ଦେଇ ନଥାନ୍ତେ, ତେବେ ପଦାର୍ଥ ବିଜ୍ଞାନ ନ ପଢ଼ି ସେ ଗଣିତ ପଢ଼ିଥାଆନ୍ତେ। ଶୁଦ୍ଧ ଗଣିତଶାସ୍ତ୍ର ପାଇଁ ନୋବେଲ୍‌ ପୁରସ୍କାର ଦିଆଯାଏ ନାହିଁ। ତେଣୁ ବାପାଙ୍କ କଥା ମାନି ନଥିଲେ ଲରେନ୍‌ସ୍‌ ବ୍ରାଗ୍‌ ହୁଏତ ଏତେ କମ୍‌ ବୟସରେ ବା ଆଦୌ ନୋବେଲ୍‌ ପୁରସ୍କାର ପାଇ ପାରି ନଥାନ୍ତେ।

ଡ. କମଳାକାନ୍ତ ଜେନା
-ପ୍ରାଧ୍ୟାପକ, ସ୍ନାତକୋତର ପଦାର୍ଥ ବିଜ୍ଞାନ ବିଭାଗ, ଭଦ୍ରକ ଅଟୋନମସ କଲେଜ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri