ଏହି ଅଭିନେତ୍ରୀଙ୍କ ଯୋଗୁ କାମ ପାଇ ନ ଥିଲେ ସଲମାନ ଖାନ, ଜାଣନ୍ତୁ କାହିଁକି

ସୁପରହିଟ ଚଳଚ୍ଚିତ୍ର ମେନେ ପ୍ୟାର୍‌ କିୟାର ସୁମନ ଅର୍ଥାତ୍‌ ଅଭିନେତ୍ରୀ ଭାଗ୍ୟଶ୍ରୀ ପାଟୱର୍ଦ୍ଧନ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଫେବୃଆରୀ ୨୩, ୧୯୬୯ରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୮୯ରେ ସଲମାନ ଖାନଙ୍କ ଫିଲ୍ମ ମେନେ ପ୍ୟାର କିୟା ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏଥିପାଇଁ ସେ ଶ୍ରେଷ୍ଠ ମହିଳା ଡେବ୍ୟୁ ପାଇଁ ଫିଲ୍ମଫେୟାର ପୁରସ୍କାର ଗ୍ରହଣ କରିଥିଲେ। ତା’ପରେ ତାଙ୍କୁ ‘ତ୍ୟାଗୀ’ (୧୯୯୨) ଏବଂ ‘ରାଣା’ (୧୯୯୮) ରେ ଦେଖିବାକୁ ମିଳିଥିଲା। ସେ ପ୍ରଥମ ଚଳଚ୍ଚିତ୍ର ପରେ ବ୍ୟବସାୟୀ ହିମାଳୟ ଦାସାନୀଙ୍କୁ ବିବାହ କରିଥିଲେ ଏବଂ ସେଥିପାଇଁ ସେ ନିଜକୁ ଫିଲ୍ମରୁ ଦୂରେଇ ରଖିଥିଲେ। ଭାଗ୍ୟଶ୍ରୀ ମହାରାଷ୍ଟ୍ରର ସାଙ୍ଗଲି ରୟାଲ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବିଜୟ ସିଂ ରାଓ ମାଧବରାଓ ପଟୱର୍ଦ୍ଧନ ସାଙ୍ଗଲିର ରାଜା ଥିଲେ। ଭାଗ୍ୟଶ୍ରୀଙ୍କର ଦୁଇ ସାନ ଭଉଣୀ ମଧୁବନ୍ତୀ ଏବଂ ପୂର୍ଣ୍ଣିମା ମଧ୍ୟ ଅଛନ୍ତି ।
‘ମେନ ପ୍ୟାର୍‌ କିୟା’ରେ ଲୋକମାନେ ସଲମାନ ଖାନ ଏବଂ ଭାଗ୍ୟଶ୍ରୀଙ୍କ ଯୋଡିଙ୍କୁ ପସନ୍ଦ କରିଥିଲେ, କିନ୍ତୁ ଆପଣ ଜାଣିଛନ୍ତି କି ଏହି ଚଳଚ୍ଚିତ୍ରରେ ଲୋକମାନେ ସଲମାନ ଖାନଙ୍କ ଅପେକ୍ଷା ଭାଗ୍ୟଶ୍ରୀଙ୍କୁ ଅଧିକ ପସନ୍ଦ କରୁଥିଲେ। ଏହା ପରେ ସଲମାନ ଖାନଙ୍କୁ ଏ ଅନ୍ୟ କୌଣସି ଫିଲ୍ମ ଅଫର ମିଳି ନଥିଲା। ଏକ ସାକ୍ଷାତକାରରେ ସଲମାନ କହିଥିଲେ- ଏହି ଫିଲ୍ମ ପରେ ମୁଁ ଚାରି-ପାଞ୍ଚ ମାସ ପର୍ଯ୍ୟନ୍ତ କୌଣସି କାମ ପାଇଲି ନାହିଁ, ମୁଁ ଅନୁଭବ କଲି ଯେ କୌଣସି କାମ ହେବ ନାହିଁ, କାରଣ ଭାଗ୍ୟଶ୍ରୀ ମ୍ୟାଡାମ ସେତେବେଳେ ନିଷ୍ପତ୍ତି ନେଇଥିଲେ ଯେ ସେ ଆଉ ଫିଲ୍ମ କରିବେ ନାହିଁ। ଇଣ୍ଡଷ୍ଟ୍ରିରେ ଲାଗୁଥିଲା ଯେ ମୁଖ୍ୟ କଳାକାରମାନେ କେବଳ ସେହି, ମୁଁ ସେଠାରେ ନଥିଲି ବୋଲି ସେ କହିଛନ୍ତି। ସଲମାନ ଖାନ ଏବଂ ଭାଗଶ୍ରୀଙ୍କୁ ନେଇ ଆଉ ଏକ ରୋଚକ କାହାଣୀ ଅଛି। କୁହାଯାଏ ଯେ ଥରେ ଫଟୋଗ୍ରାଫର ସଲମାନ ଖାନଙ୍କୁ ଫଟୋସୁଟ ସମୟରେ ଭାଗାଶ୍ରୀଙ୍କୁ ଚୁମ୍ବନ ଦେବାକୁ କହିଥିଲେ, କିନ୍ତୁ ସେ ତାହା କରିବାକୁ ମନା କରିଦେଇଥିଲେ। ଯେତେବେଳେ ଭାଗ୍ୟଶ୍ରୀ ଏହା ଜାଣିଲେ, ତାଙ୍କ ଆଖିରେ ସଲମାନ ଖାନଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri